Posted inଜାତୀୟ

ଭାରତର ରପ୍ତାନି ୨୨% ହ୍ରାସ

ନୂଆଦିଲ୍ଲୀ, ୧୫ା୭(ପି.ଟି.): ବିଶ୍ୱ ବଜାର ବିଶେଷ କରି ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ବଜାରରେ ଚାହିଦା ହ୍ରାସ କାରଣରୁ ଭାରତର ରପ୍ତାନି ୨୨ ପ୍ରତିଶତ ହ୍ରାସ ପାଇଁ ଜୁନ୍‌ରେ ୩୨.୯୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ହ୍ରାସ। ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଆମଦାନି ଓ ରପ୍ତାନି ହ୍ରାସ ଯୋଗୁ ଜୁନ୍‌ରେ ବାଣିଜି୍ୟକ ନିଅଣ୍ଟ ୨୦.୩ ବିଲିୟନ ଡଲାର ହୋଇଛି। ଗତବର୍ଷ ଏହି ମାସରେ ବାଣିଜି୍ୟକ ନିଅଣ୍ଟ ପରିମାଣ ୨୨.୦୩ ବିଲିୟନ ଡଲାର ଥିଲା। ଜୁନ୍‌ରେ ଇନ୍‌ବାଉଣ୍ଡ ଶିପ୍‌ମେଣ୍ଟ ୧୭.୪୮ ପ୍ରତିଶତ ହ୍ରାସ ପାଇ ୫୩.୧୦ ବିଲିୟନ ଡଲାର ହୋଇଛି।
ରପ୍ତାନି ହ୍ରାସକୁ ନେଇ ବାଣିଜ୍ୟ ସଚିବ ସୁନୀଲ ବର୍ଥଓ୍ବାଲ କହିଛନ୍ତି, ବାଣିଜ୍ୟ ସେକ୍ଟରର ଅଭିବୃଦ୍ଧି ବୈଶ୍ୱିକ କାରକଗୁଡ଼ିକ ଉପରେ ନିର୍ଭରଶୀଳ। ବିଶ୍ୱ ବାଣିଜ୍ୟରେ ମାନ୍ଦାବସ୍ଥା ଦେଖାଦେବା ନେଇ ଡବ୍ଲ୍ୟୁଟିଓ (ବିଶ୍ୱ ବାଣିଜ୍ୟ ସଂଗଠନ) ପୂର୍ବାନୁମାନ କରିଥିଲା। ବାଣିଜ୍ୟ ହ୍ରାସ ସମ୍ପର୍କରେ ବର୍ଥଓ୍ବାଲ କହିଛନ୍ତି, ଆମେରିକା, ୟୁରୋପ ସମେତ ବୃହତ୍‌ ଅର୍ଥବ୍ୟବସ୍ଥାଗୁଡ଼ିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବା ସହ ମୁଦ୍ରାସ୍ଫୀତିର ଚାପ ରହିଛି। ଧନୀ ରାଷ୍ଟ୍ରଗୁଡ଼କ ମୁଦ୍ରାନୀତିକୁ କଠୋର କରୁଥିବାରୁ ଉତ୍ପାଦନ ଓ ବ୍ୟବସାୟ ପ୍ରଭାବିତ ହେଉଛି, ଯାହା ମାନ୍ଦାବସ୍ଥାର ଅନ୍ୟତମ କାରଣ। ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି ପାଇବ ବୋଲି ରପ୍ତାନି ପ୍ରୋତ୍ସାହନ ପରିଷଦ ଆଶାବ୍ୟକ୍ତ କରିଛି।
ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ରପ୍ତାନି ୧୫.୧୩ ପ୍ରତିଶତ ହ୍ରାସ ପାଇ ୧୦୨.୬୮ ବିଲିୟନ ଡଲାରରେ ପହଞ୍ଚତ୍ଥିବାବେଳେ ଆମଦାନୀ ୧୨.୬୭ ପ୍ରତିଶତ ହ୍ରାସ ପାଇ ୧୬୦.୨୮ ବିଲିୟନ ଡଲାର ହୋଇଥିଲା। ଏପ୍ରିଲରୁ ଜୁନ୍‌ ମଧ୍ୟରେ ବାଣିଜି୍ୟକ ନିଅଣ୍ଟରେ ୭.୯ ପ୍ରତିଶତ ଉନ୍ନତି ହୋଇ ୫୭.୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ବାଣିଜି୍ୟକ ନିଅଣ୍ଟ ପରିମାଣ ୬୨.୬ ବିଲିୟନ ଡଲାର ଥିଲା।
ଜୁନ୍‌ରେ ତୈଳ ଆମଦାନି ୩୩.୮ ପ୍ରତିଶତ ହ୍ରାସ ପାଇ ୧୨.୫୪ ବିଲିୟନ ଡଲାର ହୋଇଛି। ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ଆମଦାନି ୧୮.୫୨ ପ୍ରତିଶତ ହ୍ରାସ ପାଇ ୪୩.୪ ବିଲିୟନ ଡଲାର ହୋଇଛି।  ଅନ୍ୟପକ୍ଷରେ ସୁନା ଆମଦାନି ଜୁନ୍‌ରେ ୮୨.୩୮ ପ୍ରତିଶତ ବଢ଼ି ୫ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ସୁନା ଆମଦାନି ୭.୫୪ ପ୍ରତିଶତ ହ୍ରାସ ପାଇ ୯.୭ ବିଲିୟନ ଡଲାର ଥିଲା। ମନ୍ତ୍ରଣାଳୟ କହିବା ଅନୁଯାୟୀ ୨୦୨୨-୨୩ ଆର୍ଥତ୍କ ବର୍ଷରେ ଭାରତର ବାଣିଜ୍ୟ ପ୍ରଦର୍ଶନରେ ବହୁତ ଭଲ ଅଭିବୃଦ୍ଧି ହୋଇଥିଲା। ଅନ୍ତର୍ଜାତୀୟ ସ୍ତରରେ ମାନ୍ଦାବସ୍ଥାର ପ୍ରଭାବରୁ ଚଳିତ ବର୍ଷ ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ବିଶ୍ୱବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ୍‌ ପ୍ରସ୍ପେକ୍ଟସ୍‌ ରିପୋର୍ଟ (୨୦୨୩ ଜୁନ୍‌), ଅନୁଯାୟୀ ୨୦୨୩ରେ ବୈଶ୍ୱିକ ଅର୍ଥନୀତି ୨.୧ ପ୍ରତିଶତକୁ ହ୍ରାସ ପାଇବାକୁ ଯାଉଛି। ଗତବର୍ଷ ଏହା ୩.୧ ପ୍ରତିଶତ ଅଭିବୃଦ୍ଧି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?