Posted inଜାତୀୟ

ଇଣ୍ଟରନେଟ ବ୍ୟବହାରରେ ଭାରତୀୟ ମହିଳା ପଛୁଆ: ଅକ୍ସଫାମ ଇଣ୍ଡିଆ ରିପୋର୍ଟ…

ନୂଆଦିଲ୍ଲୀ,୫।୧୨ : ଏନଜିଓ ଅକ୍ସଫାମ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ଇଣ୍ଟରନେଟ ବ୍ୟବହାରରେ ମହିଳାମାନେ ବହୁ ପଛରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କେବଳ ଏକ ତୃତୀୟାଂଶ ଇଣ୍ଟରନେଟ ବ୍ୟବହାରକାରୀ ହେଉଛନ୍ତି ମହିଳା।

ଏନଜିଓ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ଇନଇକ୍ୱାଲିଟି ରିପୋର୍ଟ ୨୦୨୨: ଡିଜିଟାଲ ଡିଭାଇଡ ’ଅନୁଯାୟୀ ଭାରତୀୟ ମହିଳାଙ୍କ ପାଖରେ ମୋବାଇଲ ଫୋନ ହେବାର ସମ୍ଭାବନା ୧୫ ପ୍ରତିଶତ ରହିଛି। ସେହିପରି ପୁରୁଷଙ୍କ ତୁଳନାରେ ମୋବାଇଲ ଇଣ୍ଟରନେଟ ସେବା ବ୍ୟବହାର କରିବା କ୍ଷେତ୍ରରେ ଏହା ୩୩ ପ୍ରତିଶତ କମ।

ଅଧ୍ୟୟନରେ କୁହାଯାଇଛି ଯେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଲିଙ୍ଗଗତ ବ୍ୟବଧାନ ୪୦.୪ ପ୍ରତିଶତ ସହିତ ଭାରତ ସବୁଠାରୁ ଖରାପ ସ୍ଥିତିରେ ରହିଛି। ଏହି ରିପୋର୍ଟରେ ଗ୍ରାମାଞ୍ଚଳ-ସହରୀ ଡିଜିଟାଲ ବିଭେଦ ମଧ୍ୟ ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ବର୍ଷକୁ ୧୩ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ଅଭିବୃଦ୍ଧି ହାର ପଞ୍ଜିକରଣ କରିବା ସତ୍ତ୍ୱେ ଗ୍ରାମାଞ୍ଚଳର ମାତ୍ର ୩୧ ପ୍ରତିଶତ ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ସହରାଞ୍ଚଳରେ ଏହା ୬୭ ପ୍ରତିଶତ ରହିଛି। ଏହି ରିପୋର୍ଟରେ ଜାନୁଆରୀ ୨୦୧୮ ରୁ ଡିସେମ୍ବର ୨୦୨୧ ମଧ୍ୟରେ କରାଯାଇଥିବା ଭାରତୀୟ ଅର୍ଥନୀତି ଘରୋଇ ସର୍ବେକ୍ଷଣର ପ୍ରାଥମିକ ତଥ୍ୟ ବିଶ୍ଳେଷଣ କରାଯାଇଛି ।

ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ଇଣ୍ଟରନେଟ ବ୍ୟବହାର କରାଯାଉଥିବାବେଳେ ଏହା ପଛକୁ ଗୋଆ ଏବଂ କେରଳ ରହିଛି। ଏହା ବିହାରରେ ସର୍ବନିମ୍ନ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?