Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ ଆରମ୍ଭ: କ୍ରିଷ୍ଣାଙ୍କ ଗୋଲରେ ଏଟିକେ ମୋହନବାଗାନ ବିଜୟୀ

ବାମ୍ବୋଲିମ(ଗୋଆ), ୨୧।୧୧-
କୋଭିଡ-୧୯ ଗାଇଡ୍‌ଲାଇନ୍‌ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣ ଶୁକ୍ରବାର ଆରମ୍ଭ ହୋଇଛି। ଫିଜିଆନ ଷ୍ଟ୍ରାଇକର ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଏଟିକେ ମୋହନବାଗାନ ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୧-୦ ଗୋଲରେ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୬୭ତମ ମିନିଟରେ ମନଭୀର ସିଂ ଡାହାଣ ପଟରୁ ବକ୍ସ ଭିତରେ ଥିବା କ୍ରିଷ୍ଣାଙ୍କ ନିକଟକୁ ବଲ୍‌ ପାସ୍‌ କରିଥିଲେ। ଅଧିନାୟକ କ୍ରିଷ୍ଣା ବ୍ଲାଷ୍ଟର୍ସ ଡିଫେନ୍ସ ଲାଇନ୍‌କୁ ଭେଦ କରି ବଲ୍‌କୁ ନେଟ୍‌ ମଧ୍ୟକୁ ପଠାଇବାରେ କୌଣସି ଭୁଲ କରି ନ ଥିଲେ। ଅବଶିଷ୍ଟ ୨୩ ମିନିଟ ଏବଂ ଇଞ୍ଜୁରି ୪ ମିନିଟର ଖେଳରେ କେରଳ ଦଳ ଗୋଲଟିକୁ ପରିଶୋଧ କରିବାରେ ଅସମର୍ଥ ରହିଥିଲା। ଫଳରେ ବିଜୟ ସହ ଏଟିକେ ମୋହନବାଗାନ ଏହାର ଆଇଏସ୍‌ଏଲ ଅଭିଯାନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ,୧।୧୦ : ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ ଲିଗ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ...

କୋହଲିଙ୍କୁ ମିଳୁନାହିଁ ଛୁଟି

ନୂଆଦିଲ୍ଲୀ,୧୯।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଫିଟ୍‌ କ୍ରିକେଟର। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ...

ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ

ଅକଲାଣ୍ଡ,୭।୧୨: ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନ କହୁଣୀ ଜନିତ ସମସ୍ୟା କାରଣରୁ ଆଗାମୀ ଦୁଇ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଫଳରେ ସେ...

ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେବେ ଓ କେଉଁଠି ଦେଖିବେ ଏହି ମ୍ୟାଚ୍‌…

କଲମ୍ବୋ,୨୯।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଗୁରୁବାର ଖେଳାଯିବ। ଭାରତୀୟ ଟିମ୍‌ର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କୋଭିଡ ସଂକ୍ରମିତ ହୋଇଯିବା ପରେ ଦ୍ୱିତୀୟ...

ନାଡାଲଙ୍କୁ ମେକ୍ସିକୋ ଓପନ ଟାଇଟଲ

ଲସ ଏଞ୍ଜେଲ୍ସ,୧ା୩- ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ରାଫାଲ ନାଡାଲ ଚଳିତ ଏଟିପି ମେକ୍ସିକୋ ଓପନ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଅଣ ସିଡ୍‌ ଟେଲର ଫ୍ରିଜଙ୍କୁ...

ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୫।୫- ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟୁର୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଶେଫାଳି ବର୍ମା ପ୍ରଥମଥରପାଇଁ...

ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କଲେ…

ଲଣ୍ଡନ,୩୦।୭ : ଟିମ୍‌ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ହଠାତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ନେଇ ପ୍ରଶଂସକମାନେ ଦୁଃଖିତ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଭାରତ ହେବ ବିଶ୍ୱ କ୍ରୀଡ଼ାର ‘ସୁପର ପାୱାର’

କଟକ ଅଫିସ,୨୩ା୨-ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week