ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ରିତୁଶ୍ରୀ

ଭୁବନେଶ୍ୱର,୧୪।୪(ଶର୍ମିଷ୍ଠା ପାଣିଗ୍ରାହୀ)ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। ହେଲେ ଏହି ସଂଘର୍ଷ ଭିତରେ ଏକାକୀ ସମସ୍ତ ପରିସ୍ଥିତିକୁ ସାମ୍ନା କରି ନିଜ ଭବିଷ୍ୟତ ଗଢ଼ିବା ସହ ନିଜ ମାଟି ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା ଜଣେ ପ୍ରେରଣାଦାୟୀ ଟ୍ରାନ୍ସଜେଣ୍ଡର ହେଉଛନ୍ତି ରିତୁଶ୍ରୀ ପାଣିଗ୍ରାହୀ। ବରଗଡ଼ ଜିଲା ପଦ୍ମପୁରଠାରେ ଜନ୍ମିତ ରିତୁଶ୍ରୀ ଏବେ ଭାରତର ଏକମାତ୍ର ଟ୍ରାନ୍ସଜେଣ୍ଡର ଷ୍ଟାଣ୍ଡଅପ୍‌ କମେଡିଆନ୍‌। ଓଡ଼ିଶାରୁ ଯାଇ ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ ଭଳି ଅନେକ ସହରରେ ସେ ନିଜର ଷ୍ଟାଣ୍ଡଅପ୍‌ କମେଡି ମାଧ୍ୟମରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କର୍ପୋରେଟ ସେକ୍ଟରରେ ଚାକିରି କରିବା ସହ ସେ କମେଡି ମାଧ୍ୟମରେ ଲୋକଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି।
ଛୋଟବେଳୁ ତାଙ୍କୁ କମେଡି ଦେଖିବାକୁ ଓ କରିବାକୁ ଭଲ ଲାଗୁଥିଲା। ୨୦୧୭ରେ ଯେତେବେଳେ ସେ କଟକରେ ରହି ଲ’ ପ୍ରାକ୍ଟିସ୍‌ କରୁଥିଲେ ସେତେବେଳେ ୨ଟି ଅନୁଷ୍ଠାନ ଷ୍ଟାଣ୍ଡ୍‌ଅପ୍‌ କମେଡି ପାଇଁ ‘ଓପନ ମାଇକ୍‌’ ନାମରେ ପ୍ଲାଟଫର୍ମ ଆଣିଥିଲେ। ସେଠାରେ ଯେତେବେଳେ ସେ ପ୍ରଥମେ କମେଡି ପ୍ରଦର୍ଶନ କଲେ, ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ପରେ ପରେ ସେ ଅନେକ ଶୋ’ କରିବା ସହ ବାହାରକୁ ଯାଇ ନିଜ କମେଡି କ୍ୟାରିୟରକୁ ଆହୁରି ଆଗକୁ ନେଇଥିଲେ।

ନାମ ପଛର କାହାଣୀ
ରିତୁଶ୍ରୀଙ୍କ ନଁା ପଛରେ ବି କାହାଣୀ ରହିଛି। ଏ ସମ୍ପର୍କରେ ସେ କହିଛନ୍ତି, ମୋର ପୁରୁଣା ନାମକୁ ମୁଁ କାହାକୁ କହିବାକୁ ପସନ୍ଦ କରେନି। କାରଣ ମୋତେ ଯଦି ରିତୁଶ୍ରୀ ହେବାର ଥିଲା, ତେବେ ପୁରୁଣା ପରିଚୟ ନେଇ କ’ଣ କରିବି। ତେବେ ମୋତେ ପ୍ରଥମେ ସୋନଲ ନାମ ଭଲ ଲାଗୁଥିଲା। କିନ୍ତୁ ମୁଁ ଚିନ୍ତାକଲି ଯଦି ଜଣେ ଝିଅ ଭାବେ ଜନ୍ମ ହୋଇଥାନ୍ତି,. ବାପା ମୋ ନାମ କ’ଣ ରଖିଥାନ୍ତେ। ଆମଆଡ଼େ ଜାତକରେ ଯେଉଁ ଅକ୍ଷର ଉଠେ, ସେହି ଅନୁସାରେ ନାମ ଦିଆଯାଏ। ପୁଣି ମୋର ୨ ଭଉଣୀଙ୍କ ନାଁ ବନଶ୍ରୀ ଓ ଇତିଶ୍ରୀ। ତେଣୁ ସେହି ହିସାବରେ ପଦ ପକାଇ ୩ରୁ ୪ଟି ନାମ ଭାବିଲି। ସେଥିରୁ ରିତୁଶ୍ରୀ ନାମ ମୋତେ ଓ ଭଉଣୀଙ୍କୁ ପସନ୍ଦ ଆସିଲା। ଏହାପରେ ମୁଁ ରିତୁଶ୍ରୀ ହୋଇଗଲି।

ପରିବାରର ସପୋର୍ଟ ସାହସ ଦେଲା
ରିତୁଶ୍ରୀଙ୍କ ଅତୀତ ବେଶ୍‌ କିଛି ଶିଖାଏ। ଏକାକୀ ୩୫ ବର୍ଷ ଧରି ସେ ଯେ ନିଜକୁ ଟ୍ରାନ୍ସଜେଣ୍ଡର କହିବାକୁ ସାହସ ନ ଥିଲା। ଦୀର୍ଘବର୍ଷ ଧରି ସମସ୍ତ ପରିସ୍ଥିତିକୁ ସେ ହିଁ ସାମ୍ନା କରିଛନ୍ତି। ସେ କୁହନ୍ତି, ଆମକୁ କେବେ ଜେଣ୍ଡର ଏଜୁକେଶନ୍‌ ଦିଆଯାଏନାହିଁ। ଯେବେ ମୁଁ ନିଜେ ଜାଣିବାକୁ ପାଇଲି ତେବେ ବହୁତ ଡର ଲାଗିଲା। ଯଦି ଲୋକେ ଜାଣିବେ ସ୍କୁଲରେ କେମିତି ପଢ଼ିବି, ପୁଣି ପରିବାର କେମିତି ମୋତେ ଦେଖିବେ। ସେଥିପାଇଁ ନିଜକୁ ନିଜେ ୩୫ବର୍ଷ ଲୁଚାଇକି ରଖିଲି। ତା’ ଭିତରେ ମୋର ୨ଟା ପର୍ସନାଲିଟି ଡେଭଲପ୍‌ ହେଲା। ଯେବେ ଭୁବନେଶ୍ୱରରେ ରହି ଆଇନ ପଢ଼ିଲି, ଏହା ଉପରେ ବହୁତ ରିସର୍ଚ୍ଚ କଲି। କିଭଳି ରହିବି, କ’ଣ ଚାକିରି କରିବି। ପ୍ରାକ୍ଟିସ୍‌ କଲାବେଳେ ଏକୁଟିଆ ରହୁଥିଲି। ଘରେ ବି କହି ନ ଥିଲି। ଅହମଦାବାଦ ଆସିବା ପରେ ଘରେ ମୋର ବାହାଘର ପାଇଁ ଚିନ୍ତା କଲେ। ସେବେ ମୁଁ ମନାକଲି ବାହା ହେବିନି। ସେବେ ମୁଁ ପରିବାର ସହ ମୋର ଜେଣ୍ଡର ବିଷୟରେ ଶେୟାର କଲି। ପ୍ରଥମେ ମୋ ଭଉଣୀଙ୍କୁ କହିଲି। ମାତ୍ର ସବୁ ଶୁଣିବା ପରେ ସେମାନଙ୍କର ଯାହା ପ୍ରତିକ୍ରିୟା ଥିଲା ଲାଗିଲା ମୁଁ ତାଙ୍କୁ କାହିଁ ଆଗରୁ କହୁ ନ ଥିଲି। ସେମାନେ ମୋତେ ଗାଳିଦେବା ପରିବର୍ତ୍ତେ ଖୁସି ହେଲେ। ରାଗିଲେ, ଅଭିମାନ କରି କହିଲେ ଯେ ତୁ କାହିଁକି ଆମକୁ ଆଗରୁ କହି ନ ଥିଲୁ। ଏହା ମୋତେ ଆଗକୁ ବଢ଼ିବାକୁ ବହୁତ ସାହସ ଦେଲା। ମୁଁ ଯଦି ନ ଡରି ଆଗରୁ କହିଥାନ୍ତି, ବୋଧହୁଏ ମୋତେ ଏକାକୀ ଏତେଦିନ ନିଜ ଭିତରେ ନିଜେ ବଢ଼ିବାକୁ ପଡ଼ି ନ ଥାନ୍ତା। ମୋ ବଡ଼ଭଉଣୀ ଯେବେ ଇନ୍‌ଷ୍ଟାଗ୍ରାମରେ ମୋ ଫଟୋ ଦେଖିଲେ ସେ ମୋତେ କୁଣ୍ଢାଇ ପକାଇ କାନ୍ଦିଲେ। ତା’ ପରେ ସେମାନେ ଅଧିକରୁ ଅଧିକ ଶୋ’ କରିବାକୁ ସାହସ ଦେଲେ, ଆଉ ମୁଁ ଆଗକୁ ବଢ଼ିଲି।

‘ସମସ୍ତଙ୍କୁ ଲିଙ୍ଗଗତ ଶିକ୍ଷା ମିଳୁ’
ଆଇନ ପାଠପଢ଼ା ସରିବା ପରେ ରିତୁଶ୍ରୀ ଜଣେ ଆଡ୍‌ଭୋକେଟ ଭାବେ ପ୍ରାକ୍ଟିସ୍‌ କରୁଥିଲେ। ଜେଣ୍ଡର ଆଇଡେଣ୍ଟିଟି ପାଇଁ ତାଙ୍କୁ ଓଡ଼ିଶାରେ ରହିବାକୁ ଭଲ ଲାଗି ନ ଥିଲା। ସେଥିପାଇଁ ସେ ୨୦୧୯ରେ ଓଡ଼ିଶା ଛାଡ଼ି ବାହାରକୁ ଚାଲିଗଲେ। ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ରହିଥିବା ଭାବନା ସମ୍ପର୍କରେ ରିତୁଶ୍ରୀ କୁହନ୍ତି, ଜେଣ୍ଡର ଆଉ ସେକ୍ସ ୨ଟା ଅଲଗା ଜିନିଷ। ଅନେକେ ଏହା ଭିତରେ ଥିବା ପାର୍ଥକ୍ୟଟା ବୁଝିପାରନ୍ତି ନାହିଁ। ଆମର ଭ୍ରାନ୍ତ ଧାରଣା ଅଛି, ଯେଉଁମାନେ ଟ୍ରାନ୍ସଜେଣ୍ଡର ଭାବେ ଜନ୍ମ ହୁଅନ୍ତି ତାଙ୍କର ବୋଧେ କିଛି ଅଲଗା ଥାଏ। ସେସବୁ ଯାହାଟି ଥାଏ ତାଙ୍କୁ ଟ୍ରାନ୍ସଜେଣ୍ଡର ନୁହେଁ ଇଣ୍ଟରସେକ୍ସ କୁହାଯାଏ। ଶରୀର ପୁଅଙ୍କ ପରି ଥିବ, ହେଲେ ମାଇଣ୍ଡ୍‌ ନିଜକୁ ଜଣେ ମହିଳା ଭାବେ ଅନୁଭବ କରୁଥିବ, ସେମାନେ ହେଲେ ଟ୍ରାନ୍ସଜେଣ୍ଡର। ପରବର୍ତ୍ତୀ ସମୟରେ ହରମୋନ ଥେରାପି ନେଇ ଶରୀରରେ ପରିବର୍ତ୍ତନ କରିହେବ। ଲିଙ୍ଗଗତ ଶିକ୍ଷା ସମସ୍ତଙ୍କୁ ମିଳିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?