Odisha Elections 2024
Posted inଜାତୀୟ

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ମସଲା ବର୍ତ୍ତମାନ ବିଶ୍ୱବାସୀଙ୍କ ସନ୍ଦେହ ଚକ୍ଷୁରେ। ନାମୀଦାମୀ ବ୍ରାଣ୍ଡ୍‌ର ମସଲାରେ କ୍ୟନ୍‌ସର ସୃଷ୍ଟିକାରୀ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ହଂକଂ ଏପ୍ରିଲ ୫ରେ ଦର୍ଶାଇଥିଲା। ପରେ ହଂକଂ ଓ ସିଙ୍ଗାପୁର ଏହାର ବିକ୍ରି ଉପରେ ରୋକ ଲଗାଇବା ସହ ବଜାରରୁ ଭାରତୀୟ ମସଲାକୁ ହଟାଇଦେଇଥିଲେ। ଦୁଇଦେଶରେ ଏମ୍‌ଡିଏଚ୍‌ର ୩ ଓ ଏଭରେଷ୍ଟର ୬ ପ୍ରକାର ଫିଶ୍‌ କରି ଉପରେ କଟକଣା ଲାଗିଛି। ଆମେରିକା ମଧ୍ୟ ଶନିବାର ଏହା ଉପରେ ସନ୍ଦେହ ବ୍ୟକ୍ତ କରି ଭାରତୀୟ ମସଲାଗୁଡ଼ିକୁ ଯାଞ୍ଚ କରିବା ଆରମ୍ଭ କରିଥିଲା। ମଙ୍ଗଳବାର ଅଷ୍ଟ୍ରେଲିଆର ଖାଦ୍ୟ ନିରାପତ୍ତା ଏଜେନ୍ସି ଏହି ଦୁଇ କମ୍ପାନୀର ମସଲାରେ ମିଶାଯାଉଥିବା ଉପାଦାନଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ଯାଞ୍ଚ ଆରମ୍ଭ କରିଛି। ଆବଶ୍ୟକ ହେଲେ ଅଷ୍ଟ୍ରେଲିଆରେ ମଧ୍ୟ ଏହାର ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇପାରେ ବୋଲି ଫୁଡ୍‌ ଷ୍ଟାଣ୍ଡାର୍ଡ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଉକ୍ତ ମସଲାରେ ମିଶାଯାଉଥିବା ଇଥିଲିନ୍‌ ଅକ୍ସାଇଡ୍‌ ଅଷ୍ଟ୍ରେଲିଆରେ ଖାଦ୍ୟ ପଦାର୍ଥରେ ମିଶ୍ରଣ ପାଇଁ ଅନୁମତି ଦିଆଯାଏ ନାହିଁ। ପୂର୍ବରୁ ଦୁଇ କମ୍ପାନୀ ନିଜ ଉତ୍ପାଦକୁ ବ୍ୟବହାରଯୋଗ୍ୟ ଓ ସୁରକ୍ଷିତ ଦର୍ଶାଇ ବ୍ୟବସାୟ କରିଆସୁଥିଲେ। ଯାଞ୍ଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଥିରେ କୁହାଯାଇଛି। ଏହି ବ୍ରାଣ୍ଡ୍‌ର ମସଲା ୟୁରୋପ, ଏସିଆ ଓ ଉତ୍ତର ଆମେରିକାରେ ମଧ୍ୟ ଲୋକପ୍ରିୟ ହୋଇଥିବାରୁ ସେଠାକାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ସ ଆଡ୍‌ମିନିଷ୍ଟ୍ରେଶନ୍‌ (ଏଫ୍‌ଡିଏ)ର ସନ୍ଦେହ ପରେ ଭାରତୀୟ କର୍ତ୍ତୃପକ୍ଷ ଦୁଇଟିଯାକ ମସଲାର ଫ୍ୟାକ୍ଟ୍ରିରେ ଯାଞ୍ଚ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri