Posted inଜାତୀୟ

ମୂଳ ଭାରତୀୟ ଜୁଲି ଲଗାତାର ଦ୍ୱିତୀୟ ଥର ଆମେରିକାରେ ହେଲେ ବିଚାରପତି…

ଥିରୁଭାନନ୍ତପୁରମ୍‌/ଓ୍ବାଶିଂଟନ,୩।୧ : ମୂଳ ଭାରତୀୟ ଜୁଲି ଏ. ମାଥ୍ୟୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେରିକାର ଫୋର୍ଟ ବେଣ୍ଡ କାଉଣ୍ଟି କୋର୍ଟରେ ବିଚାରପତି ଭାବରେ ଚୟନ ହୋଇଛନ୍ତି। ସେ ମୂଳତଃ କେରଳର ଥିରୁଭାଲା ସହରର ବାସିନ୍ଦା। କେରଳର ଏକ ଗ୍ରାମ ବିଦ୍ୟାଳୟ ଛାଡି ପିତାମାତାଙ୍କ ସହ ଆମେରିକା ଯାଇଥିବା ଜୁଲି ଏ ମାଥ୍ୟୁ କହିଛନ୍ତି ଯେ ସେ କେବେ ଆଇନଜୀବୀ କିମ୍ବା ବିଚାରପତି ହେବାକୁ ଚାହିିଁ ନ ଥିଲେ।

ଜୁଲିଙ୍କ ପିତା ବ୍ୟବସାୟ କରୁଥିଲେ ଯେଉଁଥିରେ ତାଙ୍କୁ ଅନେକ ଥର ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଯାହା ପରେ ଜୁଲି ଆଇନ ଅଧ୍ୟୟନ କରିବାକୁ ଚିନ୍ତା କରିଥିଲେ। ସେ ଆମେରିକାରେ ୧୫ ବର୍ଷ ଆଇନଜୀବୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଚାରି ବର୍ଷ ପୂର୍ବେ ସେଠାରେ ଜଜ ବେଞ୍ଚରେ ଚୟନ ହୋଇ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଭାବେ ଇତିହାସ ସୃଷ୍ଟି କରିଥିଲେ।

ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ଏହା ହେଉଛି ସର୍ବୋତ୍ତମ କାର୍ଯ୍ୟ ଏବଂ ସେ ଏହି ବୃତ୍ତିକୁ ଅଧିକ ଭଲ ପାଆନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର ଟେକ୍ସାସର କାଉଣ୍ଟି କୋର୍ଟର ବିଚାରପତି ଭାବରେ ମାଥ୍ୟୁ ଶପଥ ଗ୍ରହଣ କରିଛନ୍ତି।

ଜୁଲି ବର୍ତ୍ତମାନ ତାଙ୍କ  ସ୍ବାମୀଙ୍କ ଗାଁ ଭୀମନାଡି (ଶାଶୁଘର) ଘରେ କେରଳର କାସରଗୋଡ ଜିଲାରେ ଅଛନ୍ତି। ସେ ପିଟିଆଇକୁ କହିଛନ୍ତି ଯେ ଏଥର ମୋର ଇଚ୍ଛା ମୋ ଶାଶୁଘରୁ ଶପଥ ନେବା। ନଚେତ ମୋ ଶ୍ୱଶୁର ଘର ଲୋକମାନେ ଏହି କାର୍ଯ୍ୟରେ ଭାଗ ନେବାକୁ ସମର୍ଥ ହେବେ ନାହିଁ। ମୁଁ ବହୁତ ଖୁସି ଯେ ମୋ ଶ୍ୱଶୁର ଘର ଲୋକ ଏବଂ ଅନ୍ୟ ପରିବାର ସଦସ୍ୟ ଏହି ଶପଥ ଗ୍ରହଣର ସାକ୍ଷୀ ହୋଇପାରିଛନ୍ତି।

ଜୁଲି ମାଥ୍ୟୁ କହିଛନ୍ତି ଯେ ଯେତେବେଳେ ସେ ଚାରି ବର୍ଷ ପୂର୍ବେ ପ୍ରଥମେ ବିଚାରପତି ହୋଇଥିଲେ, ସେତେବେଳେ ତାଙ୍କ ମାତାପିତା ତାଙ୍କୁ ଦେଖିବା ଏବଂ ଆଶୀର୍ବାଦ ଦେବା ପାଇଁ ସେଠାରେ ଉପସ୍ଥିତ ଥିଲେ। ତାହା ମୋ ପାଇଁ ବହୁତ ଭଲ ସ୍ମୃତି। ଏଥର ତାଙ୍କ ମାତାପିତା ଏବଂ ବଡ ଝିଅ ଆମେରିକାରେ ଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ୧୩ ଲୋକ ସଭା ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri