ଘାରିଲା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କୋରାନାର ଦ୍ୱିତୀୟ ଲହର ହନ୍ତସନ୍ତ କରୁଥିବା ବେଳେ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢ଼ାଇ ଦେଇଛି। କୋରାନାରୁ ସୁସ୍ଥ ହେଉଥିବା କେତେଜଣ ବ୍ୟକ୍ତିଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖିବାକୁ ମିଳୁଛି। ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ରୋଗ ବ୍ୟାପୁଥିବାବେଳେ ଓଡ଼ିଶାରେ ମଧ୍ୟ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗର ଶୀଘ୍ର ଚିହ୍ନଟ ଓ ମୁକାବିଲା ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରିବା ସକାଶେ ରାଜ୍ୟ ସରକାର ଶୁକ୍ରବାର ୭ ଜଣିଆ ରାଜ୍ୟସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏଥିସହିତ ପ୍ରତ୍ୟେକ ସରକାରୀ ମେଡିକାଲ କଲେଜରେ ବ୍ଲାକ୍‌ ଫଙ୍ଗସ୍‌ ରୋଗର ଚିକିତ୍ସା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲ ନିୟମିତ ଭାବେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଆଡମିଶନ ସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।
ଏସ୍‌ସିବି ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡା. ନିରୁପମା ଚଇନି ରାଜ୍ୟସ୍ତରୀୟ କମିଟିରେ ଅଧ୍ୟକ୍ଷ ଥିବାବେଳେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସଦସ୍ୟ ଆବାହକ ରହିଛନ୍ତି। ସେହିପରି ଏସ୍‌ସିବି ମେଡିକାଲ କଲେଜର ଅନ୍ୟ ୫ ଜଣ ପ୍ରଫେସରଙ୍କୁ ଏହି କମିଟିର ସଦସ୍ୟ ରଖାଯାଇଛ। ସେମାନେ ହେଲେ ପ୍ରଫେସର ଡା.ଜ୍ୟୋତି ପଟ୍ଟନାୟକ, ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଡା. ଶୁଭବ୍ରତା ପରିଡା, ପ୍ରଫେସର ଡା. ସୁବ୍ରତ ବେହେରା, ପ୍ରଫେସର ଡା. ପ୍ରସନ୍‌ଜିତ ମହାନ୍ତି। ଏହି କମିଟି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କୁ ତଦାରଖ କରିବା ସହ ଏହି ରୋଗକୁ ତୁରନ୍ତ ଚିହ୍ନଟ ଓ ନିରାକରଣ ପାଇଁ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବ।
ସେହିପରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ ମଧ୍ୟ ଏକ ବିଶେଷଜ୍ଞ କମିଟି ଗଠନ କରିବେ। କମିଟିରେ ମେଡିସିନ କିମ୍ବା ପଲ୍‌ମୋନାରି ମେଡିସିନ, ଡର୍ମାଟୋଲୋଜି, ଇଏନ୍‌ଟି, ଅପ୍‌ଥାମୋଲୋଜି ଓ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ସାମିଲ କରାଯିବ। ସେମାନେ ମିଳିତ ଭାବେ ଏହି ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କରିବେ। ସରକାରୀ ମେଡିକାଲ କଲେଜର ଇଏନ୍‌ଟି ବିଭାଗରେ ରୋଗୀ ଚିହ୍ନଟ ପାଇଁ ବ୍ୟବସ୍ଥା କରିବେ। କରୋନାରୁ ସୁସ୍ଥ ହୋଇଥିବା ଓ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଅପ୍‌ଥାମୋଲୋଜି ବିଭାଗରେ ଚିକିତ୍ସା ସୁବିଧା କରାଯିବ। ଯଦି କୋଭିଡ୍‌ ସଂକ୍ରମିତଙ୍କ ଶରୀରରେ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଚିହ୍ନଟ ହୁଏ ତା’ହେଲେ ସମ୍ପୃକ୍ତ ରୋଗୀଙ୍କୁ ଇଏନ୍‌ଟି ଓ ଅପ୍‌ଥାମୋଲୋଜି ଡାକ୍ତରଙ୍କ ସହଯୋଗରେ ଚିକିତ୍ସା କରାଯିବ। ସମସ୍ତ ସରକାରୀ, କର୍ପୋରେଟ, ମିଶନାରି ଏବଂ ଘରୋଇ ହସ୍ପିଟାଲ ଏହି ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଭର୍ତ୍ତି ହେବାର ସୂଚନା ଓ ରୋଗୀଙ୍କ ଇନ୍‌ଭେଷ୍ଟିଗେଶନ ରେକର୍ଡକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ନିଶ୍ଚିତ ପଠାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ଦେଶରେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବ୍ଲାକ୍‌ ଫଙ୍ଗସ୍‌, ଯାହାର ଲକ୍ଷଣ ହେଉଛି ମୁଣ୍ଡବ୍ୟଥା, ଜ୍ୱର, ଆଖିରେ ପୀଡ଼ା, ନାକ ରୁନ୍ଧି ହେବା। ଏହି ରୋଗରେ ବେଶି ଶିକାର ହେଉଛନ୍ତି କରୋନା ଆରୋଗ୍ୟମାନେ। ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌, ସେମାନଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହେବାର ଅଧିକ ଆଶଙ୍କା ରହିଛି। ରୋଗର ଲକ୍ଷଣ ପ୍ରାଥମିକ ସ୍ତରରେ ଜଣାପଡ଼ିଲେ ଏହାକୁ ଆୟତ୍ତ କରିହେବ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri