Odisha Elections 2024

ତାମିଲ ସମେତ ୪ ଭାଷା ଜାଣିଛନ୍ତି ନୂଆ ରାଷ୍ଟ୍ରପତି ଥର୍‌ମାନ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍‌ମାନ ଶାନମୁଗରତ୍ନମ୍‌ ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟ ହାଜଲ କରିଛନ୍ତି। ୨୦୧୧ରୁ ଥର୍‌ମାନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏକି ୭୦ପ୍ରତିଶତରୁ ଅଧିକ ଭୋଟ ଜିତିଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଥର୍‌ମାନ କିଏ, ଯିଏ ରେକର୍ଡ ଭୋଟ ସହିତ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛନ୍ତି।

ଥର୍‌ମାନ ଶାନମୁଗରତ୍ନମ ଫେବୃୟାରୀ ୨୫, ୧୯୫୭ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କଙ୍ଗରତ୍ନମ ଶାନମୁଗରତ୍ନମ ଭାରତୀୟ ତାମିଲ ମୂଳ ହୋଇଥିବାବେଳେ ମାତା ଚାଇନା ବଂଶୋଭବର ନାଗରିକ। କଙ୍ଗରତ୍ନମ ସିଙ୍ଗାପୁରର ଜଣେ ପ୍ରସିଦ୍ଧ ପାଥୋଲୋଜିଷ୍ଟ। ଭାରତ, ଚାଇନା ଏବଂ ସିଙ୍ଗାପୁରର ମିଶ୍ରିତ ସଂସ୍କୃତିରେ ବଢି ସେ ଇଂରାଜୀ, ତାମିଲ, ମାଲୟ ଏବଂ ମାଣ୍ଡାରିନ ଭାଷାରେ କଥାବାର୍ତ୍ତା କରିଛନ୍ତି, ଲେଖିଛନ୍ତି ଏବଂ ପଢିଛନ୍ତି। ପିଲାଦିନରୁ ଥର୍‌ମାନ ପଢିବା ଏବଂ ଲେଖିବାରେ ବହୁତ ଭଲ ଥିଲେ। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏଥି ସହିତ, ଥର୍‌ମାନ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେଶନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ କବିତାକୁ ମଧ୍ୟ ବହୁତ ଭଲ ପାଆନ୍ତି। ସେ ପିଲାଦିନେ କବିତା ଲେଖୁଥିଲେ, ଏବଂ ସେ ସହପାଠୀମାନଙ୍କ ସହ ଅନେକ କବିତା ରଚନା ମଧ୍ୟ କରିଛନ୍ତି।

ଅଧ୍ୟୟନ ପରେ, ଥର୍‌ମାନ ସିଙ୍ଗାପୁରର ମନିଟାରୀ ଅଥରିଟି ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। କିଛି ବର୍ଷ ପରେ ତାଙ୍କୁ ଏମଏମଏସର ଚେୟାରମ୍ୟାନ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ସେ ଜିଆଟିର ଡେପୁଟି ଚେୟାରମ୍ୟାନ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଶ୍ୱ ଅର୍ଥନୈତିକ ଅବନତି ସମୟରେ ସେ ଆର୍ଥିକ ପରାମର୍ଶ ମଧ୍ୟ ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ୨୦୦୧ରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବା ଏବଂ ଦାୟିତ୍ୱକୁ ସଫଳତାର ସହ ପୂରଣ କରିବା ପରେ ଥର୍‌ମାନ ୨୦୦୧ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ୨୦୧୧-୨୦୧୯ରୁ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଥର୍‌ମାନ ସିଙ୍ଗାପୁରର କେନ୍ଦ୍ର ମନ୍ତ୍ରୀ ଥିବାବେଳେ ଦୁଇଟି ପ୍ରମୁଖ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ୨୦୦୭ରୁ ୨୦୧୫ପର୍ଯ୍ୟନ୍ତ ସେ ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀ ହୋଇଥିବାବେଳେ ୨୦୦୩ ରୁ ୨୦୦୮ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ। ସିଙ୍ଗାପୁରର ବର୍ତ୍ତମାନର ରାଷ୍ଟ୍ରପତି ହଲିମା ୟାକୁବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେବ। ୧୪ ସେପ୍ଟେମ୍ବରରେ ସିଙ୍ଗାପୁରର ରାଷ୍ଟ୍ରପତି ଭାବରେ ଥର୍‌ମାନ ତାଙ୍କର ନୂତନ ପଦ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା।...

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri