Posted inଖେଳ

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନ୍ୟୁଜିଲାଣ୍ଡ। ‘ପୁଲ୍‌ ଅଫ୍‌ ଡେଥ୍‌’ରେ ସ୍ଥାନ ପାଇଥିଲେ ହେଁ ଭାରତୀୟ ପୁରୁଷ ଦଳ ଏଥର ପଦକ ରଙ୍ଗରେ ଉନ୍ନତି ସହ ସ୍ବଦେଶ ଫେରିବା ଲକ୍ଷ୍ୟ ରଖିଛି। ତେଣୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ଦଳର ଏକମାତ୍ର ଲକ୍ଷ୍ୟ। ଟୋକିଓରେ ଭାରତ ଦୀର୍ଘ ୪୧ ବର୍ଷର ପଦକ ଶୂନ୍ୟତାକୁ ପୂରଣ କରିଥିଲା।

ଅଲିମ୍ପିକ୍ସରେ ଭାରତ ରେକର୍ଡ ୮ ସ୍ବର୍ଣ୍ଣ ପଦକ ହାସଲ କରିସାରିଛି। ପୂର୍ବ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବାରୁ ଏଥର ଦଳ ନିକଟରୁ ଆଶା ବଢ଼ିଛି। ତେବେ ଏଥର ଭାରତ ପାଇଁ ପଥ ଅତ୍ୟନ୍ତ କଷ୍ଟସାଧ୍ୟ। କାରଣ ପୁଲ୍‌ ‘ବି’ରେ ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମ, ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ। ପୁଲ୍‌ ‘ଏ’ରେ ନେଦରଲାଣ୍ଡ୍ସ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ, ସ୍ପେନ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ଫ୍ରାନ୍ସ ସ୍ଥାନ ପାଇଛି। ପ୍ରତି ଗ୍ରୁପ୍‌ରୁ ୪ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚପରେ ଭାରତ ୨୯ରେ ଆର୍ଜେଣ୍ଟିନା ଓ ୩୦ରେ ଆୟର୍ଲାଣ୍ଡକୁ ଭେଟିବ। ଏହି ୩ଟି ମ୍ୟାଚ ଜିତିବା ସହ ଯଥାସମ୍ଭବ ଅଧିକ ପଏଣ୍ଟ ହାସଲ କରିବା ଭାରତର ଲକ୍ଷ୍ୟ ରହିବ। କାରଣ ଅଗଷ୍ଟ ୧ରେ ବେଲ୍‌ଜିୟମ ଏବଂ ୨ରେ ଅଷ୍ଟ୍ରେଲିଆ ସହିତ ଏହାର ମୁକାବିଲା ହେବ। ‘ଓ୍ବାଲ୍‌ ଅଫ୍‌ ଇଣ୍ଡିଆନ ହକି’ ଗୋଲକିପର ପି.ଆର. ଶ୍ରୀଜେଶ ଏହି ଅଲିମ୍ପିକ୍ସ ପରେ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ତେଣୁ ସ୍ମରଣୀୟ ସ୍ମୃତି ସହ ହରମନପ୍ରୀତ ସିଂଙ୍କ ଦଳ ଶ୍ରୀଜେଶଙ୍କୁ ବିଦାୟ ଦେବାପାଇଁ ଭଲ ସୁଯୋଗ ରହିବ। ୧୬ ଜଣିଆ ଭାରତୀୟ ଦଳରେ ୧୧ ଜଣ ଅଲିମ୍ପିକ୍‌ ମେଡାଲିଷ୍ଟ ଅଛନ୍ତି। ଜରମନପ୍ରୀତ ସିଂ, ସୁଖଜିତ ସିଂ, ଅଭିଷେକ, ରାଜକୁମାର ପାଲ୍‌ ଓ ସଞ୍ଜୟ ଏଥର ଡେବ୍ୟୁ କରିବେ। କ୍ୟାରିୟରର ୪ର୍ଥ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଶ୍ରୀଜେଶ ଓ ମନପ୍ରୀତ ସିଂ ଗତ ଦେଢ଼ ଦଶନ୍ଧି ଧରି ଭାରତୀୟ ଦଳର ପିଲାର ସାଜି ଆସିଛନ୍ତି। ଏହି ଅଲିମ୍ପିକ୍ସ ମନପ୍ରୀତଙ୍କ ପାଇଁ ମଧ୍ୟ ଶେଷ ଗେମ୍ସ ହେବ ବୋଲି ଆଶା କରାଯାଉଛି। କାରଣ ଏହାପରେ ଭାରତୀୟ ଦଳର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ।

