Posted inଖେଳ

କୋହଲି-ରୋହିତଙ୍କ ପାଇଁ ଭାରତୀୟ ଟି୨୦ ଟିମ୍‌ର ଦ୍ୱାର ବନ୍ଦ? କୋଚ୍‌ ଦ୍ରାବିଡଙ୍କ ବଡ଼ ସଙ୍କେତ…

ପୁଣେ,୬।୧: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଲାଗି ଏବେ ଭାରତୀୟ ଟି୨୦ ଟିମ୍‌ର ଦ୍ୱାର ବନ୍ଦ ହେଉଥିବା ନଜର ଆସୁଛି। ଗତ ବର୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ ପରେ ଏନେଇ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏନେଇ କୋଚ୍‌ ରାହୁଲ ଦ୍ରାବିଡ ବଡ ସଙ୍କେତ ଦେଇଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପରାଜୟ ପରେ ଦ୍ରାବିଡ କହିଛନ୍ତି, ଟି୨୦ ବିଶ୍ୱକପ୍‌ ସେମିଫାଇନାଲ ଖେଳିଥିବା ଭାରତୀୟ ଟିମ୍‌ରୁ ୩-୪ ଖେଳାଳି ଏହି ମ୍ୟାଚ୍‌ରେ ଖେଳୁଛନ୍ତି। ଆମର ପୁରା ଟିମ୍‌ ଯୁବ କ୍ରିକେଟରଙ୍କର ଏବଂ ଶ୍ରୀଲଙ୍କା ଭଳି ମଜଭୂତ ଟିମ୍‌ ସହ ଖେଳି ଭଲ ଅନୁଭବ କରୁଛି। ଆମର ଧ୍ୟାନ କେବଳ ଦିନିକିଆ ବିଶ୍ୱକପ୍‌ ୨୦୨୩ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଉପରେ ରହିଛି। ସେହିଭଳି ଟି୨୦ ଟିମ୍‌ରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯିବ। ସେମାନଙ୍କୁ ପରଖିବାକୁ ଭଲ ସୁଯୋଗ ରହିବ।

ଦ୍ରାବିଡଙ୍କ ନିଜ ବୟାନରେ ନାଁ ନନେଇ ସ୍ପଷ୍ଟ କରିଛନ୍ତି ଯେ ଏବେ କୋହଲି ଏବଂ ରୋହିତଙ୍କୁ କେବଳ ଦିନିକିଆ ଏବଂ ଟେଷ୍ଟ ଉପରେ ଧ୍ୟାନ ଦେବାକୁ ହେବ। କାରଣ ଚଳିତ ବର୍ଷ ଶେଷ ଆଡକୁ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ସେହିଭଳି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅଧୀନରେ ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ୪ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ହେବ। ଏଥିରେ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି

ଇସ୍‌ଲାମାବାଦ୍‌,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା...

ଲଙ୍କା ପ୍ରିମିୟର ଲିଗ୍‌କୁ ଅଧାରୁ ଛାଡ଼ି ପାକିସ୍ତାନ ଫେରିଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୩।୧୨: ପାକିସ୍ତାନର ପୂର୍ବ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)କୁ ଅଧାରୁ ଛାଡ଼ି ଦେଶକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏପରି କରୁଥିବା ଟୁଇଟ୍‌...

ସିନ୍ଧୁ ରନର୍ସ ଅପ୍‌

ବାସେଲ,୮ା୩(ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍‌ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ...

ଗୋଟିଏ ଓଭରରେ ଲଗାତର ୮ ଛକା ମାରିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୧।୧୦:ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ କେତେ ରନ ସ୍କୋର କରିପାରିବେ। ଅତିବେଶୀରେ ୩୬ ରନ୍‌। କାରଣ କ୍ରିକେଟର ଗୋଟିଏ ଓଭରରେ ୬ଟି ବଲ ଅଛି, ଯଦି...

‘ମୋତେ ଟ୍ୟାଗ୍‌ କରିବା ବନ୍ଦ କର, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ’

ନୂଆଦିଲ୍ଲୀ,୩୦।୯: “ମୁଁ ଅମରିନ୍ଦର ସିଂ। ଭାରତୀୟ ଫୁଟବଲ ଦଳର ଗୋଲକିପର। ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ। ଏଣୁ ଦୟାକରି ମୋତେ ଟ୍ୟାଗ କରନ୍ତୁ ନାହିଁ”। ଏଭଳି...

ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି...

ତନିସ୍କାଙ୍କୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର ଆସନସୋଲଠାରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ...

ପ୍ରଜ୍ଞାନ ଓଝାଙ୍କ ଅବସର

ହାଇଦ୍ରାବାଦ,୨୧।୨(ପି.ଟି.)- ରାଜ୍ୟ ତଥା ଦେଶ ପାଇଁ ବହୁ ସଫଳତା ଆଣିଥିବା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।...

Advertisement
Archives

Model This Week