Posted inଫୁରସତ

ଅକ୍ସଫୋର୍ଡରେ ଭାରତର ପ୍ରଥମ ଦିବ୍ୟାଙ୍ଗ

ଅମୃତସର: ଦୃଢ ଇଚ୍ଛାଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ଏବେ ପ୍ରମାଣ କରି ଦେଖାଇଛନ୍ତି ପଞ୍ଜାବର ଦିବ୍ୟାଙ୍ଗ ଯୁବତୀ ପ୍ରତିଷ୍ଠା ଦେବେଶ୍ୱର। ବ୍ରିଟେନର ପ୍ରତିଷ୍ଠିତ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇବା କ୍ଷେତ୍ରରେ ସେ ଏବେ ଭାରତର ପ୍ରଥମ ହ୍ବିଲ୍‌ଚେୟାର ମହିଳା ହୋଇ ପାରିଛନ୍ତି।
ପଞ୍ଜାବ ହୋସିଆରପୁର ଜିଲାର ଝିଅ ପ୍ରତିଷ୍ଠା ଦେବେଶ୍ୱର ଦିଲ୍ଲୀ ୟୁନିଭର୍ସିଟିରୁ ସ୍ନାତକ ଶେଷ କରିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ପ୍ରତିଷ୍ଠାଙ୍କର ଅଣ୍ଟା ହାଡ଼ ମାଡ଼ହୋଇ ଭାଙ୍ଗିଯାଇଥିବାରୁ ସେ ହ୍ବିଲ୍‌ଚେୟାର ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେ ତାଙ୍କ ମନୋବଳକୁ କମ୍‌ କରିବାକୁ ଦେଇ ନ ଥିଲେ। କାହା ଉପରେ ବୋଝ ନ ହୋଇ ନିଜର ସାମର୍ଥ୍ୟକୁ ଦେଖାଇ ଦେବା ପାଇଁ ସେ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଥିଲେ। ଦିବ୍ୟାଙ୍ଗମାନଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ନିମନ୍ତେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ସକାରାତ୍ମକ ବିଚାର ରଖିଥାନ୍ତି। ଏମିତି କି ଦେଶ ବାହାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରତିଷ୍ଠାଙ୍କର ଏଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୟୁକେର ପ୍ରତିଷ୍ଠିତ ଡାଏନା ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି। ଖାଲି ସେତିକି ନୁହେଁ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜର କଠିନ ପରିଶ୍ରମ ଏବଂ ସକାରାତ୍ମକ ଭାବନା ପାଇଁ ଏବେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ପଲିସିରେ ମାଷ୍ଟର୍ସ ଡିଗ୍ରୀ କରିବାର ସୁଯୋଗ ପାଇଛନ୍ତି। ପାଠ ପଢ଼ା ଶେଷ କରିବା ପରେ ସେ ଭାରତ ଫେରି ଦିବ୍ୟାଙ୍ଗଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଦିବ୍ୟାଙ୍ଗଙ୍କ ପାଇଁ ଆହୁରି ବହୁତ କିଛି ସୁଯୋଗ ସୃଷ୍ଟି କରିବା ବାକି ରହିଛି ବୋଲି ସେ କହିଛନ୍ତି। ଏହା ସହିତ ଦିବ୍ୟାଙ୍ଗ ଲୋକଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳାଇବା ମଧ୍ୟ ନିହାତି ଜରୁରୀ। ଏହି କାରଣରୁ ସେ ନିଜେ ଉଚ୍ଚଶିକ୍ଷା ଲାଭ କରି ପ୍ରତିଷ୍ଠିତ ହେବା ପରେ ଦିବ୍ୟାଙ୍ଗଙ୍କ ପାଇଁ ବହୁତ କିଛି କରିବାକୁ ଇଚ୍ଛା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri