Posted inଜାତୀୟ

ନାରୀଶକ୍ତିଙ୍କୁ ସମ୍ମାନ ଭାରତୀୟ ପରମ୍ପରା: ଓମ ବିର୍ଲା…

ନୂଆଦିଲ୍ଲୀ,୧୮।୩ : ଭାରତର ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ରାଣୀ ଲକ୍ଷ୍ମୀ ବାଈ ହିଁ ସ୍ବାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବହୁ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ଆମର ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସମ୍ବୋଧିତ କରିବାବେଳେ ଲୋକସଭା ବାଚସ୍ପତି ଓମ ର୍ବିଲା ଏହା କହିଛନ୍ତି। ଓମ ର୍ବିଲା କହିଛନ୍ତି ଯେ ମହିଳା ଶକ୍ତି ପ୍ରତି ସମ୍ମାନ ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ଏକ ଅଂଶ। ଜ୍ୟୋତିବା ଫୁଲେ, ସାବିତ୍ରୀ ବାଈ ଫୁଲେ, ବାବା ସାହେବ ଆମ୍ବେଦକରଙ୍କ ପରି ସାମାଜିକ ସଂସ୍କାରକଙ୍କୁ ମନେ ପକାଇ ସେ କହିଛନ୍ତି ଯେ ମହିଳା ସଶକ୍ତିକରଣରେ ସେମାନଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ଦେଶର ବିକାଶରେ ମହିଳାମାନଙ୍କର ଅଂଶଗ୍ରହଣକୁ ନେଇ ଓମ ର୍ବିଲା କହିଛନ୍ତି ଯେ ଆଜି ଦେଶର ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ସୀମା ଯୁଦ୍ଧ ପର୍ଯ୍ୟନ୍ତ, ମହିଳାମାନେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି। ଲକ୍ଷ ଲକ୍ଷ ମହିଳା ସେଲ୍ଫ ହେଲ୍ପ ଗ୍ରୁପ ମାଧ୍ୟମରେ ସେମାନଙ୍କର ଛୋଟ ଶିଳ୍ପ ଚଳାଇ ସମାଜରେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି। ଅଲ ଇଣ୍ଡିଆ ସେବାର ଅଧିକାରୀମାନେ ସଂସଦକୁ ଶିକ୍ଷାଗତ ଯାତ୍ରା ପାଇଁ ଆସନ୍ତି, ସେତେବେଳେ ଦେଖାଯାଏ ମହିଳା ପ୍ରଶିକ୍ଷକଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ।

ସମୟ ସହିତ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇଛି। ଯେତେବେଳେ ଆମ ଦେଶ ସ୍ବାଧୀନ ହେଲା, ଦେଶର ସଂସଦରେ ମହିଳାଙ୍କ ସଂଖ୍ୟା ୧୫ ଥିଲା। ଆଜି ୧୧୫ ଜଣ ମହିଳା ଭାରତ ସଂସଦରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ଆଜି ୧୪ ଲକ୍ଷରୁ ଅଧିକ ମହିଳା ନେତୃତ୍ୱ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନରେ ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ...

ମୁଁ ବି ମୋଦିଙ୍କ ବରାବର ହୋଇଗଲିଣି: ସିସୋଡିଆ

ନୂଆଦିଲ୍ଲୀ,୯ ।୨: ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ଓ ଭାଜପା ମଧ୍ୟରେ ଗୁପ୍ତଚର ଅଭିଯୋଗକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଭାଜପାର ଗୁପ୍ତଚର ଅଭିଯୋଗ...

ରମଜାନ ଇଦ୍‌ ପାଳନରେ ବାଧା ଦେବନି ଏମ୍‌ଏନ୍‌ଏସ୍‌

ମୁମ୍ବାଇ,୩।୫: ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ କରିବେ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ସୋମବାର ଘୋଷଣା କରିଛନ୍ତି।...

ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ: ଜେଜେପି

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିଛି। ଏଠାରେ ଭାଜପା ବହୁମତ ହାସଲଠାରୁ ପଛରେ ପଡ଼ିଛି। ଅପରପକ୍ଷରେ କଂଗ୍ରେସ ଶାସକ ଦଳ ସହିତ କଡ଼ା...

ଦେଶର ୭୧୮ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍‌..

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର...

ସୀମାନ୍ତ ସ୍ଥିତି ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ,୧୫ା୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସେନାବାହିନୀର ଶୀର୍ଷ ପଦାଧିକାରୀମାନଙ୍କ ବୈଠକରେ ପାକିସ୍ତାନ ଓ ଚାଇନା ସୀମାନ୍ତର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ସ୍ଥଳସେନା...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ...

ମୃତକଙ୍କୁ ନାଗରିକତ୍ୱ ପ୍ରମାଣ ନିର୍ଦ୍ଦେଶ

ସିଲଚର,୨୪ା୩: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ହଜାର ହଜାର ଲୋକଙ୍କୁ ନିଜ ନାଗରିକତ୍ୱ ପ୍ରମାଣିତ କରିବା ପାଇଁ ଫରେନର୍ସ ଟ୍ରିବ୍ୟୁନାଲ ପକ୍ଷରୁ...

Advertisement
Archives

Model This Week