ଭାରତର ଅର୍ଥନୀତି ୬.୬% ବଢ଼ିବା ନେଇ ଆକଳନ

ଭୁବନେଶ୍ୱର,୨୬।୧୦: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ନୂଆ ବିଶ୍ୱ ଅର୍ଥନୀତି ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ସକାରାତ୍ମକ ଅନୁମାନ କରାଯାଇଛି। ୨୦୨୫-୨୬ରେ ଭାରତର ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ, ଯାହା ବିଶ୍ୱର ସବୁଠାରୁ ଦ୍ରୁତ ବଢ଼ୁଥିବା ବଡ଼ ଅର୍ଥନୀତି ହେବ। ଆଇଏମଏଫ କହିଛି, ଭାରତର ପ୍ରଥମ ତ୍ରୟମାସିକର ମଜବୁତ୍‌ ବୃଦ୍ଧି ଆମେରିକାର ଟାରିଫ ପ୍ରଭାବକୁ ସନ୍ତୁଳନ କରିଛି। ତେଣୁ ଅନୁମାନ ୬.୩ରୁ ବଢ଼ାଇ ୬.୬ ପ୍ରତିଶତ କରାଯାଇଛି। ଚୀନ ୪.୮ ପ୍ରତିଶତ ବଢ଼ିବ ବେଳେ ଭାରତ ଆଗରେ ରହିବ।
ପ୍ରଥମ ତ୍ରୟମାସିକରେ ଭାରତର ଜିଡିପି ୭.୮ ପ୍ରତିଶତ ବଢ଼ିଥିଲା। ଘରୋଇ ଖର୍ଚ୍ଚ, ଶିଳ୍ପ ଉତ୍ପାଦନ ଓ ଭିତ୍ତିଭୂମି ନିବେଶ କାରଣରୁ ଏହା ସମ୍ଭବ ହୋଇଥିଲା। ତଥାପି ୨୦୨୬ରେ ଅନୁମାନ ୬.୨ ପ୍ରତିଶତକୁ ଖସାଇଛନ୍ତି ଆଇଏମଏଫ। ଘରୋଇ ଚାହିଦା ମଜବୁତ୍‌ ରହିବ ବୋଲି କୁହାଯାଇଛି। ବିଶ୍ୱ ଅର୍ଥନୀତି ୨୦୨୫ରେ ୩.୨ ଓ ୨୦୨୬ରେ ୩.୧ ପ୍ରତିଶତ ବଢ଼ିବ। ଦରବୃଦ୍ଧିଧୀରେ କମିବ, ମାତ୍ର ଦେଶଭେଦରେ ଭିନ୍ନତା ରହିବ। ବିକଶିତ ଦେଶ ୧.୬ ଓ ବିକାଶୋନ୍ମୁଖୀ ଦେଶ ୪.୨ ପ୍ରତିଶତ ବଢ଼ିବେ। ଭାରତ ସବୁଠାରୁ ଆଗରେ ରହିବ। ଆମେରିକା ୧.୯, ବ୍ରାଜିଲ ୨.୪, କାନାଡ଼ା ୧.୨ ଓ ଜାପାନ ୧.୧ ପ୍ରତିଶତ ବଢ଼ିବ। ସ୍ପେନ ୨.୯ ପ୍ରତିଶତ ସହ ବିକଶିତ ଦେଶମାନଙ୍କରେ ଆଗରେ ରହିବ ବୋଲି ଆକଳନ କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri