Posted inଫୁରସତ

୫ଷ୍ଟାର ହୋଟେଲରୁ କିଛି କମ୍‌ ନୁହେଁ: ଜିମ୍‌, ସ୍ପା ସହିତ ଏଭଳି ସୁବିଧା ରହିଛି ଏହି ଟ୍ରେନ୍‌ରେ

ବିଳାସପୂର୍ଣ୍ଣ ଟ୍ରେନ୍‌ର ନାଁ ଆସିଲେ ପ୍ରଥମେ ମନରେ ଦୁରନ୍ତୋ, ଶତାବ୍ଦି ଓ ରାଜଧାନୀ ଟ୍ରେନ୍‌ର ନାଁ ମନକୁ ଆସିଥାଏ। କିନ୍ତୁ ଏଭଳି ଏକ ଭାରତୀୟ ଟ୍ରେନ୍‌ର ନା ଶୁଣିଛନ୍ତି, ଯେଉଁଠାରେ ୫ଷ୍ଟାର ହୋଟେଲ ଭଳି ସମସ୍ତ ସୁବିଧା ମିଳିଥାଏ। ହେଲେ ଏହାର ଟିକେଟର ଦାମ୍‌ ରହିଛି ଆକାଶଛୁଅଁା। ଯେଉଁ ଟଙ୍କାରେ ଯେକେହି ବିମାନରେ ବିଦେଶ ବୁଲି ଆସିପାରିବେ। ଆଜ୍ଞା ହଁ ଆମେ କହିବାକୁ ଯାଉଛୁ ରାଜକୀୟ ସୁବିଧା ପାଇଁ ପ୍ରସିଦ୍ଧ ଥିବା ଭାରତର ଗୋଲଡେନ ଚାରିଅଟ୍‌ ଟ୍ରେନ୍‌ ବିଷୟରେ। ଯାହାକୁ ସ୍ବର୍ଣ୍ଣ ରଥ ବୋଲି ମଧ୍ୟ କୁହାଯାଇଥାଏ।

ପୂର୍ବରୁ ଏହି ବିଳାସପୂର୍ଣ୍ଣ ଟ୍ରେନ୍‌ର ନାମ ଷ୍ଟୋନ ଚାରିଅଟ୍‌ ଅଫ୍‌ ହାମ୍ପି ରହିଥିଲା। ପରେ ଏହାକୁ ଗୋଲଡେନ ଚାରିଅଟ୍‌ ନାମରେ ନାମିତ କରାଯାଇଥିଲା। ଏହାର ଟିକେଟର ଦାମ୍‌ ହେଉଛି ୩ଲକ୍ଷ ୨୦ ହଜାର ଟଙ୍କା। ସମୟ ଅନୁସାରେ ଟିକେଟର ଦାମ୍‌ ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେବେ ଏହି ଭବ୍ୟ ଟ୍ରେନ୍‌କୁ ଦେଖିଲେ ଯାକାହାରି ବି ଆଖି ଲାଖିଯିବ। ୨୦୦୮ରେ କର୍ନାଟକ ରାଜ୍ୟ ପର୍ଯ୍ୟଟନ ବିକାଶ ନଗମ(କେଏସ୍‌ଟିଡିଏସ୍‌) ପକ୍ଷରୁ ଗୋଲଡେନ ଚାରିଅଟ୍‌ ଟ୍ରେନ୍‌ର ଆରମ୍ଭ ହୋଇଥିଲା। ଏହି ଟ୍ରେନ୍‌ରେ ୨୧ଟି ବଗି ଥିବା ବେଳେ ଏଥିରେ ୨୯ଟି କୋଚ୍‌ ଓ ୨ଟି ରେଷ୍ଟୁରାଣ୍ଟ କୋଚ୍‌ ରହିଛି। ଏଥିସହ ଏଠାରେ ୧୧ଟି ସେଲୁନ ରହିଛି। ଯେଉଁଥିରେ ୪୪ ଏସି କ୍ୟାବିନ, ୨୬ଟୁଇନ ବେଡ୍‌ କ୍ୟାବିନ, ୧୭ ଡବଲ ବେଡ କ୍ୟାବିନ ଓ ଗୋଟିଏ ଫିଜିକାଲି ଚ୍ୟାଲେଞ୍ଜଡ୍‌ କ୍ୟାବିନ ରହିଛି।

ଟ୍ରାକ୍‌ ଉପରେ ଚାଲୁଥିବା ରାଜମହଲ ସଦୃଶ ଏହି ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ୨ଟି ରେଷ୍ଟୁରାଣ୍ଟ, ଗୋଟିଏ ବାର, କନ୍‌ଫରେନ୍ସ ରୁମ୍‌ ଓ ୨ଟି ପାରମ୍ପରିକ ମସାଜ ରୁମ୍‌ର ସୁବିଧା ରହିଛି। ଉକ୍ତ ଟ୍ରେନ୍‌ରେ ଥିବା ୨ଟି ରେଷ୍ଟୁରାଣ୍ଟର ନାମ ହେଉଛି ନଲ ଓ ରୁଚି। ଏଥିରେ ନିରାମିଷ ଓ ଆମିଷ ଭୋଭନ ମିଳିଥାଏ। ଏହି ଟ୍ରେନ୍‌ରେ ୭ରାତି ଓ ୮ଦିନର ଯାତ୍ରା ପ୍ୟାକେଜ ରହିଛି। ଏହି ଯାତ୍ରାରେ ଯାତ୍ରୀଙ୍କୁ ବେଙ୍ଗାଲୁରୁ, ମହୀଶୂର, ହମ୍ପି, ବେଲୁର, କାବିନି, ବଦାମି, ଗୋଆର ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଥାଏ। ୨୦୧୩ରେ ଏହି ଟ୍ରେନ୍‌କୁ ଏସିଆର ଅଗ୍ରଣୀ ବିଳାସମୟ ଟ୍ରେନ୍‌ର ପୁରସ୍କାର ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri