Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- ଚେନ୍ନାଇନ୍‌ ମ୍ୟାଚ୍‌ ଡ୍ର

ଭାସ୍କୋଡାଗାମା, ୨୭।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଇଷ୍ଟ ବେଙ୍ଗଲ ଓ ଚେନ୍ନାଇନ୍‌ ଏଫ୍‌ସି ମଧ୍ୟରେ ଖେଳଯାଇଥିବା ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଏହି ୩୯ତମ ମ୍ୟାଚରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଉଭୟ ଦଳ ତରଫରୁ ଦୁଇଟି ଲେଖାଏ ଗୋଲ ସ୍କୋର କରାଯାଇଥିଲା। ଏଥିସହ ଚେନ୍ନାଇନ୍‌ ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୨ଟି ପରାଜୟ ସହ ୯ ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୭ଟି ମ୍ୟାଚ ଖେଳି ୩ଟି ଡ୍ର ଓ ୪ଟି ପରାଜୟ ସହ ୩ ପଏଣ୍ଟ ହାସଲ କରି ତାଲିକାର ଦଶମ ସ୍ଥାନରେ ରହିଛି। ବଲ ପଜେଶନ ଓ ପାସ୍‌ରେ ଚେନ୍ନାଇନ୍‌ ଆଗରେ ରହିଥିଲା। ତେବେ ପାସ୍‌ ଆକ୍ୟୁରେସିରେ ଇଷ୍ଟ ବେଙ୍ଗଲ ଆଗରେ ରହିଥିଲା। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ ବେଶ୍‌ ଉପଭୋଗ୍ୟ ହୋଇଥିଲା।
ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ମିଜୋରାମ ଓ୍ବିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ପ୍ରଥମ ଗୋଲ ଦେଇଥିଲେ ଓ ଚେନ୍ନାଇନ୍‌କୁ ଅଗ୍ରଣୀ କରାଇଥିଲେ। ଚଳିତ ସେସନରେ ସେ ଏକାଧିକ ଗୋଲ ସୁଯୋଗ ହରାଇଥିଲେ ମଧ୍ୟ ଚାଙ୍ଗଟେ ଶେଷରେ ଗୋଲ ଦେବାରେ ସଫଳ ହୋଇଥିଲେ। ବ୍ରାଜିଲ ମିଡ୍‌ଫିଲ୍ଡର ରଫାଏଲ କ୍ରିଭେଲାରୋଙ୍କ କୁଇକ୍‌ ପାସ୍‌କୁ ଚାଙ୍ଗଟେ ସିଧା ଇଷ୍ଟବେଙ୍ଗଲ ଗୋଲ ପୋଷ୍ଟକୁ ପଠାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖା ଦେଇଥିଲା। ପ୍ରଥମାର୍ଦ୍ଧରେ ୩ ମିନିଟ୍‌ର ଅତିରିକ୍ତ ଖେଳ ହୋଇଥିଲେ।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଇଷ୍ଟବେଙ୍ଗଲ ପ୍ରତ୍ୟାବର୍ତ୍ତନ କରିଥିଲା। ୫୯ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲର ଜର୍ମାନୀ ସେଣ୍ଟ୍ରାଲ ମିଡ୍‌ଫିଲ୍ଡର ଭିଲେ ମାଟ୍ଟି ଷ୍ଟେଇନ୍‌ମ୍ୟାନ୍‌ ଏକ ସୁନ୍ଦର ଗୋଲ ଦେଇ ମ୍ୟାଚକୁ ୧-୧ ସମାନସ୍ତରକୁ ଆଣିଥିଲେ। ତେବେ ଏହାର ଠିକ୍‌ ୫ ମିନିଟ୍‌ ପରେ ଚେନ୍ନାଇନ୍‌ର ରାହିମ ଅଲି ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। କ୍ରିଭେଲାରୋ ଆଉଏକ କୁଇକ୍‌ ପାସ୍‌ ଦେଇ ସୁଯୋଗ ସୃଷ୍ଟି କରିଥିଲେ ଓ ଅଲି ଏହାକୁ ଗୋଲରେ ପରିଣତ କରିଥିଲେ। କିନ୍ତୁ ଚେନ୍ନାଇନ୍‌ର ଏହି ଅଗ୍ରଣୀ ବେଶି ସମୟ ତିଷ୍ଠି ନ ଥିଲା। ଆଉ କିଛି ସମୟ ଅନ୍ତରରେ ୬୯ତମ ମିନିଟ୍‌ରେ ଇଷ୍ଟ ବେଙ୍ଗଲ ତରଫରୁ ଷ୍ଟେଇନ୍‌ମ୍ୟାନ୍‌ କର୍ନରରୁ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୨-୨ ସମାନସ୍ତରକୁ ଆଣିଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଏହି ସ୍କୋର ବଜାୟ ରହିଥିଲା। ଇଞ୍ଜୁରି ଟାଇମ ବାବଦରେ ଅତିରିକ୍ତ ୪ ମିନିଟ୍‌ ଖେଳ ହୋଇଥିଲା। ଅନ୍ତିମ ୩୦ ମିନିଟ୍‌ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଆଉ କୌଣସି ଗୋଲ ନ ହେବା ଫଳରେ ମ୍ୟାଚ ଶେଷରେ ଅମୀମାଂସିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆକର୍ଷଣର କେନ୍ଦ୍ରରେ ଦିଶା, ରଣବୀର

ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। କଟକରେ ଅନୁଷ୍ଠିତ ହେବ ଏହାର...

ଭାରତୀୟ ବୋଲର୍‌ଙ୍କ ଚମତ୍କାର ପ୍ରଦର୍ଶନ: ଜିମ୍ବାଓ୍ବେ ୧୮୯ ରନ୍‌ରେ ଅଲଆଉଟ୍‌

ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ହରାରେ...

କ୍ରୀଡ଼ା ପାଇଁ ସମର୍ପିତ ରାମକୃଷ୍ଣ

ଢେଙ୍କାନାଳ ଅଫିସ (ରତନ ନାୟାର), ୨୯।୮ :ଢେଙ୍କାନାଳ ଜିଲାର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧାରୀଙ୍କ ମଧ୍ୟରୁ ଯୁବ କ୍ରୀଡ଼ାବିତ୍‌ ରାମକୃଷ୍ଣ ବେହେରା ଜଣେ।...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୦ା୨: ରୟ କ୍ରିଷ୍ଣାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଶୁକ୍ରବାର ମ୍ୟାଚରେ ଟେବୁଲ ଟପ୍ପର ଏଟିକେ ମୋହନବାଗାନ...

ଲଗାତର ୩ୟ ଗୋଲ୍ଡେନ ବୁଟ୍‌ ଜିତିଲେ ମେସି

ବାର୍ସିଲୋନା, ୧୭।୧୦ (ଏଏଫ୍‌ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍‌ ଲିଗ୍‌ରେ ମୋଟ୍‌ ଉପରେ ୬ଷ୍ଠ ଥର ପାଇଁ ଟପ୍‌ ଗୋଲ ସ୍କୋରର୍‌ ହୋଇଛନ୍ତି। ୨୦୧୮-୧୯...

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି...

ଆଇପିଏଲ୍‌ ପୂର୍ବରୁ ବିବାହ କଲେ ଆର୍‌ସିବିର ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୯।୩: ଆଇପିଏଲ୍‌ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ଖେଳାଳି ଓ୍ବାନିନ୍ଦୁ ହସରଙ୍ଗା। ପ୍ରେମିକା ବିଦ୍ୟା ପଦ୍ମାପେରୁମାଙ୍କ ହାତ ଧରିଛନ୍ତି...

ସର୍ବଭାରତୀୟ ଆନ୍ତଃ ଜୋନ୍‌ ବିଶ୍ୱବିଦ୍ୟାଳୟ ଭଲିବଲ୍‌ : କୁରୁକ୍ଷେତ୍ର ଚାମ୍ପିୟନ, ଏସ୍‌ଆର୍‌ଏମ୍‌ ରନର୍ସଅପ୍‌

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ଜୋନ୍‌ ବିଶ୍ୱବିଦ୍ୟାଳୟ (ପୁରୁଷ) ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ସୋମବାର ଖେଳାଯାଇଥିବା...

Advertisement
Archives

Model This Week