Posted inଫୁରସତ

ଅକ୍ସଫୋର୍ଡରେ ଭାରତର ପ୍ରଥମ ଦିବ୍ୟାଙ୍ଗ

ଅମୃତସର: ଦୃଢ ଇଚ୍ଛାଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ଏବେ ପ୍ରମାଣ କରି ଦେଖାଇଛନ୍ତି ପଞ୍ଜାବର ଦିବ୍ୟାଙ୍ଗ ଯୁବତୀ ପ୍ରତିଷ୍ଠା ଦେବେଶ୍ୱର। ବ୍ରିଟେନର ପ୍ରତିଷ୍ଠିତ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇବା କ୍ଷେତ୍ରରେ ସେ ଏବେ ଭାରତର ପ୍ରଥମ ହ୍ବିଲ୍‌ଚେୟାର ମହିଳା ହୋଇ ପାରିଛନ୍ତି।
ପଞ୍ଜାବ ହୋସିଆରପୁର ଜିଲାର ଝିଅ ପ୍ରତିଷ୍ଠା ଦେବେଶ୍ୱର ଦିଲ୍ଲୀ ୟୁନିଭର୍ସିଟିରୁ ସ୍ନାତକ ଶେଷ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ପ୍ରତିଷ୍ଠାଙ୍କର ଅଣ୍ଟା ହାଡ଼ ମାଡ଼ହୋଇ ଭାଙ୍ଗିଯାଇଥିବାରୁ ସେ ହ୍ବିଲ୍‌ଚେୟାର ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେ ତାଙ୍କ ମନୋବଳକୁ କମ୍‌ କରିବାକୁ ଦେଇ ନ ଥିଲେ। କାହା ଉପରେ ବୋଝ ନ ହୋଇ ନିଜର ସାମର୍ଥ୍ୟକୁ ଦେଖାଇ ଦେବା ପାଇଁ ସେ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଥିଲେ। ଦିବ୍ୟାଙ୍ଗମାନଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ନିମନ୍ତେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ସକାରାତ୍ମକ ବିଚାର ରଖିଥାନ୍ତି। ଏମିତି କି ଦେଶ ବାହାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରତିଷ୍ଠାଙ୍କର ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୟୁକେର ପ୍ରତିଷ୍ଠିତ ଡାଏନା ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି। ଖାଲି ସେତିକି ନୁହେଁ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର କଠିନ ପରିଶ୍ରମ ଏବଂ ସକାରାତ୍ମକ ଭାବନା ପାଇଁ ଏବେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ପଲିସିରେ ମାଷ୍ଟର୍ସ ଡିଗ୍ରୀ କରିବାର ସୁଯୋଗ ପାଇଛନ୍ତି। ପାଠ ପଢ଼ା ଶେଷ କରିବା ପରେ ସେ ଭାରତ ଫେରି ଦିବ୍ୟାଙ୍ଗଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଦିବ୍ୟାଙ୍ଗଙ୍କ ପାଇଁ ଆହୁରି ବହୁତ କିଛି ସୁଯୋଗ ସୃଷ୍ଟି କରିବା ବାକି ରହିଛି ବୋଲି ସେ କହିଛନ୍ତି। ଏହା ସହିତ ଦିବ୍ୟାଙ୍ଗ ଲୋକଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳାଇବା ମଧ୍ୟ ନିହାତି ଜରୁରୀ। ଏହି କାରଣରୁ ସେ ନିଜେ ଉଚ୍ଚଶିକ୍ଷା ଲାଭ କରି ପ୍ରତିଷ୍ଠିତ ହେବା ପରେ ଦିବ୍ୟାଙ୍ଗଙ୍କ ପାଇଁ ବହୁତ କିଛି କରିବାକୁ ଇଚ୍ଛା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri