Posted inଫୁରସତ

୫ଷ୍ଟାର ହୋଟେଲରୁ କିଛି କମ୍‌ ନୁହେଁ: ଜିମ୍‌, ସ୍ପା ସହିତ ଏଭଳି ସୁବିଧା ରହିଛି ଏହି ଟ୍ରେନ୍‌ରେ

ବିଳାସପୂର୍ଣ୍ଣ ଟ୍ରେନ୍‌ର ନାଁ ଆସିଲେ ପ୍ରଥମେ ମନରେ ଦୁରନ୍ତୋ, ଶତାବ୍ଦି ଓ ରାଜଧାନୀ ଟ୍ରେନ୍‌ର ନାଁ ମନକୁ ଆସିଥାଏ। କିନ୍ତୁ ଏଭଳି ଏକ ଭାରତୀୟ ଟ୍ରେନ୍‌ର ନା ଶୁଣିଛନ୍ତି, ଯେଉଁଠାରେ ୫ଷ୍ଟାର ହୋଟେଲ ଭଳି ସମସ୍ତ ସୁବିଧା ମିଳିଥାଏ। ହେଲେ ଏହାର ଟିକେଟର ଦାମ୍‌ ରହିଛି ଆକାଶଛୁଅଁା। ଯେଉଁ ଟଙ୍କାରେ ଯେକେହି ବିମାନରେ ବିଦେଶ ବୁଲି ଆସିପାରିବେ। ଆଜ୍ଞା ହଁ ଆମେ କହିବାକୁ ଯାଉଛୁ ରାଜକୀୟ ସୁବିଧା ପାଇଁ ପ୍ରସିଦ୍ଧ ଥିବା ଭାରତର ଗୋଲଡେନ ଚାରିଅଟ୍‌ ଟ୍ରେନ୍‌ ବିଷୟରେ। ଯାହାକୁ ସ୍ବର୍ଣ୍ଣ ରଥ ବୋଲି ମଧ୍ୟ କୁହାଯାଇଥାଏ।

ପୂର୍ବରୁ ଏହି ବିଳାସପୂର୍ଣ୍ଣ ଟ୍ରେନ୍‌ର ନାମ ଷ୍ଟୋନ ଚାରିଅଟ୍‌ ଅଫ୍‌ ହାମ୍ପି ରହିଥିଲା। ପରେ ଏହାକୁ ଗୋଲଡେନ ଚାରିଅଟ୍‌ ନାମରେ ନାମିତ କରାଯାଇଥିଲା। ଏହାର ଟିକେଟର ଦାମ୍‌ ହେଉଛି ୩ଲକ୍ଷ ୨୦ ହଜାର ଟଙ୍କା। ସମୟ ଅନୁସାରେ ଟିକେଟର ଦାମ୍‌ ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେବେ ଏହି ଭବ୍ୟ ଟ୍ରେନ୍‌କୁ ଦେଖିଲେ ଯାକାହାରି ବି ଆଖି ଲାଖିଯିବ। ୨୦୦୮ରେ କର୍ନାଟକ ରାଜ୍ୟ ପର୍ଯ୍ୟଟନ ବିକାଶ ନଗମ(କେଏସ୍‌ଟିଡିଏସ୍‌) ପକ୍ଷରୁ ଗୋଲଡେନ ଚାରିଅଟ୍‌ ଟ୍ରେନ୍‌ର ଆରମ୍ଭ ହୋଇଥିଲା। ଏହି ଟ୍ରେନ୍‌ରେ ୨୧ଟି ବଗି ଥିବା ବେଳେ ଏଥିରେ ୨୯ଟି କୋଚ୍‌ ଓ ୨ଟି ରେଷ୍ଟୁରାଣ୍ଟ କୋଚ୍‌ ରହିଛି। ଏଥିସହ ଏଠାରେ ୧୧ଟି ସେଲୁନ ରହିଛି। ଯେଉଁଥିରେ ୪୪ ଏସି କ୍ୟାବିନ, ୨୬ଟୁଇନ ବେଡ୍‌ କ୍ୟାବିନ, ୧୭ ଡବଲ ବେଡ କ୍ୟାବିନ ଓ ଗୋଟିଏ ଫିଜିକାଲି ଚ୍ୟାଲେଞ୍ଜଡ୍‌ କ୍ୟାବିନ ରହିଛି।

ଟ୍ରାକ୍‌ ଉପରେ ଚାଲୁଥିବା ରାଜମହଲ ସଦୃଶ ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ୨ଟି ରେଷ୍ଟୁରାଣ୍ଟ, ଗୋଟିଏ ବାର, କନ୍‌ଫରେନ୍ସ ରୁମ୍‌ ଓ ୨ଟି ପାରମ୍ପରିକ ମସାଜ ରୁମ୍‌ର ସୁବିଧା ରହିଛି। ଉକ୍ତ ଟ୍ରେନ୍‌ରେ ଥିବା ୨ଟି ରେଷ୍ଟୁରାଣ୍ଟର ନାମ ହେଉଛି ନଲ ଓ ରୁଚି। ଏଥିରେ ନିରାମିଷ ଓ ଆମିଷ ଭୋଭନ ମିଳିଥାଏ। ଏହି ଟ୍ରେନ୍‌ରେ ୭ରାତି ଓ ୮ଦିନର ଯାତ୍ରା ପ୍ୟାକେଜ ରହିଛି। ଏହି ଯାତ୍ରାରେ ଯାତ୍ରୀଙ୍କୁ ବେଙ୍ଗାଲୁରୁ, ମହୀଶୂର, ହମ୍ପି, ବେଲୁର, କାବିନି, ବଦାମି, ଗୋଆର ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଥାଏ। ୨୦୧୩ରେ ଏହି ଟ୍ରେନ୍‌କୁ ଏସିଆର ଅଗ୍ରଣୀ ବିଳାସମୟ ଟ୍ରେନ୍‌ର ପୁରସ୍କାର ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri