କ୍ୟାମ୍ପସ୍‌ରେ ଜଙ୍କ୍‌ଫୁଡ୍‌ ମନା

ଡା. ପ୍ରଫୁଲ୍ଲ କୁମାର ଦାସ

 

ବିଦ୍ୟାଳୟ ପରେ ଏବେ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ବନ୍ଦ ହେବ ଜଙ୍କ୍‌ଫୁଡ୍‌। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଜଙ୍କ୍‌ଫୁଡ୍‌ ପ୍ରସ୍ତୁତ କିମ୍ବା ବିକ୍ରୟ ଉପରେ ରୋକ ଲଗାଯାଇଛି। ଏଥିସହ ଛାତ୍ରୀଛାତ୍ର, ଅଧ୍ୟାପକ, ଅଧ୍ୟାପିକାଙ୍କୁ ଏ ବିଷୟରେ ସଚେତନ କରିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି। ଏନେଇ ସ୍ବତନ୍ତ୍ର ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ କ୍ୟାମ୍ପସ୍‌ରେ ଏ ବିଷୟରେ ସଚେତନ କରିବା ସହ ଅଧୀନରେ ଥିବା କଲେଜଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।
ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଛାତ୍ରୀଛାତ୍ର ଭବିଷ୍ୟତରେ ଲିଭରଜନିତ ଯାବତୀୟ ସମସ୍ୟା, ଡାଇବେଟିସ୍‌, ହାଇପରଟେନ୍‌ସନ, ଡାଇସ୍ଲ୍ଳିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହାକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ୧୦ରୁ ୨୦ ବର୍ଷ ବୟସରେ ପିଲାମାନେ ଅତ୍ୟଧିକ ଜଙ୍କ୍‌ଫୁଡ୍‌ ଖାଇବା ଦ୍ୱାରା ଏଭଳି ରୋଗରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମିଳିତ ଭାବେ ଜଙ୍କ୍‌ଫୁଡ୍‌ ବନ୍ଦ କରିବାକୁ ଅଭିଯାନ ଆରମ୍ଭ କରିଥିଲେ। ୨୦୧୨ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ ପ୍ରଥମେ ୨୦୧୨ରେ ନିୟମକୁ ଲାଗୁ କରିଥିଲା। ଚଳିତବର୍ଷ ଆରମ୍ଭରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏବେ ୟୁଜିସି ପକ୍ଷରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଜଙ୍କ୍‌ଫୁଡ୍‌ ବାରଣ ହୋଇଛି। ୟୁଜିସି ପକ୍ଷରୁ କୁହାଯାଇଛି ଯେ ଜଙ୍କ୍‌ଫୁଡ୍‌ ବଦଳରେ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ପ୍ରସ୍ତୁତ ଉପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ପିଲାଙ୍କ ପାଇଁ ଏଭଳି ଖାଦ୍ୟ ପ୍ରସ୍ତୁତ କରାଯିବ ଯାହା ସେମାନଙ୍କ ମାନସିକତାରେ ବିକାଶ ଆଣିପାରିବ। ଜଙ୍କ୍‌ଫୁଡ୍‌ ସମ୍ପର୍କରେ ପିଲାଙ୍କୁ ଅବଗତ ଏବଂ ସଚେତନ କରିବା ଲାଗି କ୍ୟାମ୍ପସ୍‌ରେ କାର୍ଯ୍ୟକ୍ରମ କରାଯିବ। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ବୋର୍ଡରେ ଲଗାଇବେ। କେଉଁ ବୟସରେ କେତେ ଓଜନ ହେବା ଆବଶ୍ୟକ, ଶରୀରର ଉଚ୍ଚତା, ଅଣ୍ଟାର ଗୋଲେଇ କେତେ ରହିବ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇବେ। ଅଧ୍ୟାପକ ଏବଂ କର୍ମଚାରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଇବାକୁ କୁହାଯାଇଛି। ଛାତ୍ର କଲ୍ୟାଣ ବିଭାଗ ପକ୍ଷରୁ କ୍ୟାମ୍ପସରେ କାଉନ୍‌ସେଲିଂ କରାଯିବ। ପିଲାମାନେ କିଭଳି ଉପଯୁକ୍ତ ନ୍ୟୁଟ୍ରେଶନ, ବ୍ୟାୟାମ, ଉତ୍ତମ ସ୍ବାସ୍ଥ୍ୟ ରଖିପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ସହ ଶାରୀରିକ ବ୍ୟାୟାମ ପାଇଁ କ୍ୟାମ୍ପସରେ ବ୍ୟବସ୍ଥା କରିବା ଦିଗରେ ଏସ୍‌ଡବ୍ଲ୍ୟୁଡି ପଦକ୍ଷେପ ନେବେ। ଗାଇଡ୍‌ଲାଇନ ଜାରି ହୋଇଥିଲେ ମଧ୍ୟ କେଉଁ ଖାଦ୍ୟ କ୍ୟାମ୍ପସ୍‌ରେ ବନ୍ଦ କରାଯିବ ସେନେଇ କିଛି କୁହାଯାଇ ନାହିଁ। ଯେଉଁଥିପାଇଁ କିଛି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆଧ୍ୟାତ୍ମିକ ଖାଦ୍ୟ ବା ଶିକ୍ଷାୟତନରେ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ପ୍ରଦାନରେ ଭାରତର ପ୍ରାଚୀନ ଆଧ୍ୟାତ୍ମିକ ଓ ସ୍ବାସ୍ଥ୍ୟଭିତ୍ତିକ ଆଲୋଚନାରେ ଉଲ୍ଲେଖ ରହିଛି ସର୍ବଦା ଆଧ୍ୟାତ୍ମିକ ଓ ସାତ୍ତ୍ୱିକ ଖାଦ୍ୟ ଉପରେ ଗୁରୁତ୍ୱ ଦେବା। ଯାହାକି ଆଜିର ସମୟରେ ଯୁଗୋପଯୋଗୀ ଓ ଚିନ୍ତାର ପ୍ରସଙ୍ଗ। ଶିକ୍ଷାୟତନ ପରିସର ଭିତରେ ଆଧ୍ୟାତ୍ମିକ ଖାଦ୍ୟ ଅନୁଚିନ୍ତନ ନିଶ୍ଚିତ ଭାବରେ ଆମ ସଂସ୍କୃତି ଓ ଆଧ୍ୟାତ୍ମିକ ବିଭବକୁ ଅନୁପ୍ରାଣିତ କରୁଛି। ଏହା ନିଃସନ୍ଦେହ ଯେ, ସରକାରଙ୍କ ଦୂରଦୃଷ୍ଟି ପୂର୍ବରୁ ଆମେ ଜଣେ ଅଭିଭାବକ ହିସାବରେ ଏ ଦିଗକୁ ଚିନ୍ତା କରିବା କଥା। ଓଡ଼ିଶା ରାଜ୍ୟ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ସ୍ବାସ୍ଥ୍ୟଭିତ୍ତିକ ଚିନ୍ତାଧାରାକୁ ସବୁ ମହଲରେ ସ୍ବାଗତ କରାଯାଉଛି। ଯାହାଦ୍ୱାରା ପିଲାମାନେ ଏକ ସାତ୍ତ୍ୱିକ ଓ ଆଧ୍ୟାତ୍ମିକଯୁକ୍ତ ଖାଦ୍ୟ ଖାଇବା ପାଇଁ ଚିନ୍ତା ଓ ଭାବନା ରଖିବେ। ଆମ ଖାଦ୍ୟ ଓ ଚିନ୍ତନକୁ ଅନୁପ୍ରାଣିତ କରିବା ପାଇଁ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି। ଆଜିର ସମୟରେ ଯେହେତୁ ଅନୁଚିନ୍ତନ ହେଉଛି ଏହା ଯେ ଖାଦ୍ୟକୁ ନେଇ ଚରିତ୍ର ଓ ଚିନ୍ତନ, ତେଣୁ ଆମ ସମସ୍ତଙ୍କ ଭିତରେ ଜଙ୍କ୍‌ଫୁଡ୍‌ ସହ ସବୁ ପ୍ରକାର ଖାଦ୍ୟ ଉପରେ ଆଧ୍ୟାତ୍ମିକ ଅନୁଚିନ୍ତନ ସୃଷ୍ଟି ହେବା ଦରକାର।
ମୋ-୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?