ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ, ଫେସ୍‌ବୁକରେ କହିଲେ…

ଦୀପେନ ମାଣ୍ଡାଲିଆ ମ୍ୟାଚ୍‌ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ପ୍ରେମ କାହାଣୀକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରତିଦିନ ତାଙ୍କୁ କିପରି ଭେଟିଲେ ସେ ବିଷୟରେ କହିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭାରତ ଅଷ୍ଟ୍ରେଲିଆଠାରୁ ଏକ ଦିନିକିଆ ଅନ୍ତର୍ଜାତୀୟ ସିରିଜରେ ହାରି ଯାଇଥିଲା। କିନ୍ତୁ ଜଣେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏହା ସ୍ମରଣୀୟ ହୋଇପାରିଛି। ମେଲବୋର୍ଣ୍ଣର ଦୀପେନ ମ୍ୟାଚ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ହଁ କହିଥିଲେ। ଉଭୟଙ୍କ ପ୍ରେମ କାହାଣୀ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ପ୍ରସ୍ତାବ ଦେବା ପରେ ସେ ସୋସିଆଲ ମିଡିଆରେ ବେଶ୍‌ ପରିଚିତି ଲାଭ କରିଥିଲେ।

ଦୀପେନ ତିନୋଟି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ତୁମେ ମୋ ଜୀବନକୁ ରଙ୍ଗରେ ପରିପୂର୍ଣ୍ଣ କରିଛ। ଦୁଇ ବର୍ଷ ପୂର୍ବେ, ମୁଁ ମେଲବର୍ଣ୍ଣକୁ ଯାଇ ଏକ ଛୋଟ ଆପାର୍ଟମେଣ୍ଟକୁ ଯାଇଥିଲି। ଯାହା କି ମୋ’ ଜୀବନକୁ ବଦଳାଇ ଦେଇଛି।

ଏହି ଘରେ ଜଣେ ଯୁବତୀ ରହୁଥିଲେ। ତାଙ୍କର ନାମ ଥିଲା ରୋଜ ଓ୍ବିମ୍ବୁଶ। ଦୀପେନ୍‌ କହିଛନ୍ତି, ‘ମୁଁ ତାଙ୍କର କିଛି ଚିଠି ପାଇବା ପରେ ତାଙ୍କୁ ଖୋଜିବା ଆରମ୍ଭ କଲି। ପ୍ରତିଦିନ ଫେସବୁକ୍‌ ସର୍ଚ୍ଚ କରି ତାଙ୍କ ବିଷୟରେ ଜାଣିଲି। ତାଙ୍କୁ ଫେସ୍‌ବୁକ୍‌ରେ ହିଁ ପ୍ରେମ ନିବେଦନ କରିଥିଲି। ଆଉ ସେ ହଁ ଭରିଥିଲେ। ଆମେ ପ୍ରଥମେ ଏକ କଫି ଶପ୍‌ରେ ଭେଟିଥିଲୁ ଏବଂ ପରେ ରାତ୍ରି ଭୋଜନର ପ୍ଲାନିଂ କରିଥିଲୁ।

ରୋଜ୍‌ ପଶ୍ଚିମ ସିଡ୍‌ନୀରୁ ଆସି ମେଲବୋର୍ଣ୍ଣରେ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପ୍ରୋତ୍ସାହନ କର୍ମୀ ଭାବରେ କାର୍ଯ୍ୟ କରନ୍ତି। ଉଭୟ ଦୀପେନ ଏବଂ ରୋଜ କ୍ରିକେଟର ବହୁତ ବଡ଼ ପ୍ରଶଂସକ ଅଟନ୍ତି। ଭାରତୀୟ ଅଷ୍ଟ୍ରେଲିଆ ଦଳକୁ ରୋଜ୍‌ ପସନ୍ଦ କରୁଥିବାବେଳେ ଦୀପେନ୍‌ ଭାରତୀୟ କ୍ରିକେଟ ଦଳର ଜଣେ ବଡ଼ ପ୍ରଶଂସକ ଅଟନ୍ତି।

ଦୀପେନ ଲେଖିଛନ୍ତି, ‘ଯେତେବେଳେ ଆମେ ପ୍ରଥମ ଥର ଭେଟିଲୁ, ଆମେ କ୍ରିକେଟ ବିଷୟରେ କଥା ହେଇଥିଲୁ। ସେତେବେଳେ ମୁଁ ଭାବିଲି ଏହା ପ୍ରସ୍ତାବ ଦେବା ପାଇଁ ଉପଯୁକ୍ତ ସୁଯୋଗ ହେବ।’ ସେ ଏକ ଲାଇଭ୍‌ ମ୍ୟାଚରେ ପ୍ରସ୍ତାବ ଦେବା ମାତ୍ରେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା।

ଯେତେବେଳେ ଟିମ ଇଣ୍ଡିଆ ରନ୍‌ ପଛରେ ଗୋଡ଼ାଉଥିଲା, କ୍ୟାମେରାମ୍ୟାନ ଭିଡ଼ର ଏକ ଭିଡିଓ କରିଥିଲେ। ତା’ପରେ ଜଣେ ଭାରତୀୟ ଯୁବକ ଅଷ୍ଟ୍ରେଲୀୟ ଯୁବତୀଙ୍କୁ କୋଳରେ ବସିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ନଜରକୁ ଆସିଥିଲା। ମ୍ୟାଚ୍‌ ହାରିବା ପରେ ଭାରତୀୟମାନେ ଏହାକୁ ସବୁଠାରୁ ବଡ଼ ବିଜୟ ବୋଲି କହିଥିଲେ।

ଆଇପିଏସ୍‌ ଦୀପାନୁ କାବ୍ରା ଏହି ଭିଡିଓ ଶେୟାର କରି ଲେଖିଛନ୍ତି, ‘ଅଷ୍ଟ୍ରେଲିଆ ଜିତୁ କିମ୍ବା ଭାରତ। ଉଭୟଙ୍କ ପାର୍ଟି ହେବ। ଏକ ଟେନସନ୍‌ ମ୍ୟାଚ ମଧ୍ୟରେ ସୁନ୍ଦର ମୁହୂର୍ତ୍ତ। ଆପଣ ଉଭୟଙ୍କୁ ଅନେକ ନୂଆ ଇନିଂସ କାମନା କରନ୍ତୁ। ଆଇଏଏସ ଅଧିକାରୀ ଅବନୀଶ ଶରଣ ଲେଖିଛନ୍ତି, ‘କିଏ ମ୍ୟାଚ ଜିତୁ କି ହାରୁ ସେମାନେ ହୃଦୟ ଜିତିଥିଲେ’।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri