ଜିଆଇ ଟ୍ୟାଗ୍‌ ଅନ୍ତିମ ପର୍ଯ୍ୟାୟରେ ମଗଜି ଲଡୁ

ଢେଙ୍କାନାଳ,୨ା୯(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଜିଓଗ୍ରାଫିକାଲ ଜର୍ନାଲ ମାଗାଜିନର ପୃଷ୍ଟା-୪୫ରେ ମଧ୍ୟ ଏହା ସ୍ଥାନ ପାଇସାରିଛି। ଏହି ଖବର ଜଣାପଡ଼ିବା ପରେ ଢେଙ୍କାନାଳ ଜିଲାରେ ଖୁସିର ଲହରି ଖେଳିଯାଇଛି। ବିଶେଷକରି ଜିଲା ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଖୁସି ପ୍ରକଟ କରାଯାଇଛି। ଢେଙ୍କାନାଳ ମଗଜି ଲଡୁ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ। ମଇଷି କ୍ଷୀର, ଘିଅରୁ ଏହା ପ୍ରସ୍ତୁତ କରାଯାଇଥାଏ। ୭ ଡିସେମ୍ବର ୨୦୨୦ରେ ଢେଙ୍କାନାଳ ସହର ମୀନାବଜାର ସ୍ଥିତ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ଦରଖାସ୍ତ ନଂ-୭୨୪ ଏହାକୁ ପଞ୍ଜୀକୃତ କରାଯାଇଥିଲା। ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରିବା ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରିଥିଲା। ଶେଷରେ ଗୁରୁବାର ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜିଓଗ୍ରାଫିକାଲ ଜର୍ନାଲରେ ସ୍ଥାନ ପାଇବା ପରେ ମାସେରୁ ୩ ମାସ ମଧ୍ୟରେ ଏହାକୁ ନେଇ କୌଣସି ଆପତ୍ତି ବା ବିରୋଧୀ ମନ୍ତବ୍ୟ ନ ଆସିଲେ ଚୂଡାନ୍ତ ଭାବେ ଏହାକୁ ଜିଆଇ ମାନ୍ୟତା ପ୍ରଦାନ ସମ୍ପର୍କରେ ଘୋଷଣା କରାଯିବ ବୋଲି ଓୟୁଏଟିର ଡାଇରେକ୍ଟର ପ୍ଲାନିଂ, ମନିଟରିଂ ଆଣ୍ଡ୍‌ ଇଭାଲୁଏଶନ ବିଭାଗର ପ୍ରଫେସର ଦୟାନିଧି ମିଶ୍ର ଶୁକ୍ରବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ସେହିପରି ଢେଙ୍କାନାଳ ମହିଷାପାଟସ୍ଥିତ ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି କହିଛନ୍ତି, ପରିଶ୍ରମ ସଫଳତା ପାଇବାକୁ ଆଉ ମାତ୍ରେ ପାଦେ ବାଟ ରହିଲା। କୌଣସି ଭିନ୍ନମତ ନ ଉପୁଜିଲେ ଖୁବଶୀଘ୍ର ଢେଙ୍କାନାଳର ମଗଜି ଲଡୁ ଜିଆଇ ଟ୍ୟାଗ୍‌ ହାସଲ କରିବ। ସେହିପରି ଜିଲା ସୁଇଟି ଆସୋସିଏଶନ ସମ୍ପାଦକ ଜିତେଶ କୁମାର କୋଟକ କହିଛନ୍ତି, ଢେଙ୍କାନାଳ ଜିଲା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ। ଆଉ ଗୋଟିଏ ପାଦ ପରେ ମଗଜି ଲଡୁ ଜିଆଇ ଟ୍ୟାଗ ମାନ୍ୟତା ପାଇବ ବୋଲି ନିଶ୍ଚିତ ହୋଇଯାଇଛି। ସମଗ୍ର ଦେଶ ଓ ରାଜ୍ୟ ପାଇଁ ଢେଙ୍କାନାଳବାସୀଙ୍କ ଏହା ଏକ ଉପହାର ସଦୃଶ। ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଏହା କିପରି ଭାବେ ଭଲ ବିକ୍ରି ଓ ରପତ୍ାନି ହୋଇପାରିବ ସେ ସମ୍ପର୍କରେ ପ୍ରୟାସ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri