ଭାରତୀୟ ଜୀବନଚର୍ଯ୍ୟା

ଜିକାଲି ବିଭିନ୍ନ କାରଣ ହେତୁ ରୋଗୀ ଓ ଭୋଗୀଙ୍କ ସଂଖ୍ୟା ବଢ଼ି ଚାଲିିଛି। ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହେତୁ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବା ସହ ବ୍ୟକ୍ତିଗତ ସମସ୍ୟା ବହୁଗୁଣିତ ହେବାରେ ଲାଗିଛି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବହୁଗୁଣିତ ହୋଇଛି। ସମାଜର ଅଧିକାଂଶ ଲୋକ ଔଷଧ ବିନା ବଞ୍ଚିବା ମୁସ୍କିଲ ହୋଇପଡ଼ିଲାଣି। ପରିବାରର ଔଷଧ ମୁଣି ତା’ର କଳେବର ବଢ଼ାଇଛି। ଏସବୁ ଆମ ଦିନଚର୍ଯ୍ୟା ଓ ଜୀବନଚର୍ଯ୍ୟାର ଅସନ୍ତୁଳିତ ବ୍ୟତିକ୍ରମର ଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଭାରତବର୍ଷର ଜୀବନଚର୍ଯ୍ୟା ଚାରି ଆଶ୍ରମ ଓ ଚାରି ପୁରୁଷାର୍ଥ ଉପରେ ପର୍ଯ୍ୟବସିତ ଥିଲା। ବ୍ରହ୍ମଚର୍ଯ୍ୟାଶ୍ରମରୁ ଜୀବନର ଆରମ୍ଭ ଏବଂ ସନ୍ନ୍ୟାସରେ ସମାପନ ହେଉଥିଲା। ଏହି ଚାରି ଆଶ୍ରମ ପାରକଲା ଭିତରେ ଜୀବନର ଚାରି ପୁରୁଷାର୍ଥ ଯଥା

ଧର୍ମ,ଅର୍ଥ,କାମ ଓ ମୋକ୍ଷକୁ ପ୍ରାପ୍ତକରି ମାନବ ଜୀବନର ସାର୍ଥକତା ପ୍ରତିପାଦନ କରିପାରୁଥିଲା। ତେଣୁ ବିକଶିତ ଓ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ ହୋଇପାରୁଥିଲା। କିନ୍ତୁ ଆଜି ଭାରତୀୟ ଜୀବନ ମୂଲ୍ୟ ଓ ପଦ୍ଧତିରେ ଅନେକ ପରିବର୍ତ୍ତନ ଘଟିଛି। ଚାରି ପୁରୁଷାର୍ଥ ମଧ୍ୟରୁ ଦୁଇଟି ଯଥା ଧର୍ମ ଓ ମୋକ୍ଷ (ପ୍ରଥମ ଓ ଶେଷ) ଭାରତୀୟମାନଙ୍କ ଜୀବନ ଅଭିଧାନରୁ ଲୋପପାଇବାରେ ଲାଗିଛି। ତେଣେ ବ୍ରହ୍ମଚର୍ଯ୍ୟାଶ୍ରମରେ ଯେଉଁ ଚିନ୍ତନ,ମମନ ଓ ନୀତିଧ୍ୟାସନ ପଦ୍ଧତି ଜରିଆରେ ଜ୍ଞାନ,ବିଦ୍ୟା(ପରା ଓ ଅପରା), କୌଶଳ, ଦକ୍ଷତା, ଜୀବନ ଓ ଜୀବିକା କଳାକୌଶଳ, ଉତ୍ତମ ଚରିତ୍ର,ସମାଜ ଓ ରାଷ୍ଟ୍ର ପ୍ରତି ପ୍ରତିଶ୍ରୁତିବଦ୍ଧତା ତଥା ସମର୍ପିତ ଆଚରଣ ଆଦି ମାନବୀୟ ଗୁଣାବଳୀ ଶିକ୍ଷା କରିବା କଥା ସେସବୁ ଆଜିର ଶିକ୍ଷା ବ୍ୟବସ୍ଥାରେ ତାହା ନାହିଁ। ଏବେ କେବଳ ୨ ବର୍ଷରୁ ତଥ୍ୟ ଘୋଷା ଓ ନମ୍ବର ଖେଳର ପ୍ରତିଯୋଗିତା ଓ ପ୍ରତିଦ୍ବନ୍ଦ୍ବିତା। ସକାଳୁ ସଞ୍ଜ ଯାଏଁ କୋଚିଂ, ସ୍କୁଲ ବା କଲେଜ, ହୋମ୍‌ ଓ୍ବାର୍କ, ମାର୍କ ପାଇଁ କସରତ ଇତ୍ୟାଦି ଆମ ବ୍ୟକ୍ତିଗତ ଜୀବନର ମୁଖ୍ୟ ଭାବେ ପରିଗଣିତ ହୋଇଯାଇଛି।

ଶିକ୍ଷା ବ୍ୟବସ୍ଥାରୁ ନୈତିକତା, ମୂଲ୍ୟବୋଧ, ପରୋପକାର, ଅନୁଭୂତିଭିତ୍ତିକ ଶିକ୍ଷା ଜରିଆରେ ସଦ୍‌ଭାବନା, ପରସ୍ପର ପ୍ରତି ସମ୍ମାନବୋଧ ଓ ସମ୍ବେଦନଶୀଳତା ଆଦି ଗୁଣ ଶିଶୁମାନେ ପାଇପାରୁନାହାନ୍ତି। ଅପରପକ୍ଷରେ ଉପରୋକ୍ତ ବାସ୍ତବ ଶିକ୍ଷାର ଅଭାବବୋଧ ହେତୁ ଗୃହସ୍ଥାଶ୍ରମ ମଧ୍ୟ ଠିକ୍‌ଠାକ୍‌ ଚାଲିନାହିଁ। ପାଶ୍ଚାତ ବିଚାର ଓ ଅପସଂସ୍କୃତିର ଅନ୍ଧାନୁକରଣ, ବିବାହ ଭଳି ପବିତ୍ର ବ୍ରତକୁ ଦୈହିକ ଆବେଗର ପରିପ୍ରକାଶ ନାମରେ ଚୁକ୍ତିଭିତ୍ତିକ ବିବାହ(କନ୍‌ଟ୍ରାକ୍ଟ ମ୍ୟାରେଜ) ଭଳି ଅପସଂସ୍କୃତିର ଦୃଢ଼ ସମର୍ଥକ ଓ ଅନୁପାଳକ ସାଜିବା ଆଜିର ଯୁବପିଢ଼ିଙ୍କ ଗୃହସ୍ଥ ଜୀବନକୁ ଦୁର୍ବିଷହ କରିଦେଉଛି। ତେଣୁ ସମାଜ ଯେ ଯୋଗ୍ୟ ଉତ୍ତର ପିଢ଼ି ପାଇବାରୁ ବଞ୍ଚିତ ହେଉଛି ତାହା ନୁହେଁ, ପରସ୍ପରକୁ ପଣ୍ୟ ଭଳି ଦେଖିବାର ମାନସିକତା ସମାଜରେ ବିଶୃଙ୍ଖଳା ସୃଷ୍ଟିକରୁଛି। ତେଣୁ ଧୀରେ ଧୀରେ ପାରିବାରିକ ଜୀବନ ସୁଖମୟ ପରିବର୍ତ୍ତେ ବିବାଦୀୟ ହେବାରେ ଲାଗିଛି। ଛାଡ଼ପତ୍ର, ଶୋଷଣ, ଅସୂୟା ମନୋଭାବ, କଳହ, ଘରୋଇ ହିଂସା, ହତ୍ୟା, ଲୁଣ୍ଠନ, ଅରାଜକତା ଆଦି ବଢୁଛି। ଅପରପକ୍ଷରେ ଶେଷ ଦୁଇଟି ପାହାଚ ଯଥା ବାନପ୍ରସ୍ଥ ଓ ସନ୍ନ୍ୟାସ ବୋଧହୁଏ କେବେଠାରୁ ଆମ ସମାଜରୁ କବର ନେଇସାରିଲାଣି।

୬୦ବର୍ଷ ପରେ ବୃତ୍ତିଗତ ସେବା ନିବୃତ୍ତ ହୋଇ ସମାଜ ସେବାରେ ନିଜକୁ ନିୟୋଜିତ କରିବା ଜାଗାରେ ଆଜିର ମଣିଷ ଆହୁରି ରୋଜଗାର କରିବାର ତୃଷ୍ଣାକୁ ବିରାମ ଦେଇପାରୁନାହିଁ। ରୋଜଗାର କରିବାରେ ଅସୁବିଧା ନାହିଁ , କିନ୍ତୁ ସେ ରୋଜଗାର ସିଂହଭାଗ ସମାଜର ନିଷ୍ପେଷିତ ଜନତାଙ୍କ ମଙ୍ଗଳ ପାଇଁ ସମର୍ପଣ କରିବାର ମାନସିକତା ସୃଷ୍ଟି ହେଉନାହିଁ। ଏହି ସ୍ତରରେ ମଧ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ ଆପେ ବଞ୍ଚିବାର ଦୁର୍ବାର ଲାଳସା ଯୁବପିଢ଼ିଙ୍କୁ ସମାଜ ଓ ରାଷ୍ଟ୍ର ମନସ୍କ ହେବା ପାଇଁ ପ୍ରେରଣା ଦେଇପାରୁନାହିଁ। କେବଳ ସେତିକି ନୁହେଁ, ଜୀବନର ଶେଷ ପର୍ଯ୍ୟାୟରେ ମଣିଷ ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ସାଧନା ନ କରି ଭୌତିକ ଭୋକକୁ ମେଣ୍ଟାଇବା ସକାଶେ ଚେଷ୍ଟିତ। ସେଥିପାଇଁ ଆଜି ସମାଜ ଅସନ୍ତୁଳିତ ଓ ଅସମ୍ପୂର୍ଣ୍ଣ।

ଏବେ ଭାରତୀୟମାନଙ୍କ ଭିତରେ ଚତୁରାଶ୍ରମ ଓ ପୁରୁଷାର୍ଥ ସମ୍ବନ୍ଧିତ ସଚେତନତାର ଅଭାବ ଘଟିଛି। ସାଧାରଣ ଜୀବନଚର୍ଯ୍ୟା ସମ୍ବନ୍ଧିତ ସାଧାରଣ ଜ୍ଞାନ ମଧ୍ୟ ଲୋପ ପାଇଗଲାଣି। ସାମାଜିକ ଜୀବନ ନଷ୍ଟ ହୋଇଛି। ପାରିବାରିକ ଜୀବନ ସନ୍ଦେହାତ୍ମକ। ବ୍ୟକ୍ତି ନିଜକୁ ନ୍ୟାୟ ଦେଇପାରୁ ନାହିଁ। ଅନ୍ତତଃ ନିଜକୁ ଶୃଙ୍ଖଳିତକରି ସୁଖଦ ତଥା ନିରାମୟ ଜୀବନ ଜିଇଁବାର କଳା ଆଧୁନିକ ଭାରତୀୟ ଭୁଲିଗଲାଣି।

ସୂର୍ଯ୍ୟୋଦୟ ପୂର୍ବରୁ ନିତ୍ୟକର୍ମ ସାରି ପରମେଶ୍ବରଙ୍କ ଆଶୀର୍ବାଦ ଭିକ୍ଷାରୁ ନିଜର ଦୈନନ୍ଦିନ ବୃତ୍ତି ଆରମ୍ଭ କରୁଥିବା ବିଜ୍ଞାନୀ ସଭ୍ୟତାର ମଣିଷ ଆଜି ଦିନ ୮ ବା ୯ ଟା ପୂର୍ବରୁ ଉଠିପାରୁନାହିଁ। ଖାଦ୍ୟପେୟ କଥା କହିଲେ କୁଳକୁଟୁମ୍ବକୁ ଲାଜ। ପଲିଥିନ ଜରିରେ ପ୍ୟାକ୍‌ ହୋଟେଲର ଖାଦ୍ୟ କିମ୍ବା ଫ୍ରିଜ୍‌ ଖାଦ୍ୟ ମଣିଷର ନିର୍ଭରଶୀଳ ଖାଦ୍ୟାଭ୍ୟାସ। ଓଡ଼ିଆଘରର ପିଠା ଓ ସନ୍ତୁଳିତ ଖାଦ୍ୟପେୟ ଯୁବପିଢ଼ିକୁ ପ୍ରାୟତଃ ଭଲ ଲାଗୁନି। ବିଦେଶୀ ଖାଦ୍ୟପେୟ ସେମାନଙ୍କ ପ୍ରଥମ ପସନ୍ଦ। ଅନ୍‌ଲାଇନରେ ମଗାଇ ଖାଇବା ସମ୍ଭ୍ରାନ୍ତ ପଣିଆର ଏକ ମୁଖ୍ୟ ଆଧାର। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପୁଳାପୁଳା ଔଷଧ। ଡାକ୍ତରଖାନାରେ ଅସମ୍ଭବ ଭିଡ଼। ଗାଁଠାରୁ ସହର ଯାଏଁ ଔଷଧାଳୟର ମାତ୍ରାଧିକ ସଂଖ୍ୟା ବୃଦ୍ଧି। ସଂକ୍ଷେପରେ କହିଲେ, ଜୀବନଶୈଳୀ ଓ ଜୀବନଚର୍ଯ୍ୟାର ଅସନ୍ତୁଳିତ ବ୍ୟତିକ୍ରମ ହିଁ ଆମ ଅସ୍ଥିର ତଥା ଶୋକମୟ ଜୀବନର ମୁଖ୍ୟ କାରଣ। ଶରୀର ରୋଗଶାଳା ହେବାର କାରଣ ଆମର ଦିନଚର୍ଯ୍ୟା, ଖାଦ୍ୟପେୟ, ଅସ୍ବାଭାବିକ ଜୀବନଶୈଳୀ ଓ କୁଅଭ୍ୟାସ। ଆମ ଦିନଚର୍ଯ୍ୟା ଓ ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିପାରନ୍ତେ, ଆମକୁ ଏଭଳି ଉଦାସ ଜୀବନ ବିତାଇବାକୁ ପଡ଼ି ନ ଥାନ୍ତା। ତେଣୁ ଭାରତୀୟ ଜୀବନ ମୂଲ୍ୟ ଓ ଜୀବନଚର୍ଯ୍ୟା ହିଁ ଆତ୍ମସୁଖ ଓ ବିଶ୍ବ ସମୃଦ୍ଧିର ଚାବିକାଠି ବୋଲି ମୋର ମତ।

ସହକାରୀ ପ୍ରଫେସର, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?