ଏକଦା ୩ୟ ସ୍ଥାନରେ ଥିବା ଭାରତ ସମ୍ପ୍ରତି ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ୍‌ର ୭ମ ସ୍ଥାନକୁ ଖସିଛି। ତେବେ ଆଧୁନିକ ହକିରେ ର଼୍ୟାଙ୍କିଙ୍ଗ୍‌କୁ ନେଇ କୌଣସି ଦଳର ଶକ୍ତି କଳନା କରାଯାଉନାହିଁ। କାରଣ ଭୁବନେଶ୍ୱର ଏବଂ ରାଉରକେଲାରେ ଯୁଗ୍ମଭାବେ ଆୟୋଜନ ହୋଇଥିବା ୨୦୨୩ ବିଶ୍ୱକପରେ ଭାରତୀୟ ଦଳ ସମ୍ପ୍ରତି ୧୦ମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। କ୍ରସ୍‌ ଓଭର ମ୍ୟାଚରେ ଶୁଟ୍‌ଆଉଟ ପରାଜୟ ଯୋଗୁ ଭାରତ ବିଶ୍ୱକପରେ ଟପ୍‌-୮ରେ ସ୍ଥାନ ପାଇପାରି ନ ଥିଲା। ତେଣୁ ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ ପ୍ରଥମ ୩ଟି ମ୍ୟାଚ୍‌ର ଗୁରୁତ୍ୱକୁ ଭଲଭାବେ ଉପଲବ୍ଧି କରିଛନ୍ତି। ”ଅଲିମ୍ପିକ୍ସରେ କୌଣସି ମ୍ୟାଚ ସହଜ ନୁହେଁ। ଆମେ ଏବେ ପ୍ରଥମ ଗେମ୍‌ ଉପରେ ଫୋକସ କରୁଛୁ। ବେଲ୍‌ଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବା ପୂର୍ବରୁ ମୋମେଣ୍ଟମରେ ରହିବା ଲକ୍ଷ୍ୟ ରଖିଛୁ“ ବୋଲି ଫୁଲଟନ କହିଛନ୍ତି।

କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳିବାକୁ ଯାଉଥିବାରୁ ଶ୍ରୀଜେଶ ଗୋଲପୋଷ୍ଟ ସମ୍ମୁଖରେ କୌଣସି ତ୍ରୁଟି କରିବାକୁ ଚାହୁଁନାହାନ୍ତି। ଶ୍ରେଷ୍ଠ ପ୍ରଦର୍ଶନ ସହ ଦଳକୁ ପୋଡିୟମ ଫିନିଶ୍‌ କରାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ରକ୍ଷଣଭାଗ ମୁଖ୍ୟତଃ ଅଧିନାୟକ ହରମନପ୍ରୀତ, ଓଡ଼ିଶାର ତାରକା ଖେଳାଳି ଅମିତ ରୋହିଦାସ, ସୁମିତ, ଜନମନପ୍ରୀତ ଓ ସଞ୍ଜୟଙ୍କ ଉପରେ ନିର୍ଭର କରିବ। ମନପ୍ରୀତ, ଉପଅଧିନାୟକ ହାର୍ଦ୍ଦିକ ସିଂ ଓ ବିବେକ ସାଗର ପ୍ରସାଦ ମିଡ୍‌ଫିଲ୍ଡ ଦାୟିତ୍ୱରେ ରହିବେ। ଲଳିତ ଉପାଧ୍ୟାୟ, ମନଦୀପ ସିଂ, ଗୁରଜାନ୍ତ ସିଂ, ଅଭିଷେକ ଓ ସୁଖଜିତଙ୍କ ଉପରେ ଗୋଲ ସ୍କୋରିଂ ଦାୟିତ୍ୱ ରହିବ। ହରମନପ୍ରୀତ ଏବେ ବିଶ୍ୱର ଶ୍ରେଷ୍ଠ ଡ୍ରାଗ୍‌ଫ୍ଲିକରଙ୍କ ମଧ୍ୟରୁ ଅନ୍ୟତମ।
୨୦୨୩ ଏସିଆନ ଗେମ୍ସ ବିଜୟ ସହ ଭାରତ ଡାଇରେକ୍ଟ ଅଲିମ୍ପିକ୍ସ ଟିକେଟ ପାଇଥିଲା। ଗତ ଫେବୃୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଦଳ ୨ ଥର ସ୍ପେନ୍‌କୁ ପରାସ୍ତ କରିଥିବାବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ଥରେ ଲେଖାଏ ବିଜୟ ଓ ପରାଜୟ ସ୍ବାଦ ଚାଖିଥିଲା। ତେବେ ଅଷ୍ଟ୍ରେଲିଆଠାରୁ ୨ଥର ହାରିଥିଲା ଏବଂ ଆୟର୍ଲାଣ୍ଡ ବିପକ୍ଷରେ ୨ ଥର ଜିତିଥିଲା। ଗତ ଏପ୍ରିଲରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୫ରେ ପରାଜିତ ହୋଇଥିଲା। ଏହାପରେ ଆଣ୍ଟ୍ବେର୍ପରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଆର୍ଜେଣ୍ଟିନାକୁ ୨ ଥର ହରାଇଥିବାବେଳେ ବେଲଜିୟମ, ଜର୍ମାନୀ ଓ ଗ୍ରେଟ୍‌ ବ୍ରିଟେନଠାରୁ ପରାଜୟ ବରଣ କରିଥିଲା।

ଏଥର ଅଲିମ୍ପିକ୍ସରେ ଭାରତୀୟ ଦଳ ନିକଟରୁ ଘରୋଇ ଦର୍ଶକଙ୍କ ଆଶା ଆକାଂକ୍ଷାକୁ ଅଧିନାୟକ ହରମନପ୍ରୀତ ଭଲଭାବେ ବୁଝିଛନ୍ତି। ”ଦୀର୍ଘଦିନ ପରେ ଭାରତୀୟ ହକି ଦଳ ପଦକ ହାସଲକାରୀ ଭାବେ ଅଲିମ୍ପିକ୍ସ ଖେଳିବାକୁ ଯାଉଛି। ତେଣୁ ଆମ ନିକଟରୁ ଦର୍ଶକଙ୍କର ଅଧିକ ଆଶା ରହିବା ସ୍ବାଭାବିକ। ଆମେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ“ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri