ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ, ଫେସ୍‌ବୁକରେ କହିଲେ…

ଦୀପେନ ମାଣ୍ଡାଲିଆ ମ୍ୟାଚ୍‌ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ପ୍ରେମ କାହାଣୀକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରତିଦିନ ତାଙ୍କୁ କିପରି ଭେଟିଲେ ସେ ବିଷୟରେ କହିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭାରତ ଅଷ୍ଟ୍ରେଲିଆଠାରୁ ଏକ ଦିନିକିଆ ଅନ୍ତର୍ଜାତୀୟ ସିରିଜରେ ହାରି ଯାଇଥିଲା। କିନ୍ତୁ ଜଣେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏହା ସ୍ମରଣୀୟ ହୋଇପାରିଛି। ମେଲବୋର୍ଣ୍ଣର ଦୀପେନ ମ୍ୟାଚ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ହଁ କହିଥିଲେ। ଉଭୟଙ୍କ ପ୍ରେମ କାହାଣୀ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ପ୍ରସ୍ତାବ ଦେବା ପରେ ସେ ସୋସିଆଲ ମିଡିଆରେ ବେଶ୍‌ ପରିଚିତି ଲାଭ କରିଥିଲେ।

ଦୀପେନ ତିନୋଟି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ତୁମେ ମୋ ଜୀବନକୁ ରଙ୍ଗରେ ପରିପୂର୍ଣ୍ଣ କରିଛ। ଦୁଇ ବର୍ଷ ପୂର୍ବେ, ମୁଁ ମେଲବର୍ଣ୍ଣକୁ ଯାଇ ଏକ ଛୋଟ ଆପାର୍ଟମେଣ୍ଟକୁ ଯାଇଥିଲି। ଯାହା କି ମୋ’ ଜୀବନକୁ ବଦଳାଇ ଦେଇଛି।

ଏହି ଘରେ ଜଣେ ଯୁବତୀ ରହୁଥିଲେ। ତାଙ୍କର ନାମ ଥିଲା ରୋଜ ଓ୍ବିମ୍ବୁଶ। ଦୀପେନ୍‌ କହିଛନ୍ତି, ‘ମୁଁ ତାଙ୍କର କିଛି ଚିଠି ପାଇବା ପରେ ତାଙ୍କୁ ଖୋଜିବା ଆରମ୍ଭ କଲି। ପ୍ରତିଦିନ ଫେସବୁକ୍‌ ସର୍ଚ୍ଚ କରି ତାଙ୍କ ବିଷୟରେ ଜାଣିଲି। ତାଙ୍କୁ ଫେସ୍‌ବୁକ୍‌ରେ ହିଁ ପ୍ରେମ ନିବେଦନ କରିଥିଲି। ଆଉ ସେ ହଁ ଭରିଥିଲେ। ଆମେ ପ୍ରଥମେ ଏକ କଫି ଶପ୍‌ରେ ଭେଟିଥିଲୁ ଏବଂ ପରେ ରାତ୍ରି ଭୋଜନର ପ୍ଲାନିଂ କରିଥିଲୁ।

ରୋଜ୍‌ ପଶ୍ଚିମ ସିଡ୍‌ନୀରୁ ଆସି ମେଲବୋର୍ଣ୍ଣରେ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପ୍ରୋତ୍ସାହନ କର୍ମୀ ଭାବରେ କାର୍ଯ୍ୟ କରନ୍ତି। ଉଭୟ ଦୀପେନ ଏବଂ ରୋଜ କ୍ରିକେଟର ବହୁତ ବଡ଼ ପ୍ରଶଂସକ ଅଟନ୍ତି। ଭାରତୀୟ ଅଷ୍ଟ୍ରେଲିଆ ଦଳକୁ ରୋଜ୍‌ ପସନ୍ଦ କରୁଥିବାବେଳେ ଦୀପେନ୍‌ ଭାରତୀୟ କ୍ରିକେଟ ଦଳର ଜଣେ ବଡ଼ ପ୍ରଶଂସକ ଅଟନ୍ତି।

ଦୀପେନ ଲେଖିଛନ୍ତି, ‘ଯେତେବେଳେ ଆମେ ପ୍ରଥମ ଥର ଭେଟିଲୁ, ଆମେ କ୍ରିକେଟ ବିଷୟରେ କଥା ହେଇଥିଲୁ। ସେତେବେଳେ ମୁଁ ଭାବିଲି ଏହା ପ୍ରସ୍ତାବ ଦେବା ପାଇଁ ଉପଯୁକ୍ତ ସୁଯୋଗ ହେବ।’ ସେ ଏକ ଲାଇଭ୍‌ ମ୍ୟାଚରେ ପ୍ରସ୍ତାବ ଦେବା ମାତ୍ରେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା।

ଯେତେବେଳେ ଟିମ ଇଣ୍ଡିଆ ରନ୍‌ ପଛରେ ଗୋଡ଼ାଉଥିଲା, କ୍ୟାମେରାମ୍ୟାନ ଭିଡ଼ର ଏକ ଭିଡିଓ କରିଥିଲେ। ତା’ପରେ ଜଣେ ଭାରତୀୟ ଯୁବକ ଅଷ୍ଟ୍ରେଲୀୟ ଯୁବତୀଙ୍କୁ କୋଳରେ ବସିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ନଜରକୁ ଆସିଥିଲା। ମ୍ୟାଚ୍‌ ହାରିବା ପରେ ଭାରତୀୟମାନେ ଏହାକୁ ସବୁଠାରୁ ବଡ଼ ବିଜୟ ବୋଲି କହିଥିଲେ।

ଆଇପିଏସ୍‌ ଦୀପାନୁ କାବ୍ରା ଏହି ଭିଡିଓ ଶେୟାର କରି ଲେଖିଛନ୍ତି, ‘ଅଷ୍ଟ୍ରେଲିଆ ଜିତୁ କିମ୍ବା ଭାରତ। ଉଭୟଙ୍କ ପାର୍ଟି ହେବ। ଏକ ଟେନସନ୍‌ ମ୍ୟାଚ ମଧ୍ୟରେ ସୁନ୍ଦର ମୁହୂର୍ତ୍ତ। ଆପଣ ଉଭୟଙ୍କୁ ଅନେକ ନୂଆ ଇନିଂସ କାମନା କରନ୍ତୁ। ଆଇଏଏସ ଅଧିକାରୀ ଅବନୀଶ ଶରଣ ଲେଖିଛନ୍ତି, ‘କିଏ ମ୍ୟାଚ ଜିତୁ କି ହାରୁ ସେମାନେ ହୃଦୟ ଜିତିଥିଲେ’।


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri