ସଚିନ ଅବସର ନେବାପରେ ଆଇପିଏଲ୍‌ ଦେଖିବା ଛାଡ଼ିଦେଲେ ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ସୁଷମା ବର୍ମା ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ପ୍ରଶଂସିକା। କିନ୍ତୁ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅବସର ପରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ଛାଡ଼ିଦେଇଛନ୍ତି ବୋଲି ୨୭ ବର୍ଷୀୟା ସୁଷମା କହିଛନ୍ତି। ‘ମୁଁ ଆଉ ଅଧିକ ଆଇପିଏଲ୍‌ ମ୍ୟାଚ୍‌ ଦେଖୁନାହିଁ। ଯେତେବେଳେ ସଚିନ ମୁମ୍ବାଇ ପକ୍ଷରୁ ଖେଳୁଥିଲେ ସେତେବେଳେ ଆଇପିଏଲ୍‌ ଦେଖୁଥିଲି। ସଚିନ ମୋର ପସନ୍ଦର କ୍ରିକେଟର୍‌। ଥରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ଦେଖବା ପାଇଁ ଧର୍ମଶାଳା ପହଞ୍ଚିଥିଲି। ସେହି ମ୍ୟାଚ୍‌ରେ ସଚିନ ଖେଳିବେ ବୋଲି ଆଶାଥିଲା। କିନ୍ତୁ ସେ ଏହି ମ୍ୟାଚ୍‌ ଖେଳି ନ ଥିଲେ। ସେବେଠାରୁ ଆଇପିଏଲ୍‌ ନ ଦେଖିବା ପାଇଁ ସ୍ଥିର କରିଥିଲି।’ ୧୯୯୨ରେ ସିମଲାରେ ଜନ୍ମଗ୍ରହଣ କରିଥିବା ସୁଷମା ଭାରତ ପକ୍ଷରୁ ୩୮ ଦିନିକିଆ ଓ ୧୯ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। କିନ୍ତbୁ୨୦୧୮ ପରଠାରୁ ସେ ଆଉ ଜାତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, ଗିଲଖ୍ରୀଷ୍ଟଙ୍କଠାରୁ ଉନ୍ନତର ଉଇକେଟକିପର ବ୍ୟାଟ୍ସମ୍ୟାନ

କରାଚୀ,୨୨।୯: କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ଭାରତର ମହେନ୍ଦ୍ର ସିଂ ଧୋନୀ। ଏମାନଙ୍କୁ ପଛରେ ପକାଇଛନ୍ତି...

ପ୍ରଥମ ଦିନିକିଆ: ଟେଲରଙ୍କ ଶତକ ନିଷ୍ଫଳ: ପାକିସ୍ତାନ ୨୬ ରନରେ ବିଜୟୀ

ରାଓ୍ବଲପିଣ୍ଡି,୩୧।୧୦(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ୨୬ ରନରେ ବିଜୟୀ ହୋଇଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ...

ପରାଜୟ ସତ୍ତ୍ୱେ ୪୪ ଲକ୍ଷ ଟଙ୍କା ପାଇଲେ ପ୍ରଜନେସ

ମେଲବୋର୍ନ, ୨୧।୧ (ପି.ଟି.)- ଭାରତର ଏକ ନମ୍ବର ଟେନିସ ଖେଳାଳି ପ୍ରଜନେସ ଗୁଣେଶ୍ୱରନ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।...

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଏମିତି ଥିଲା ଧୋନୀଙ୍କ ପ୍ରତିକ୍ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ଚକିତ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମିତ ‘ଏମଏସ...

ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ଇନ୍ଦୋର,୧୨।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ। ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଖେଳିବାକୁ...

ମହାନ ଅଲରାଉଣ୍ଡରଙ୍କୁ ପଛରେ ପକାଇଲେ ଅଶ୍ୱିନ

ଚେନ୍ନାଇ, ୧୫।୨ : ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୫ ଉଇକେଟ ନେବା ସହ ଶତକୀୟ ଇନିଂସ ଖେଳିଛନ୍ତି।...

ବିଶ୍ୱରେକର୍ଡ ଭାଙ୍ଗିଦେଲେ ଏହି ଭାରତୀୟ କ୍ରିକେଟର୍‌

ମେଲବୋର୍ନ,୨୯।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ଭାରତୀୟ ବୋଲିଂ ଲାଇନଅପର ସମସ୍ତ ବୋଲର ନିଜର ଶ୍ରେଷ୍ଠ ପ୍ରଦର୍ଶନ...

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ...

BGU
Play 250+ Trending Games
Archives

Model This Week

Why Dharitri