Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟକୁ ଭେଟିବ କେରଳ

ବାମ୍ବୋଲିମ (ଗୋଆ), ୨୬।୧୧(ପି.ଟି.)-  ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନର୍ଥଇଷ୍ଟ ୟୁନାଇଟେଡ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ଲିଗ୍‌ରେ ଏହା ହେବ ଉଭୟଙ୍କର ଦ୍ୱିତୀୟ ମ୍ୟାଚ। ନର୍ଥଇଷ୍ଟ ଏହାର ପ୍ରଥମ ମ୍ୟାଚରେ ୧-୦ ଗୋଲରେ ମୁମ୍ବାଇ ସିଟିକୁ ପରାସ୍ତ କରିଥିଲା। ମାତ୍ର କେରଳ ଉଦ୍‌ଘାଟନୀ ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଏଟିକେ ମୋହନବାଗାନଠାରୁ ୦-୧ ଗୋଲରେ ହାରି ଯାଇଥିଲା। ତେଣୁ ପ୍ରତିଯୋଗିତାରେ ପ୍ରଥମ ବିଜୟ ଉପରେ କେରଳର ନଜର ରହିଥିବାବେଳେ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ଖେଳିବ ନର୍ଥଇଷ୍ଟ।
କେରଳ କୋଚ୍‌ କିବୁ ଭିକୁନା ପ୍ରତିପକ୍ଷ ଦଳର ଚ୍ୟାଲେଞ୍ଜ୍‌କୁ ମୁକାବିଲା କରିବାନେଇ ବେଶ୍‌ ଆଶାବାଦୀ। ତାଙ୍କ ଦଳ ପ୍ରଥମ ମ୍ୟାଚରେ ହାରି ଯାଇଥିଲେ ହେଁ ଆଗାମୀ ମ୍ୟାଚରେ ଦଳ ୩ ପଏଣ୍ଟ ପାଇବାନେଇ ସେ ଆଶା ରଖିଛନ୍ତି। ”ନର୍ଥଇଷ୍ଟ ଏକ ଭଲ ଦଳ ଏବଂ ମୁମ୍ବାଇ ସିଟି ବିପକ୍ଷରେ ଆଶାନୁରୂପ ଖେଳିଥିଲା। ଆଗାମୀ ମ୍ୟାଚରେ ମଧ୍ୟ ଏହି ଦଳ ନିକଟରୁ କଡ଼ା ଚ୍ୟାଲେଞ୍ଜ ପାଇବା ଆଶା ରଖିଛୁ“ ବୋଲି ଭିକୁନା କହିଛନ୍ତି। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟର ଡିଫେଣ୍ଡରମାନେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଆଗାମୀ ମ୍ୟାଚରେ ମଧ୍ୟ ସେଭଳି ଜାରି ରହିବ ବୋଲି କୋଚ୍‌ ଗେରାର୍ଡ ନୁସ୍‌ ଆଶା ରଖିଛନ୍ତି। ” କେରଳ ବ୍ଲାଷ୍ଟର୍ସ ଆଇଏସ୍‌ଏଲ୍‌ର ଅନ୍ୟତମ ଶ୍ରେଷ୍ଠ ଦଳ। ଏହି ଦଳ ବିପକ୍ଷରେ ଖେଳିବା ସହଜ ନୁହେଁ। ଦଳରେ ଭଲ ସନ୍ତୁଳନ ରହିଥିବାରୁ ସେମାନେ ଏକାଧିକ ବାଟରେ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିପାରନ୍ତି। ତେଣୁ ଏହା ଏକ କଷ୍ଟସାଧ୍ୟ ମ୍ୟାଚ ହେବ। ତେବେ ଏଟିକେ ମୋହନବାଗାନ ବିପକ୍ଷରେ ସେମାନେ ଗୋଟିଏ ହେଲେ ଶଟ୍‌ ଟାର୍ଗେଟରେ ପହଞ୍ଚାଇପାରି ନ ଥିଲେ। ତେଣୁ ଆମ ଦଳର ଡିଫେଣ୍ଡରମାନେ ମଧ୍ୟ ପ୍ରତିପକ୍ଷ ଦଳକୁ ରୋକିବାରେ ସକ୍ଷମ ହୋଇପାରିବେ“ ବୋଲି ନୁସ୍‌ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଗତବର୍ଷ କେରଳ ଓ ନର୍ଥଇଷ୍ଟର ଡିଫେନ୍ସ ବିଭାଗ ସବୁଠାରୁ ଦୁର୍ବଳ ଥିଲା। ଉଭୟ ଦଳ କେବଳ ୩ ଲେଖାଏ କ୍ଲିନ୍‌ଶିଟ୍‌ ପାଇଥିଲେ। ଏହା ଉପରେ ଧ୍ୟାନରଖି ନର୍ଥଇଷ୍ଟ ଏଥର ଏହାର ବ୍ୟାକ୍‌ଲାଇନ୍‌କୁ ଶକ୍ତିଶାଳୀ କରିଛି। ମାତ୍ର ସମାନ ତ୍ରୁଟି କେରଳ ପାଇଁ ମହଙ୍ଗା ପଡ଼ିଛି। ଏଟିକେ ମୋହନବାଗାନ ବିପକ୍ଷରେ ଡିଫେନ୍ସବିଭାଗର ତ୍ରୁଟି ଯୋଗୁ ଦଳ ଗୋଲ ବରଣ କରିଥିଲା। ମାତ୍ର ଲିଗ୍‌ ଆଗେଇବାସହ ଡିଫେନ୍ସବିଭାଗ କ୍ରମେ ଦୃଢ଼ ହେବ ବୋଲି ଭିକୁନା ପ୍ରକାଶ କରିଛନ୍ତି। ”ଡିଫେନ୍ସ ବିଭାଗକୁ ଦୃଢ଼ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ। ଟୁର୍ନାମେଣ୍ଟ ଆଗେଇବା ସହ ଏଥିରେ ସୁଧାର ଆସିଯିବ। ଉଭୟ ଭାରତୀୟ ଓ ବିଦେଶୀଙ୍କ ମଧ୍ୟରେ ଆମ ଦଳରେ ଅନେକ ନୂଆ ଖେଳାଳି ଅଛନ୍ତି। ତେଣୁ ଏକ ଫୁଟବଲ ଦଳଭାବେ ନିଜର ପରିଚୟ ସୃଷ୍ଟି କରିବାକୁ କିଛି ସମୟ ଲାଗିବ“ ବୋଲି ଭିକୁନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?