୨୦୨୫ ସୁଦ୍ଧା ଭାରତ ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ବର୍ଷ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ୬ତମ ସ୍ଥାନକୁ ଖସିଯାଇଛି। ୨୦୨୫ ବେଳକୁ ପୁଣି ଥରେ ବ୍ରିଟେନକୁ ଟପି ଭାରତ ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ସେହିଭଳି ୨୦୩୦ ବେଳକୁ ତୃତୀୟ ସ୍ଥାନରେ ରହିବ ବୋଲି ସେଣ୍ଟର ଫର୍‌ ଇକୋନୋମିକ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ(ସିଇବିଆର୍‌) ନାମକ ଥିଙ୍କ ଟ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି। ସୂଚନାଯୋଗ୍ୟ, ୨୦୧୯ରେ ଭାରତ ବ୍ରିଟେନକୁ ଟପି ବିଶ୍ୱର ପଞ୍ଚମ ବଡ଼ ଅର୍ଥ ବ୍ୟବସ୍ଥା ହୋଇଥିଲା। ମାତ୍ର ୨୦୧୬ରେ ଏହା ଷଷ୍ଠ ସ୍ଥାନକୁ ଖସିଯାଇଛି। ଭାରତ ଉପରେ କରୋନା ମହାମାରୀ ପ୍ରଭାବ ପରିଲକ୍ଷିତ ହୋଇଛି। ଏହାର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି।
ଶନିବାର ପ୍ରକାଶିତ ସିଇବିଆର୍‌ ରିପୋର୍ଟରେ କୁହାଯାଇଛି, ୨୦୨୦ରେ ଭାରତୀୟ ମୁଦ୍ରାର ଦୁର୍ବଳ ସ୍ଥିତି ଲାଗି ରହିଛି। ଏଭଳି ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୧ରେ ୯% ଏବଂ ୨୦୨୨ରେ ୭% ବୃଦ୍ଧି ଘଟିବ। ଭାରତ ଆର୍ଥତ୍କ ଭାବେ ଯେତେ ସମୃଦ୍ଧ ହେବ ଅଭିବୃଦ୍ଧି ହାର ଆଗାମୀ ଦିନରେ ହ୍ରାସ ପାଇବ। ୨୦୩୫ ବେଳକୁ ଭାରତର ଜିଡିପି ବିକାଶ ହାର ୫.୮% ରହିବା ନେଇ ଆକଳନ କରାଯାଇଛି। ଏଭଳି ଅଭିବୃଦ୍ଧିକୁ ଦେଖିଲେ ଭାରତ ୨୦୩୦ ବେଳକୁ ବିଶ୍ୱର ତୃତୀୟ ବଡ ଅର୍ଥ ବ୍ୟବସ୍ଥା ଭାବେ ପରିଗଣିତ ହେବ। ୨୦୨୫ରେ ଭାରତ ବ୍ରିଟେନକୁ ଟପିବାକୁ ଥିବା ବେଳେ ୨୦୨୭ରେ ଜର୍ମାନୀ ଏବଂ ୨୦୩୦ ବେଳକୁ ଜାପାନକୁ ଟପିଯିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।
୨୦୨୮ ବେଳକୁ ଚାଇନା ଆମେରିକାକୁ ଟପି ବିଶ୍ୱର ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ହେବା ନେଇ ଅନୁମାନ କରାଯାଉଛି। ପୂର୍ବରୁ କରାଯାଇଥିବା ଆକଳନଠାରୁ ଚାଇନା ଏହି ଲକ୍ଷ୍ୟକୁ ୫ ବର୍ଷ ଆଗରୁ ହାସଲ କରିପାରେ। ଡଲାର ଦୃଷ୍ଟିକୋଣରୁ ଜାପାନ ପ୍ରାୟ ୨୦୩୦ ଯାଏ ବିଶ୍ୱର ତୃତୀୟ ବଡ଼ ଅର୍ଥ ବ୍ୟବସ୍ଥା ହୋଇ ରହିବ। କୋଭିଡ୍‌-୧୯ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଶକ୍ତ ଧକ୍କା ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଭାରତର ଜିଡିପି ୧୦ ବର୍ଷର ସର୍ବନିମ୍ନ ସ୍ତର ୪.୨% ଖସିଥିଲା। ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଅସୁବିଧା, ବିଶ୍ୱ ବାଣିଜ୍ୟ ସ୍ଥିତି ଏବଂ ସଂସ୍କାର ଧାରା ଗ୍ରହଣରେ ବିଭିନ୍ନ ସମସ୍ୟା ଯୋଗୁ ଏହାର ପ୍ରଭାବ ବଜାର ଉପରେ ପଡିଛି।
ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ୨୩.୯% ହ୍ରାସ ହୋଇଛି। ଦ୍ୱିତୀୟ ତ୍ରୈମାସ ଜିଡିପି ୭.୫% ଖସିଛି। ଲକ୍‌ଡାଉନ ସହ ବିଶ୍ୱ ଏବଂ ଘରୋଇ ବଜାରରେ ଚାହିଦା କମିବା ଯୋଗୁ ଏହା ଜିଡିପି ଉପରେ ଶକ୍ତା ଧକ୍କା ଲାଗିଛି। ବର୍ତ୍ତମାନ ବଜାରରେ କଟକଣା କୋହଳ କରାଯାଉଛି। ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର ବର୍ତ୍ତମାନ ଟ୍ରାକ୍‌କୁ ଫେରୁଥିବା ନଜରକୁ ଆସିଛି। ମାତ୍ର କୋଭିଡ୍‌ ପୂର୍ବରୁ ବଜାର ଯେଭଳି ରହିଥିଲା ସେହି ସ୍ତର ବର୍ତ୍ତମାନ ସୁଦ୍ଧା ଫେରିପାରିନାହିଁ। ଘରୋଇ ବଜାର ଲାଗି କୃଷି କ୍ଷେତ୍ର ବେଶ୍‌ ଯୋଗଦାନ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହୋଇପାରେ ଏୟାର ଇଣ୍ଡିଆ ଘରୋଇକରଣ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ଚଳିତ ବର୍ଷ ସମ୍ପୂର୍ଣ୍ଣ ହୋଇ ନ ପାରେ। ଏହା ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚିବା ନେଇ ଏକ ରିପୋର୍ଟ...

୬ କୋଟି ସଦସ୍ୟଙ୍କୁ ପୂଜା ଭେଟି;ଇପିଏଫ୍‌ ସୁଧହାର ୮.୬୫%କୁ ବୃଦ୍ଧି

ନୂଆଦିଲ୍ଲୀ,୧୮-୯: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେଇଛନ୍ତି। ପାର୍ବଣ ଋତୁ ଆରମ୍ଭ ହେଉ ହେଉ ସରକାର...

ଜମା, ଉଠାଣରେ ଚାର୍ଜ ନେବେ ବ୍ୟାଙ୍କ;କଂଗ୍ରେସ କହିଲା ସରକାରଙ୍କ ‘କମର ତୋଡ ତୋଫା’

ନୂଆଦିଲ୍ଲୀ: ଜମା ଏବଂ ଉଠାଣ କ୍ଷେତ୍ରରେ କିଛି ବ୍ୟାଙ୍କ ଗ୍ରାହକଙ୍କଠାରୁ ଚାର୍ଜ ଆଦାୟ କରିବେ। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦା ନିର୍ଦ୍ଧାରିତ ନେଣଦେଣଠାରୁ ଅଧିକ...

ପ୍ରବାସୀଙ୍କ ଲାଗି ଆସିବ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍‌

ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ କରିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକ ନାହିଁ ନ ଥିବା ସମସ୍ୟା ସାମ୍ନା...

ଏଫ୍‌ଡିଆଇ ଆଗମନ ୬ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୨୯-୫: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି(ଏଫ୍‌ଡିଆଇ) ଆଗମନ ପ୍ରଥମଥର ୬ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହା ୧ % ହ୍ରାସ ପାଇ...

ପିଏନ୍‌ବିରେ ୧୨୦୩ କୋଟିର ଋଣ ଠକେଇ

  ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୨୦୩ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଛି। ସିନ୍‌ଟେକ୍ସ ଇଣ୍ଡଷ୍ଟ୍ରିଜ ଏଭଳି ବେଆଇନ କାର୍ଯ୍ୟରେ ସାମିଲ ରହିଥିବା...

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌...

ଭିତ୍ତିଭୂମିରେ ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧: ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା...

Advertisement
Archives

Model This Week