Posted inଜାତୀୟ

ନାରୀଶକ୍ତିଙ୍କୁ ସମ୍ମାନ ଭାରତୀୟ ପରମ୍ପରା: ଓମ ବିର୍ଲା…

ନୂଆଦିଲ୍ଲୀ,୧୮।୩ : ଭାରତର ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ରାଣୀ ଲକ୍ଷ୍ମୀ ବାଈ ହିଁ ସ୍ବାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବହୁ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ଆମର ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସମ୍ବୋଧିତ କରିବାବେଳେ ଲୋକସଭା ବାଚସ୍ପତି ଓମ ର୍ବିଲା ଏହା କହିଛନ୍ତି। ଓମ ର୍ବିଲା କହିଛନ୍ତି ଯେ ମହିଳା ଶକ୍ତି ପ୍ରତି ସମ୍ମାନ ଭାରତୀୟ ପରମ୍ପରା ଏବଂ ସଂସ୍କୃତିର ଏକ ଅଂଶ। ଜ୍ୟୋତିବା ଫୁଲେ, ସାବିତ୍ରୀ ବାଈ ଫୁଲେ, ବାବା ସାହେବ ଆମ୍ବେଦକରଙ୍କ ପରି ସାମାଜିକ ସଂସ୍କାରକଙ୍କୁ ମନେ ପକାଇ ସେ କହିଛନ୍ତି ଯେ ମହିଳା ସଶକ୍ତିକରଣରେ ସେମାନଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ଦେଶର ବିକାଶରେ ମହିଳାମାନଙ୍କର ଅଂଶଗ୍ରହଣକୁ ନେଇ ଓମ ର୍ବିଲା କହିଛନ୍ତି ଯେ ଆଜି ଦେଶର ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ସୀମା ଯୁଦ୍ଧ ପର୍ଯ୍ୟନ୍ତ, ମହିଳାମାନେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି। ଲକ୍ଷ ଲକ୍ଷ ମହିଳା ସେଲ୍ଫ ହେଲ୍ପ ଗ୍ରୁପ ମାଧ୍ୟମରେ ସେମାନଙ୍କର ଛୋଟ ଶିଳ୍ପ ଚଳାଇ ସମାଜରେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି। ଅଲ ଇଣ୍ଡିଆ ସେବାର ଅଧିକାରୀମାନେ ସଂସଦକୁ ଶିକ୍ଷାଗତ ଯାତ୍ରା ପାଇଁ ଆସନ୍ତି, ସେତେବେଳେ ଦେଖାଯାଏ ମହିଳା ପ୍ରଶିକ୍ଷକଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ।

ସମୟ ସହିତ ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇଛି। ଯେତେବେଳେ ଆମ ଦେଶ ସ୍ବାଧୀନ ହେଲା, ଦେଶର ସଂସଦରେ ମହିଳାଙ୍କ ସଂଖ୍ୟା ୧୫ ଥିଲା। ଆଜି ୧୧୫ ଜଣ ମହିଳା ଭାରତ ସଂସଦରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ଆଜି ୧୪ ଲକ୍ଷରୁ ଅଧିକ ମହିଳା ନେତୃତ୍ୱ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନରେ ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri