Posted inଜାତୀୟ

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା ବର୍ତ୍ତମାନ ବିଶ୍ୱବାସୀଙ୍କ ସନ୍ଦେହ ଚକ୍ଷୁରେ। ନାମୀଦାମୀ ବ୍ରାଣ୍ଡ୍‌ର ମସଲାରେ କ୍ୟନ୍‌ସର ସୃଷ୍ଟିକାରୀ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ହଂକଂ ଏପ୍ରିଲ ୫ରେ ଦର୍ଶାଇଥିଲା। ପରେ ହଂକଂ ଓ ସିଙ୍ଗାପୁର ଏହାର ବିକ୍ରି ଉପରେ ରୋକ ଲଗାଇବା ସହ ବଜାରରୁ ଭାରତୀୟ ମସଲାକୁ ହଟାଇଦେଇଥିଲେ। ଦୁଇଦେଶରେ ଏମ୍‌ଡିଏଚ୍‌ର ୩ ଓ ଏଭରେଷ୍ଟର ୬ ପ୍ରକାର ଫିଶ୍‌ କରି ଉପରେ କଟକଣା ଲାଗିଛି। ଆମେରିକା ମଧ୍ୟ ଶନିବାର ଏହା ଉପରେ ସନ୍ଦେହ ବ୍ୟକ୍ତ କରି ଭାରତୀୟ ମସଲାଗୁଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଥିଲା। ମଙ୍ଗଳବାର ଅଷ୍ଟ୍ରେଲିଆର ଖାଦ୍ୟ ନିରାପତ୍ତା ଏଜେନ୍ସି ଏହି ଦୁଇ କମ୍ପାନୀର ମସଲାରେ ମିଶାଯାଉଥିବା ଉପାଦାନଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଯାଞ୍ଚ ଆରମ୍ଭ କରିଛି। ଆବଶ୍ୟକ ହେଲେ ଅଷ୍ଟ୍ରେଲିଆରେ ମଧ୍ୟ ଏହାର ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇପାରେ ବୋଲି ଫୁଡ୍‌ ଷ୍ଟାଣ୍ଡାର୍ଡ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଉକ୍ତ ମସଲାରେ ମିଶାଯାଉଥିବା ଇଥିଲିନ୍‌ ଅକ୍ସାଇଡ୍‌ ଅଷ୍ଟ୍ରେଲିଆରେ ଖାଦ୍ୟ ପଦାର୍ଥରେ ମିଶ୍ରଣ ପାଇଁ ଅନୁମତି ଦିଆଯାଏ ନାହିଁ। ପୂର୍ବରୁ ଦୁଇ କମ୍ପାନୀ ନିଜ ଉତ୍ପାଦକୁ ବ୍ୟବହାରଯୋଗ୍ୟ ଓ ସୁରକ୍ଷିତ ଦର୍ଶାଇ ବ୍ୟବସାୟ କରିଆସୁଥିଲେ। ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି। ଏହି ବ୍ରାଣ୍ଡ୍‌ର ମସଲା ୟୁରୋପ, ଏସିଆ ଓ ଉତ୍ତର ଆମେରିକାରେ ମଧ୍ୟ ଲୋକପ୍ରିୟ ହୋଇଥିବାରୁ ସେଠାକାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ସ ଆଡ୍‌ମିନିଷ୍ଟ୍ରେଶନ୍‌ (ଏଫ୍‌ଡିଏ)ର ସନ୍ଦେହ ପରେ ଭାରତୀୟ କର୍ତ୍ତୃପକ୍ଷ ଦୁଇଟିଯାକ ମସଲାର ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?