Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଚେନ୍ନାଇନ୍‌ ମ୍ୟାଚ୍‌ ଡ୍ର

ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏହି ୩୯ତମ ମ୍ୟାଚରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟ ଦଳ ତରଫରୁ ଦୁଇଟି ଲେଖାଏ ଗୋଲ ସ୍କୋର କରାଯାଇଥିଲା। ଏଥିସହ ଚେନ୍ନାଇନ୍‌ ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୨ଟି ପରାଜୟ ସହ ୯ ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ଟି ଡ୍ର ଓ ୪ଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ଦଶମ ସ୍ଥାନରେ ରହିଛି। ବଲ ପଜେଶନ ଓ ପାସ୍‌ରେ ଚେନ୍ନାଇନ୍‌ ଆଗରେ ରହିଥିଲା। ତେବେ ପାସ୍‌ ଆକ୍ୟୁରେସିରେ ଇଷ୍ଟ ବେଙ୍ଗଲ ଆଗରେ ରହିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ବେଶ୍‌ ଉପଭୋଗ୍ୟ ହୋଇଥିଲା।
ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ମିଜୋରାମ ଓ୍ବିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ପ୍ରଥମ ଗୋଲ ଦେଇଥିଲେ ଓ ଚେନ୍ନାଇନ୍‌କୁ ଅଗ୍ରଣୀ କରାଇଥିଲେ। ଚଳିତ ସେସନରେ ସେ ଏକାଧିକ ଗୋଲ ସୁଯୋଗ ହରାଇଥିଲେ ମଧ୍ୟ ଚାଙ୍ଗଟେ ଶେଷରେ ଗୋଲ ଦେବାରେ ସଫଳ ହୋଇଥିଲେ। ବ୍ରାଜିଲ ମିଡ୍‌ଫିଲ୍ଡର ରଫାଏଲ କ୍ରିଭେଲାରୋଙ୍କ କୁଇକ୍‌ ପାସ୍‌କୁ ଚାଙ୍ଗଟେ ସିଧା ଇଷ୍ଟବେଙ୍ଗଲ ଗୋଲ ପୋଷ୍ଟକୁ ପଠାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖା ଦେଇଥିଲା। ପ୍ରଥମାର୍ଦ୍ଧରେ ୩ ମିନିଟ୍‌ର ଅତିରିକ୍ତ ଖେଳ ହୋଇଥିଲେ।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଇଷ୍ଟବେଙ୍ଗଲ ପ୍ରତ୍ୟାବର୍ତ୍ତନ କରିଥିଲା। ୫୯ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଜର୍ମାନୀ ସେଣ୍ଟ୍ରାଲ ମିଡ୍‌ଫିଲ୍ଡର ଭିଲେ ମାଟ୍ଟି ଷ୍ଟେଇନ୍‌ମ୍ୟାନ୍‌ ଏକ ସୁନ୍ଦର ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ। ତେବେ ଏହାର ଠିକ୍‌ ୫ ମିନିଟ୍‌ ପରେ ଚେନ୍ନାଇନ୍‌ର ରାହିମ ଅଲି ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। କ୍ରିଭେଲାରୋ ଆଉଏକ କୁଇକ୍‌ ପାସ୍‌ ଦେଇ ସୁଯୋଗ ସୃଷ୍ଟି କରିଥିଲେ ଓ ଅଲି ଏହାକୁ ଗୋଲରେ ପରିଣତ କରିଥିଲେ। କିନ୍ତୁ ଚେନ୍ନାଇନ୍‌ର ଏହି ଅଗ୍ରଣୀ ବେଶି ସମୟ ତିଷ୍ଠି ନ ଥିଲା। ଆଉ କିଛି ସମୟ ଅନ୍ତରରେ ୬୯ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲ ତରଫରୁ ଷ୍ଟେଇନ୍‌ମ୍ୟାନ୍‌ କର୍ନରରୁ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୨-୨ ସମାନସ୍ତରକୁ ଆଣିଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଏହି ସ୍କୋର ବଜାୟ ରହିଥିଲା। ଇଞ୍ଜୁରି ଟାଇମ ବାବଦରେ ଅତିରିକ୍ତ ୪ ମିନିଟ୍‌ ଖେଳ ହୋଇଥିଲା। ଅନ୍ତିମ ୩୦ ମିନିଟ୍‌ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଆଉ କୌଣସି ଗୋଲ ନ ହେବା ଫଳରେ ମ୍ୟାଚ ଶେଷରେ ଅମୀମାଂସିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?