Posted inଖେଳ

ଶେଷ ମ୍ୟାଚ୍‌ରେ ହାରିଲା,ହେଲେ ୩-୨ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ହାମିଲଟନ୍,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ସିରିଜ୍ ୩-୨ ସ୍କୋର ସହ ଶେଷ ହୋଇଛି। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ ଜିତି ଭାରତୀୟ ଦଳ ପୂର୍ବରୁ ହିଁ ଟ୍ରଫି ନିଜ ନାମରେ କରିସାରିଥିଲା। ମାତ୍ର ଶେଷ ଦୁଇଟି ମ୍ୟାଚ୍ ଜିତି କିୱି ଦଳ (ନ୍ୟୁଜିଲାଣ୍ଡ) ନିଜର ସମ୍ମାନ ରକ୍ଷା କରିବା ସହ ଟିମ୍ ଇଣ୍ଡିଆକୁ ଗଭୀର ଚିନ୍ତାକୁ ଠେଲି ଦେଇଛି। ହାମିଲଟନ୍ ର ସେଡନ୍ ପାର୍କରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଆଦାମ ମିଲ୍ନଙ୍କ ଘାତକ ବୋଲିଂ ଏବଂ ଟିମ୍ ସେଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ୭ ଉଇକେଟ୍‌ରେ ବିଜୟ ହାସଲ କରିଛି।

ରବିବାର (ନଭେମ୍ବର ୧) ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଏହି ସିରିଜ୍‌ରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ହାରିଥିଲେ ଏବଂ ଟିମକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଥିଲା। ମାତ୍ର ୧୯ ରନ୍‌ ମଧ୍ୟରେ ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଆଉଟ୍ ହୋଇଯିବାରୁ ଭାରତୀୟ ଆରମ୍ଭ ବେଶ୍ ଖରାପ ରହିଥିଲା।

କିନ୍ତୁ ଏହି ବିପର୍ଯ୍ୟୟ ପରେ ଅଧିନାୟକ ଶ୍ରେୟସ ଆୟର ଏବଂ ଈଶାନ କିଶନ ପଡ଼ିଆରେ ଝଡ଼ ସୃଷ୍ଟି କରିଥିଲେ। ଈଶାନ ମାତ୍ର ୨୮ ବଲ୍‌ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିବାବେଳେ ଅଧିନାୟକ ଆୟର ମାତ୍ର ୨୨ ବଲ୍‌ରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ମାତ୍ର ୪୩ ବଲ୍‌ରେ ୯୩ ରନ୍‌ର ଏକ ମଜବୁତ ଭାଗୀଦାରୀ ଗଢ଼ିଥିଲେ। ସେମାନେ ଆଉଟ୍ ହେବା ପରେ, ନମନ ଧୀର ଏବଂ ନିତୀଶ କୁମାର ରେଡ୍ଡୀ କିଛି ସମୟ ପାଇଁ ଦ୍ରୁତ ବ୍ୟାଟିଂ କରିଥିଲେ; ତଥାପି, ଭାରତ ୨୦୦ ରନ୍‌ର ସୀମା ଅତିକ୍ରମ କରିପାରି ନଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍‌ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା।

୧୯୨ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ଝଟକା ପାଇଥିଲା, ଯେତେବେଳେ ଅର୍ଶଦୀପ ସିଂହ ଦ୍ୱିତୀୟ ଓଭରରେ ଫିନ୍ ଆଲେନ୍‌ଙ୍କୁ ଆଉଟ୍ କରିଥିଲେ। ମାତ୍ର ଟିମ୍ ସେଫର୍ଟ ଏବଂ ଡାରିଲ୍ ମିଚେଲ୍ ଭାରତୀୟ ବୋଲରମାନଙ୍କୁ ଆଉ କୌଣସି ଚାପ ପକାଇବାକୁ ସୁଯୋଗ ଦେଇ ନ ଥିଲେ। ଉଭୟେ ମାତ୍ର ୭ ଓଭରରେ ୭୩ ରନ୍ ଯୋଡ଼ିଥିଲେ।

ବରୁଣ ଚକ୍ରବର୍ତୀ ମିଚେଲ୍‌ଙ୍କୁ ଆଉଟ୍ କରି ଭାରତକୁ ସଫଳତା ଦେଇଥିଲେ ମଧ୍ୟ ସେଫର୍ଟ ଅଟକି ନ ଥିଲେ। ତାଙ୍କୁ ସାଥ୍ ଦେଇଥିଲେ ଏହି ସିରିଜ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ଫିଲିପ୍ସ। ସାଇଫର୍ଟ ୩୪ ବଲ୍‌ରେ ଅର୍ଦ୍ଧଶତକ ପୂର୍ବକ କରିଥିଲେ ଏବଂ ଫିଲିପ୍ସଙ୍କ ସହ ମିଶି ମାତ୍ର ୭ ଓଭରରେ ୮୬ ରନ୍‌ର ଦ୍ରୁତ ଭାଗୀଦାରି କରି ଦଳକୁ ବିଜୟର ଅତି ନିକଟତର କରିଦେଇଥିଲେ।

ସେଫର୍ଟ ନିଜ ଶତକରୁ ମାତ୍ର ୭ ରନ୍ ଦୂରରେ ଥିବାବେଳେ (୯୩ ରନ୍) ନୀତିଶ ରେଡ୍ଡୀଙ୍କ ଶିକାର ହୋଇଥିଲେ। ମାତ୍ର ଫିଲିପ୍ସ ଏହି ସିରିଜ୍‌ରେ ଚତୁଥ୍‌ ଥର ପାଇଁ ୫୦ ରନ୍‌ର ଅଙ୍କ ଅତିକ୍ରମ କରି ୧୮ତମ ଓଭରରେ ଦଳକୁ ସହଜ ବିଜୟ ଦେଇଥିଲେ। ଶେଷରେ ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିଥିଲେ ହେଁ, ସିରିଜ୍ ଟ୍ରଫି ପୂର୍ବରୁ ହିଁ ୩-୨ ବ୍ୟବଧାନରେ ଭାରତ ନିଜ ନାମରେ କରିସାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପୁଣି ଖୋଲିଲା ୩ ଗେଟ୍‌

ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ…

ରିଲିଫ୍‌ରୁ ବଞ୍ଚିତ ବନ୍ୟା ବିପନ୍ନ, ଗୁହାରି ଶୁଣିବା ବଦଳରେ ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି ବିପର୍ଯ୍ୟୟ। ଘରଦ୍ୱାର ଉଜାଡ଼ିବା ସହ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ…

ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ…

ବନ୍ୟା ପରିଚାଳନାରେ ଅବହେଳା: ଦୁଇ କର୍ମଚାରୀ ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲା ୩ ଜଣ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ…

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ିଲା ଷଣ୍ଢ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଇଲାକାରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢ଼ି ଚାଲିଛି। ସାନଖେମୁଣ୍ଡି…

ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଦାଦନ ଯନ୍ତ୍ରଣା ଲାଗି ରହିଥିବାବେଳେ ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃ୍‌ତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ…

ବନ୍ୟା ବାତ୍ୟା ଟଳିଲା, ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା, ବିପନ୍ନଙ୍କ ନିକଟରେ ଯୁବ ସ୍ବେଚ୍ଛାସେବୀ ପହଞ୍ଚି…

ଗଞ୍ଜାମ,୧ା୧୧(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବିଶେଷ କ୍ଷତି ଗ୍ରସ୍ତ ହୋଇଛି ଗଞ୍ଜାମ ଜିଲା। ଏହି ବ୍ଲକର ଅଧିକାଂଶ ପଞ୍ଚାୟତ ଲଗାଣ ବର୍ଷା ଓ ପବନ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?