Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ ବିଜୟୀ

ମାରଗାଓ,୨୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇନ୍‌ ଏଫ୍‌ସି ୨-୧ ଗୋଲରେ ଏଫ୍‌ସି ଗୋଆକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇନ ୬ଟି ମ୍ୟାଚ ଖେଳି ୨ଟି ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପଟେ ଗୋଆ ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୨ଟି ଡ୍ର ଓ ୩ଟି ପରାଜୟ ସହ ୮ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।
ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇନ୍‌ ତରଫରୁ ବ୍ରାଜିଲ ଷ୍ଟ୍ରାଇକର ରାଫାଏଲ କ୍ରିଭେଲାରୋ ପଞ୍ଚମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ଠିକ୍‌ ୪ ମିନିଟ୍‌ ପରେ ଗୋଆ ତରଫରୁ ସ୍ପେନ୍‌ ରାଇଟ୍‌ ଓ୍ବିଙ୍ଗର ଜର୍ଜ ଓର୍ଟିଜ ମେଣ୍ଡୋଜା ନବମ ମିନିଟରେ ଗୋଲ ଦେଇ ମ୍ୟାଚ ୧-୧ ସମାନସ୍ଥିତିକୁ ଆଣିଥିଲେ ଓ ଏହା ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ୍‌ ଫରଓ୍ବାର୍ଡ ରାହିମ ଅଲି ୫୩ ମିନିଟରେ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ ଖେଳ ହୋଇଥିଲେ ମଧ୍ୟ ମ୍ୟାଚରେ ଆଉ ଗୋଲ ସ୍କୋର ହୋଇ ନ ଥିଲା। ଫଳରେ ଚେନ୍ନାଇନ ବିଜୟୀ ହୋଇଥିଲା। କିନ୍ତୁ ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଗୋଆ ଆଗରେ ରହିଥିଲା। ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri