Posted inଜାତୀୟ

ମୂଳ ଭାରତୀୟ ଜୁଲି ଲଗାତାର ଦ୍ୱିତୀୟ ଥର ଆମେରିକାରେ ହେଲେ ବିଚାରପତି…

ଥିରୁଭାନନ୍ତପୁରମ୍‌/ଓ୍ବାଶିଂଟନ,୩।୧ : ମୂଳ ଭାରତୀୟ ଜୁଲି ଏ. ମାଥ୍ୟୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେରିକାର ଫୋର୍ଟ ବେଣ୍ଡ କାଉଣ୍ଟି କୋର୍ଟରେ ବିଚାରପତି ଭାବରେ ଚୟନ ହୋଇଛନ୍ତି। ସେ ମୂଳତଃ କେରଳର ଥିରୁଭାଲା ସହରର ବାସିନ୍ଦା। କେରଳର ଏକ ଗ୍ରାମ ବିଦ୍ୟାଳୟ ଛାଡି ପିତାମାତାଙ୍କ ସହ ଆମେରିକା ଯାଇଥିବା ଜୁଲି ଏ ମାଥ୍ୟୁ କହିଛନ୍ତି ଯେ ସେ କେବେ ଆଇନଜୀବୀ କିମ୍ବା ବିଚାରପତି ହେବାକୁ ଚାହିିଁ ନ ଥିଲେ।

ଜୁଲିଙ୍କ ପିତା ବ୍ୟବସାୟ କରୁଥିଲେ ଯେଉଁଥିରେ ତାଙ୍କୁ ଅନେକ ଥର ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଯାହା ପରେ ଜୁଲି ଆଇନ ଅଧ୍ୟୟନ କରିବାକୁ ଚିନ୍ତା କରିଥିଲେ। ସେ ଆମେରିକାରେ ୧୫ ବର୍ଷ ଆଇନଜୀବୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଚାରି ବର୍ଷ ପୂର୍ବେ ସେଠାରେ ଜଜ ବେଞ୍ଚରେ ଚୟନ ହୋଇ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ଭାବେ ଇତିହାସ ସୃଷ୍ଟି କରିଥିଲେ।

ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ଏହା ହେଉଛି ସର୍ବୋତ୍ତମ କାର୍ଯ୍ୟ ଏବଂ ସେ ଏହି ବୃତ୍ତିକୁ ଅଧିକ ଭଲ ପାଆନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର ଟେକ୍ସାସର କାଉଣ୍ଟି କୋର୍ଟର ବିଚାରପତି ଭାବରେ ମାଥ୍ୟୁ ଶପଥ ଗ୍ରହଣ କରିଛନ୍ତି।

ଜୁଲି ବର୍ତ୍ତମାନ ତାଙ୍କ  ସ୍ବାମୀଙ୍କ ଗାଁ ଭୀମନାଡି (ଶାଶୁଘର) ଘରେ କେରଳର କାସରଗୋଡ ଜିଲାରେ ଅଛନ୍ତି। ସେ ପିଟିଆଇକୁ କହିଛନ୍ତି ଯେ ଏଥର ମୋର ଇଚ୍ଛା ମୋ ଶାଶୁଘରୁ ଶପଥ ନେବା। ନଚେତ ମୋ ଶ୍ୱଶୁର ଘର ଲୋକମାନେ ଏହି କାର୍ଯ୍ୟରେ ଭାଗ ନେବାକୁ ସମର୍ଥ ହେବେ ନାହିଁ। ମୁଁ ବହୁତ ଖୁସି ଯେ ମୋ ଶ୍ୱଶୁର ଘର ଲୋକ ଏବଂ ଅନ୍ୟ ପରିବାର ସଦସ୍ୟ ଏହି ଶପଥ ଗ୍ରହଣର ସାକ୍ଷୀ ହୋଇପାରିଛନ୍ତି।

ଜୁଲି ମାଥ୍ୟୁ କହିଛନ୍ତି ଯେ ଯେତେବେଳେ ସେ ଚାରି ବର୍ଷ ପୂର୍ବେ ପ୍ରଥମେ ବିଚାରପତି ହୋଇଥିଲେ, ସେତେବେଳେ ତାଙ୍କ ମାତାପିତା ତାଙ୍କୁ ଦେଖିବା ଏବଂ ଆଶୀର୍ବାଦ ଦେବା ପାଇଁ ସେଠାରେ ଉପସ୍ଥିତ ଥିଲେ। ତାହା ମୋ ପାଇଁ ବହୁତ ଭଲ ସ୍ମୃତି। ଏଥର ତାଙ୍କ ମାତାପିତା ଏବଂ ବଡ ଝିଅ ଆମେରିକାରେ ଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରି ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri