Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଗୋଆ-ନର୍ଥଇଷ୍ଟ ମ୍ୟାଚ ଡ୍ର

ଫତୋର୍ଦା ୧ା୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ଅନୁଷ୍ଠିତ ଏଫସି ଗୋଆ ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ଏହି ମ୍ୟାଚର ଫଳାଫଳ ସହିତ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ଲିଗ୍‌ରେ ଅପରାଜେୟ ରହିଛି। ୩ ମ୍ୟାଚରୁ ଏହି ଦଳ ୧ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ପାଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ୧-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ନର୍ଥଇଷ୍ଟ କେରଳ ବ୍ଲାଷ୍ଟର୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚକୁ ୨-୨ ଗୋଲରେ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଗତ ସଂସ୍କରଣର ଲିଗ୍‌ ଟେବୁଲ ଟପ୍ପର ଗୋଆ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ପାଇନାହିଁ। ଦଳ ୩ଟି ମ୍ୟାଚ ଖେଳି ସାରିଥିଲେ ହେଁ ମାତ୍ର ୨ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ବେଙ୍ଗାଲୁରୁ ଏଫସି ବିପକ୍ଷ ପ୍ରଥମ ମ୍ୟାଚକୁ ଗୋଆ ୨-୨ରେ ଡ୍ର ରଖିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସି ନିକଟରୁ ୦-୧ ଗୋଲରେ ହାରି ଯାଇଥିଲା। ପଏଣ୍ଟ ଟେବୁଲରେ ନର୍ଥଇଷ୍ଟ ଏବେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗୋଆ ୭ମ ସ୍ଥାନ ପାଇଛି।
ଟୁର୍ନାମେଣ୍ଟରେ ନିଜର ପ୍ରଥମ ୨ଟି ମ୍ୟାଚରେ ଅପରାଜେୟ ରହିଥିବା ନର୍ଥଇଷ୍ଟ ୟୁନାଇଟେଡ ଏଠାରେ ମଧ୍ୟ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଏଫସି ଗୋଆ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଅଧଘଣ୍ଟା ପର୍ଯ୍ୟନ୍ତ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ନର୍ଥଇଷ୍ଟର ଇଦ୍ରିସା ସିଲା ପ୍ରତିପକ୍ଷ ବକ୍ସ ମଧ୍ୟରେ ଥିବାବେଳେ ୩୮ତମ ମିନିଟରେ ତାଙ୍କ ନିକଟକୁ ଡାହାଣ ପଟରୁ ଏକ କ୍ରସ୍‌ପାସ୍‌ ଦେଇଥିଲେ ବ୍ରିଟୋ ପି.ଏମ.। ମାତ୍ର ସିଲା ବଲ୍‌କୁ ଟଚ୍‌ କରିବା ପୂର୍ବରୁ ଗୋଆ ଦଳର ଇଭାନ ଗାରିଡୋ ଗୋଞ୍ଜାଲେଜ ପଛରୁ ଟାଣି ତାଙ୍କୁ ତଳେ ପକାଇ ଦେଇଥିଲେ। ଫଳରେ ରେଫରି ନର୍ଥଇଷ୍ଟକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ସିଲା ଡାହାଣପଟ କର୍ନରରେ ଲୋ ଶଟ୍‌ ମାରି ଗୋଲ କରିଥିଲେ ହେଁ ରେଫରି ତାହାକୁ ନାକଚ କରିଥିଲେ ଏବଂ ଆଉଥରେ ପେନାଲ୍ଟି ଶଟ୍‌ ମାରିବାକୁ ପରାମର୍ଶ ଦେଇଥିଲେ। କାରଣ ସିଲା ଶଟ୍‌ ମାରିବା ପୂର୍ବରୁ ବକ୍ସ ଭିତରେ ଗୋଆରେ ଲାଲରେମପୁଇଆ ଫନାଇ ଚାର୍ଜ କରିବାକୁ ଆଗଭର ହୋଇଯାଇଥିଲେ। ଦ୍ୱିତୀୟ ଉଦ୍ୟମରେ ମଧ୍ୟ ସିଲା ସଫଳ ହୋଇଥିଲେ। ଏଥର ସେ ଶଟ୍‌କୁ ସିଧା ପୋଷ୍ଟର ମଧ୍ୟଭାଗକୁ ମାରିଥିବାବେଳେ ଗୋଲକିପର ମହମ୍ମଦ ନଓ୍ବାଜ ବାମପଟକୁ ଡାଇଭ୍‌ ମାରିଥିଲେ। ୪୦ତମ ମିନିଟରେ ଗୋଲ ବଳରେ ନର୍ଥଇଷ୍ଟ ଅଗ୍ରଣୀ ହାସଲ କରିଥିଲା। ମାତ୍ର ଦଳର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ଅର୍ଥାତ୍‌ ୪୩ତମ ମିନିଟରେ ଗୋଆ ଗୋଲଟି ପରିଶୋଧ କରି ଦେଇଥିଲା। ବାମପଟରୁ ଆଗକୁ ବଢ଼ୁଥିବା ଗୋଆର ବ୍ରେଣ୍ଡନ ଫର୍ନାଣ୍ଡିଜ୍‌ ନର୍ଥଇଷ୍ଟ ଖେଳାଳିଙ୍କୁ ଚକ୍‌ମା ଦେଇ ବଲ୍‌କୁ ବକ୍ସ ଏରିଆକୁ ପଠାଇବାରେ ସକ୍ଷମ ହୋଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଆଙ୍ଗୁଲୋ ଆଲ୍‌ବୋନିଗା ବଲ୍‌କୁ ନେଟ୍‌ ମଧ୍ୟକୁ ପଠାଇବାରେ କୌଣସି ଭୁଲ କରି ନ ଥିଲେ। ଚଳିତ ଲିଗ୍‌ରେ ଆଙ୍ଗୁଲୋଙ୍କର ଏହାଥିଲା ତୃତୀୟ ଗୋଲ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ସ୍କୋର ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ହୋଇଥିଲେ ହେଁ ଉଭୟ ଦଳ ସମକକ୍ଷ ପ୍ରଦର୍ଶନ କରିଥିଲେ। ଉଭୟ ଦଳର କୋଚ୍‌ ଏକାଧିକ ଖେଳାଳି ପରିବର୍ତ୍ତନ କରିଥିଲେ ହେଁ ଗୋଲ ସ୍କୋର ହୋଇପାରି ନ ଥିଲା। ୯୦ ମିନିଟ ପରେ ୫ ମିନିଟର ଇଞ୍ଜୁରି ଟାଇମ୍‌ ମିଳିଥିଲା। ମାତ୍ର ଏଥିରେ ମଧ୍ୟ ଗୋଲ ଦେବାରେ ସକ୍ଷମ ନ ହେବାରୁ ଦୁଇଦଳ ପଏଣ୍ଟ ଭାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri