Posted inଖେଳ

ଡେଥ୍‌ ବୋଲିଂ ଉପରେ ଭାରତର ନଜର

ଥିରୁଭାନନ୍ଥପୁରମ, ୨୮।୯(ପି.ଟି.): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତଜର୍ର୍ାତୀୟ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ। ଆଗକୁ ଟି୨୦ ବିଶ୍ୱକପ ରହିଥିବାରୁ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟ ଲାଭ କରିଥିଲେ ମଧ୍ୟ ଡେଥ୍‌ ବୋଲିଂରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଆୟୋଜକ ଦଳ ଏହାର ଦୁଇ ପ୍ରମୁଖ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ଆସନ୍ତା ମାସରେ ଆଇସିସି ଇଭେଣ୍ଟ ରହିଥିବାରୁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ବିଶ୍ୱକପ୍‌ ପାଇଁ ରିଜର୍ଭ ଖେଳାଳି ରହିଥିବା ମହମ୍ମଦ ଶାମି ଏ ପର୍ଯ୍ୟନ୍ତ କୋଭିଡ୍‌ରୁ ସୁସ୍ଥ ହୋଇନାହାନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଉପଲବ୍ଧ ହେବେ ନାହିଁ। ତାଙ୍କ କ୍ୟାରିୟର ଇକୋନୋମି ରେଟ୍‌ ୯.୦୫ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଆଭରେଜ ଓଭର ପିଛା ୧୨ରନ ରହିଥିଲା। ଦୀପକ ଚହର ମଧ୍ୟ ବିଶ୍ୱକପ୍‌ ପାଇଁ ଷ୍ଟାଣ୍ଡବାଇ ରହିଛନ୍ତି। ପୂର୍ବ ସିରିଜରେ ତାଙ୍କୁ ଗୋଟିଏ ହେଲେ ଗେମ୍‌ରେ ଖେଳିବା ଲାଗି ସୁଯୋଗ ମିଳି ନ ଥିଲା। ଦଳ ଯଦି ଏହାର ପେସ୍‌ ବୋଲରଙ୍କୁ ରୋଟେଟ କରିବାକୁ ଚାହିଁବ ତା’ହେଲେ ହୁଏତ ତାଙ୍କୁ ଗୋଟିଏ ଗେମ୍‌ରେ ସୁଯୋଗ ମିଳିପାରେ। ସ୍ଲଗ ଓଭରରେ ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମ୍‌ରାଙ୍କ ଯୋଡ଼ି ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା। ଇଞ୍ଜୁରିରୁ ଫେରିଥିବା ଯଶପ୍ରୀତ ବୁମ୍‌ରା ସମ୍ପୂର୍ଣ୍ଣ ରିଦିମ ଫେରିପାଇବା ଲାଗି ଉଦ୍ୟମ କରିବେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ରେ ୟୁଜବେନ୍ଦ୍ର ଚହଲ ଦେଖାଇଦେଲେ ଯେ, ଯଦି ବଲ୍‌ ଟର୍ନ କରେ ତାଙ୍କ ବୋଲିଂ ପ୍ରଭାବୀ ହେବ। ବିରାଟ କୋହଲି ଓ ରୋହିତ ଫର୍ମରେ ଥିବାଭଳି ମନେ ହେଉଛନ୍ତି। ବିଶ୍ୱକପ୍‌ ପାଇଁ ମନୋନୀତ ହୋଇଥିବା ଦୀପକ ହୁଦା ପିଠିରେ ସମସ୍ୟା ଯୋଗୁ ମଧ୍ୟ ଏହି ସିରିଜରେ ଖେଳିପାରୁନାହାନ୍ତି। ହୁଦାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ସ୍ଥାନ ମିଳିପାରେ। ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ବିଶ୍ୱକପ୍‌ରେ ଏକ ଗ୍ରୁପ୍‌ ଗେମ୍‌ରେ ଦକ୍ଷିଣ ଆଫ୍ରିକା ଓ ଭାରତ ପରସ୍ପରକୁ ଭେଟିବେ। ‘ଅଷ୍ଟ୍ରେଲିଆର ପିଚ୍‌ଗୁଡ଼ିକ ହେଉଛି ଭିନ୍ନ ଏବଂ ଗ୍ରାଉଣ୍ଡ ଆକାର ମଧ୍ୟ ବହୁତ ବଡ଼। ଜଣେ ବୋଲରଙ୍କୁ ସ୍ଥାନୀୟ କଣ୍ଡିଶନକୁ ଦୃଷ୍ଟିରେ ରଖି ବୋଲିଂ କରିବାକୁ ପଡ଼ିବ। ଭାରତୀୟ ବ୍ୟାଟରମାନଙ୍କୁ ବୋଲିଂ କରିବା ଏକ ବଡ଼ ସୁଯୋଗ ବୋଲି ଦକ୍ଷିଣ ଆଫ୍ରିକା ବୋଲର ଟାବ୍ରେଜ୍‌ ଶାମ୍‌ସି ପ୍ରକାଶ କରିଛନ୍ତି। ଯୁବ ଖେଳାଳି ଟ୍ରିଷ୍ଟିଆନ୍‌ ଷ୍ଟବ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଫ୍ରାଞ୍ଚାଇଜ୍‌ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଛି।
ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍‌, ବ୍ୟର୍ନ ଫୋର୍ଟୁଇନ୍‌, ରିଜା ହେଣ୍ଡ୍ରିକ୍ସ, ହେନ୍‌ରିକ୍‌ କ୍ଲାସେନ, ମାର୍କୋ ଜାନ୍‌ସେନ୍‌, କେଶବ ମହାରାଜ, ଏଡେନ ମାରକ୍ରମ, ଡେଭିଡ୍‌ ମିଲର, ଲୁନ୍‌ଗି ଏନ୍‌ଗିଡି, ଏନ୍‌ରିଚ୍‌ ନୋର୍ଜେ, ଓ୍ବେନ ପାର୍ନେଲ, ଆଣ୍ଡିଲ ଫେଲୁକ୍ୱାୟୋ, ଡ୍ବେନ ପ୍ରିଟୋରିଅସ, କାଗିସୋ ରାବାଡ଼ା, ରିଲି ରୋସୋ, ଟାବ୍ରେଜ୍‌ ଶାମ୍‌ସି ଓ ଟ୍ରିଷ୍ଟାନ ଷ୍ଟବ୍ସ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍‌. ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟକିପର), ଦୀନେଶ କାର୍ତ୍ତିକ (ଉଇକେଟକିପର), ଆର୍‌. ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ୍‌ ବୁମ୍‌ରା।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?