ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା ଉଦ୍ୟମ: ବନ୍ଧା ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୬।୧: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ଅଲାପୁର ଗ୍ରାମର ସଞ୍ଜୟ ପଳାଇ(୨୭)। ସଞ୍ଜୟ ଲାଞ୍ଜିଆରେ ଘର ଭଡ଼ା ନେଇ ରହୁଥିବା ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା (ନଂ.୧୪/୨୪) ରୁଜୁ କରି ଶୁକ୍ରବାର ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ସଞ୍ଜୟ କିଛିବର୍ଷ ତଳେ ମମତା ପଲାଇଙ୍କୁ ବିବାହ କରିଥିଲେ। ବିଭିନ୍ନ କାରଣକୁ ନେଇ ସେ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଗତ ୩ ତାରିଖ ରାତିରେ ସଞ୍ଜୟ ତାଙ୍କ ସ୍ତ୍ରୀ ମମତାଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ସଞ୍ଜୟ ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ମମତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ମମତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ମମତା ସଦର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି: ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ କୁଶପୁତଳିକା ଦାହ

ପଟ୍ଟାମୁଣ୍ଡାଇ, ୮।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବିକରି ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ ବାଇପାସ୍‌ ଛକଠାରେ ଆନ୍ଦୋଳନ ହୋଇଛି। ‘ମା’କୁ...

ଢେଙ୍କାନାଳରେ ବିଗୁଡୁଛି ଆଇନଶୃଙ୍ଖଳା: ଓକିଲ ସଂଘର ଉଦ୍‌ବେଗ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା। ଚୋରି, ଡକାୟତି, ଛିନ୍‌ତାଇ, ରାହାଜାନି, ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ...

ଶୂନ୍ୟରେ ଚାଲିଛି ୮୪ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ପାରାଦୀପ,୯ା୧(ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପରେ ବାଲ୍ୟଶିକ୍ଷା ପାଇଁ ଉଦ୍ଦିଷ୍ଟ ଅଙ୍ଗନଓ୍ବାଡି କେନ୍ଦ୍ର ପରିଚାଳନା ନୀତି ଏକପ୍ରକାର ପ୍ରହସନ ପାଲଟିଛି। ୨୦୧୧ରୁ ପାରାଦୀପ ପୌରାଞ୍ଚଳର...

ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା...

ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର

ମାଧପୁର, ୧୯।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ...

ହାତୀପଲ ଭାଙ୍ଗିଲେ ଘର

ଠାକୁରମୁଣ୍ଡା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ଓ ପରିବା...

ଅବସରପ୍ରାପ୍ତ ସୈନିକଙ୍କ ବାସଗୃହରୁ ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଜଗନ୍ନାଥ ପ୍ରସାଦ,୨୧।୧୦ (ଡି.ଏନ୍‌. ଏ.) ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ଅବସରପ୍ରାପ୍ତ ସୈନିକ ସୁଦର୍ଶନ ନାୟକଙ୍କ ଘରୁ ଚୋରି...

ମେଣ୍ଢରାଜପୁର ବସ୍‌ ଦୁର୍ଘଟଣା ମାମଲା: ଓଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

କଟକ ଅଫିସ, ୧୧ା୨- ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଠାରେ ଗତ ରବିବାର ବସ୍‌ ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ...

Advertisement
Archives

Model This Week