Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ ସିଟି- ନର୍ଥ ଇଷ୍ଟ ୟୁନାଟେଡ୍‌ ମୁକାବିଲା

ଭାସ୍କୋ,୨୧।୧୧(ପି.ଟି.): ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଓ ନର୍ଥ ଇଷ୍ଟ ୟୁନାଇଟେଡ ପରସ୍ପରକୁ ଭେଟିବେ। ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
ମୁମ୍ବାଇ ଦଳରେ ଏଥର ୧୯ଜଣ ନୂଆ ଖେଳାଳି ସାମିଲ ହୋଇଛନ୍ତି। ସ୍ପାନିଶ୍‌ କୋଚ୍‌ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ଏଥର ସଂସ୍କରଣରେ ଦମ୍‌ଦାର ପ୍ରଦର୍ଶନ କରି ମୁମ୍ବାଇ ପ୍ରଥମ ଆଇଏସ୍‌ଏଲ୍‌ ଟାଇଟଲ ହାସଲ ଲକ୍ଷ୍ୟେ ର ରହିଛି। ମୁମ୍ବାଇ ପୂର୍ବରୁ କେବେବି ଏହି ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇପାରି ନାହିଁ। ନୂଆ କୋଚ୍‌ ଲୋବେରାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି। ପୂର୍ବରୁ ଲୋବେରା ଏଫ୍‌ସି ଗୋଆକୁ ୨୦୧୯ରେ ସୁପର କପ୍‌ ଚାମ୍ପିୟନ କରାଇଥିଲେ। ଆକ୍ରମଣାତ୍ମକ ଫୁଟବଲ ଉପରେ ଲୋବେରା ଗୁରୁତ୍ୱ ଦେଇଛନ୍ତି। ଏ ନେଇ ସେ ପ୍ରି- ସେସନ ମିଡିଆ ମିଟ୍‌ରେ ସ୍ପଷ୍ଟ କରିଛନ୍ତି। ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ ଖେଳ ମଧ୍ୟରେ ଦଳ ସନ୍ତୁଳନ ରକ୍ଷା କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଆକ୍ରମଣାତ୍ମକ ଫୁଟବଲ ଖେଳିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଫୁଟବଲରେ ଆଟାକ ଓ ଡିଫେନ୍ସ, ଉଭୟର ସନ୍ତୁଳନ ଆବଶ୍ୟକ ଲୋବେରା କହିଛନ୍ତି। ମୁମ୍ବାଇ ଦଳରେ ଦୁଇଜଣ ଭଲ ଷ୍ଟ୍ରାଇକର ବାର୍ଥୋଲୋମିୟୁ ଓଗବେଚେ ଓ ଆଡାମ ଲି ଫୋନ୍ଦ୍ରେ ରହିଛନ୍ତି। ପ୍ରତିପକ୍ଷ ଦଳ ପାଇଁ ଏହି ଦୁଇ ଷ୍ଟ୍ରାଇକ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଦଳରେ ଅହମେଦ ଜାହୋଉ, ଇଂଲଣ୍ଡ ଜନ୍ମିତ ଜାପାନୀ ଖେଳାଳି ସି ଗୋଡାର୍ଡ ମଧ୍ୟ ସାମିଲ ହୋଇଛନ୍ତି। କାଉଣ୍ଟର ଆଟାକ ଉପରେ ଅଧିକ ଗୁରୁତ୍ୱ ଦେବୁ ବୋଲି ମୁମ୍ବାଇ ଗୋଲକିପର ଅମରିନ୍ଦର ସିଂ କହିଛନ୍ତି। ଦଳରେ ଫାରୁକ ଚୌଧୁରୀ, ହୁଗୋ ବୌମୋସ, ହେର୍ନାନ ସାଣ୍ଟାନ, ରେନିଏର ଫର୍ନାଣ୍ଡିଜ, ରୋଲିନ ବୋର୍ଗେସ ଓ ପ୍ରାଞ୍ଜଳ ଭୂମିଜ ଓ ଅନ୍ୟମାନେ ରହିଛନ୍ତି। ଫଳରେ ଲୋବେରାଙ୍କ ନିକଟରେ ଏକାଧିକ ବିକଳ୍ପ ରହିଛି। ମନ୍ଦାର ରାଓ ଦେଶାଇ ସାମିଲ ହେବା ପରେ ଦଳର ଡିଫେନ୍ସ ଆହୁରି ଶକ୍ତିଶାଳୀ ହୋଇଛି। ସାର୍ଥକ ଗୁଲଉଇ, ସେନେଗାଲର ମୌର୍ଟାଡା ଫଲ୍‌ ଓ ମହମ୍ମଦ ରାକିପ ଆଟାକିଂ ଲାଇନ- ଅପ୍‌କୁ ଆହୁରି ଦୃଢ କରିବେ।
ଅପରପକ୍ଷରେ ନୂଆ କୋଚ୍‌ ଗେରାର୍ଡ ନୁସ୍‌ଙ୍କ ତତ୍ତ୍ୱାବଧାନରେ ନର୍ଥଇଷ୍ଟ ୟୁନାଇଟେଡ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି। ଗତ ସଂସ୍କରଣରେ ନର୍ଥଇଷ୍ଟ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଦଳରେ ସାମିଲ ଥିବା ବିଦେଶୀ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ପୂର୍ବତନ ଆଣ୍ଡେରଲେଚ୍‌ ଓ କୁଇନ୍ସ ପାର୍କ ରେଞ୍ଜର୍ସ ଷ୍ଟ୍ରାଇକର ଇଡ୍ରିସା ସିଲା ଓ ପୂର୍ବତନ ଘାନା ଅନ୍ତର୍ଜାତୀୟ ଖେଳାଳି କ୍ୱୋସି ଆପାଇଆଙ୍କ ଉପରେ ଦଳ ନିର୍ଭରଶୀଳ ହେବ। ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତି ସତ୍ତ୍ୱେ ଏହି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ସ୍ଥାନ: ତିଳକ ମଇଦାନ ଷ୍ଟାଡିୟମ, ଭାସ୍କୋ ଡା ଗାମା (ଗୋଆ)
ସମୟ: ସନ୍ଧ୍ୟା ୭.୩୦
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri