ପ୍ରାକୃତିକ ବିପର୍ଯ୍ୟୟକୁ ଶୀଘ୍ର ଭୁଲି ପାରନ୍ତି ଭାରତୀୟ !

ନୂଆଦିଲ୍ଲୀ, ୩୧।୮: ପୃଥିବୀରେ ଦକ୍ଷିଣ ଏସିଆ ବାସିନ୍ଦାଙ୍କର ଏକ ସ୍ବତନ୍ତ୍ର ସ୍ଥିତି ରହିଛି। ଏଠାରେ ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୁତ ହୋଇଥାଏ। କେବେ ଭୂମିକମ୍ପ ତ କେବେ ବାତ୍ୟା। ପୁଣି କେବେ ମହାମାରୀ ଅବା ସୁନାମୀ। ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସହିବା ଦକ୍ଷିଣ ଏସିଆ ବାସିନ୍ଦାଙ୍କ ସହଜାତ ପ୍ରବୃତ୍ତି ଭଳି ମନେହୋଇଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ମଧ୍ୟରେ ଏଭଳି ପ୍ରବୃତ୍ତି ଅଧିକ ଦେଖିବାକୁ ମିଳିଥାଏ। ଚିକିତ୍ସା ବିଜ୍ଞାନ ଅନୁସାରେ ଯେଉଁମାନଙ୍କ ଶରୀରରେ ସେରାଟୋନିନ୍‌ ନାମକ ହରମୋନ୍‌ କ୍ଷରଣ ଅଧିକ ହୋଇଥାଏ। ସେମାନେ ଶୀଘ୍ର ଅବସାଦଗ୍ରସ୍ତ ହୋଇଥାନ୍ତି। ଅପର ପକ୍ଷରେ ଯେଉଁମାନଙ୍କ ଶରୀରରେ ଡୋପାମାଇନ୍‌ ହରମୋନ୍‌ ଅଧିକ କ୍ଷରଣ ହୁଏ ସେମାନେ ଦୁଃଖରେ ମଧ୍ୟ ଖୁସି ରହିବାର କ୍ଷମତା ରଖିଥାନ୍ତି। ଜଳବାୟୁର ପ୍ରଭାବ ମଧ୍ୟ ଏସବୁ ହରମୋନ୍‌ କ୍ଷରଣକୁ ପ୍ରଭାବିତ କରୁଥିବା କୁହାଯାଇଥାଏ। ଦକ୍ଷିଣ ଏସିଆର ଜଳବାୟୁ ଡୋପାମାଇନ୍‌ ହରମୋନ କ୍ଷରଣକୁ ପ୍ରଭାବିତ କରିଥାଏ ବୋଲି କେତେକ ମତ ଦେଇଥାନ୍ତି। ଭାରତରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପରେ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଦୁଃଖୀଙ୍କୁ ସହାୟତା କରିବା ଲାଗି ବହୁ ସହଯୋଗର ହାତ ବଢ଼ିଆସିଥାଏ। ଏହା ଶୀଘ୍ର କ୍ଷତ ଭରିଦେଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇସ ମିଲ୍‌ ପରିସରରୁ ମିଳିଲା ସ୍କ୍ରାପ ଗୋଟାଳିଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

କୁଆଁରମୁଣ୍ଡା,୨୮।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ କୁମଝରିଆ ପଞ୍ଚାୟତ ବିଜାବାହାଲ ନିକଟସ୍ଥ ଏକ ରାଇସ ମିଲ୍‌ ପରିସରରୁ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଛି।…

‘ତତ୍କାଳ’ ଏବଂ ‘କରେଣ୍ଟ’ ଟିକେଟ୍ ବୁକିଂ ମଧ୍ୟରେ ଥିବା ତଫାତ କ’ଣ? ଜାଣିଥିଲେ ସହଜ ହେବ ଯାତ୍ରା

ନୂଆଦିଲ୍ଲୀ,୨୮।୬: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂର ଅନେକ ବିକଳ୍ପ ରହିଛି। ଏହା ମଧ୍ୟରେ ତତ୍କାଳ ବୁକିଂ (Tatkal Booking) ଏବଂ କରେଣ୍ଟ…

ଚିତ୍କାର-ଧୂଆଁ-ମୃତ୍ୟୁ…ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା, ୧୪ମୃତ

ରିୟାଦ,୨୮।୬: ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଦେବସ୍ନାନ ପୂର୍ଣ୍ଣିମା, ଆସନ୍ତାକାଲି ସବୁ ସ୍କୁଲ୍‌ ବନ୍ଦ

ପୁରୀ,୨୮ା୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଶିଶୁ ବାଟିକାଠାରୁ ଦ୍ବାଦଶ…

ପ୍ରଦୀପଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା, ସହଯୋଗର ହାତ ବଢ଼ାଇଲେ ସାଥି ଶିକ୍ଷକ

ଦାରିଙ୍ଗବାଡି,୨୮ା୬(ଅରୁଣ ସାହୁ): ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ସାଥି ଶିକ୍ଷକ ମାନେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକାଶଯୋଗ୍ୟ…

ଅଲଗା ହେବେ ଗୌରବ ଖାନ୍ନା-ଆକାଂକ୍ଷା ଚମୋଲା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ!

ମୁମ୍ବାଇ: ଅଲଗା ହେବେ ଟେଲିଭିଜନ ଦୁନିଆର ଆଉ ଏକ ପ୍ରିୟ ଦମ୍ପତି। ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍‌ବସ୍‌ ବିଜେତା ଗୌରବ ଖାନ୍ନାଙ୍କ ସମ୍ପର୍କରେ…

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri