Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ଚେନ୍ନାଇନ୍‌ର ବିଜୟ ଅଭିଯାନ

ଭାସ୍କୋ, ୨୫।୧୧- ସ୍ଥାନୀୟ ତିଳକ ମଇଦାନରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ୍‌) ମ୍ୟାଚରେ ଚେନ୍ନାଇନ୍‌ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଫଳରେ ଦୁଇଥର ଚାମ୍ପିୟନ ଚେନ୍ନାଇନ ଚଳିତ ସଂସ୍କରଣରେ ପୁରା ୩ ପଏଣ୍ଟ ସହ ଅଭିଯାନ ଆରମ୍ଭ କରିଛି।
ନୂଆ କୋଚ୍‌ କସାବା ଲାଜ୍‌ଲୋଙ୍କ ପ୍ରଶିକ୍ଷଣପ୍ରାପ୍ତ ଚେନ୍ନାଇନ୍‌ ରେଫରିଙ୍କ ହ୍ବିସିଲ ବାଜିବାମାତ୍ରେ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। ଫଳ ସ୍ବରୂପ ମ୍ୟାଚର ୧ମ ମିନିଟରେ ଅନିରୁଦ୍ଧ ଥାପ୍ପା ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଚଳିତ ସିଜନରେ ପ୍ରଥମ ଭାରତୀୟ ଭାବେ ଥାପା ଏହି ଗୋଲ ଦେଇଥିଲେ। ଅହା ବ୍ୟତୀତ ଚଳିତ ସିଜନର ଏହାଥିଲା ଦ୍ରୁତତମ ଗୋଲ। ଥାପା ଅତି ନିଖୁଣଭାବେ ବଲ୍‌କୁ ଆଗେଇ ନେଇ ଜାମସେଦପୁର ଗୋଲପୋଷ୍ଟରେ ପ୍ରବେଶ କରି ଗୋଲ ଦେଇଥିଲେ। ଡାହାଣ ପଟରୁ ଇସମାଇଲ ଗନକାଲ୍ଭସ ଚମତ୍କାରଭାବେ ତାଙ୍କୁ ସହାୟତା କରିଥିଲେ। ୨୫ତମ ମିନିଟରେ ଜାମସେଦପୁର ଏଫସିର ଇସାକ ବନମାଲାସ୍ବାମା ଛକଛୁଆକ ଚେନ୍ନାଇନ୍‌ ଖେଳାଳିଙ୍କୁ କହୁଣିରେ ଠେଲିଥିଲେ। ଏହା ରେଫରିଙ୍କ ନଜରକୁ ଆସିବାପରେ ଫାଉଲ୍‌ ଦେଇଥିଲେ ଏବଂ ଚେନ୍ନାଇନ୍‌କୁ ପେନାଲ୍ଟି ସୁଯୋଗ ମିଳିଥିଲା। ଏହାର ସଦ୍‌ବ୍ୟବହାର କରି ଇସମାଇଲ ୨୬ତମ ମିନିଟରେ ଚେନ୍ନାଇନ୍‌ ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ଜାମସେଦପୁର ଗୋଲକିପର ରେହେନେଶ ତୁମ୍ବିରୁମ୍ବୁ ପରମ୍ବାଙ୍କୁ ଚକ୍‌ମା ଦେଇ ଡାହାଣ କର୍ନରରେ ବଲକୁ ନେଟ୍‌ ସ୍ପର୍ଶ କରାଇଥିଲେ ଏହି ବିଦେଶୀ ଖେଳାଳି। ଗୋଲ ପରିଶୋଧ ପାଇଁ ଜାମସେଦପୁର ଆକ୍ରମଣକୁ ଜୋରଦାର କରିଥିଲା। ୩୭ତମ ମିନିଟରେ ଜାକିଚାନ୍ଦ ସିଂଙ୍କଠାରୁ ପାଇଥିବା ପାସ୍‌କୁ ହେଡ୍‌ ଜରିଆରେ ଗୋଲରେ ପରିଣତ କରିଥିଲେ ଗତ ସିଜନର ଗୋଲ୍ଡେନ ବୁଟ୍‌ ବିଜେତା ନେରିଜୁସ ଭାଲ୍ସକିସ୍‌। ଚେନ୍ନାଇନ୍‌ ରକ୍ଷଣଭାଗର ଦୁର୍ବଳତାରୁ ସେ ଫାଇଦା ଉଠାଇଥିଲେ। ଫଳରେ ଜାମସେଦପୁର ପ୍ରଥମାର୍ଦ୍ଧ ଶେଷରେ ଗୋଲ ବ୍ୟବଧାନକୁ ୧-୨କୁ ଆଣିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ମ୍ୟାଚକୁ ସମାନ ସ୍ତରକୁ ଆଣିବା ପାଇଁ ଜାମସେଦପୁର ଏକାଧିକ ସୁଯୋଗ ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri