ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ ଅନେକ ରୋଡ଼ ଗର୍ତ୍ତ ହୋଇଯାଇଛି। କିଛି ଜାଗାରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ଲୋକେ ଜଳବନ୍ଦୀ ଅବସ୍ଥାରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୁର୍ଦ୍ଦଶାରୁ ଲୋକେ ମୁକୁଳି ନ ଥିବା ବେଳେ ଆସନ୍ତା ନଭେମ୍ବର ୨ ଓ ୩ ତାରିଖରେ ପୁଣି ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା ଗଞ୍ଜାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ପୁଣି ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ମାଇକ୍‌ ଯୋଗେ ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି। ନିଜ ଜୀବନର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମାଛଧରା ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳିନ ସେବା, ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସଜାଗ ରଖିବା ସହ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସମୟୋଚିତ ସୂଚନା ଓ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
ପୂର୍ବରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ଏବେ ବି ରିଲିଫ ଓ ପୁନରୁଦ୍ଧାର ସହାୟତା ଉପରେ ନିର୍ଭର କରୁଥିବାରୁ ପୁଣି ବର୍ଷା ଓ ବାତ୍ୟାର ଆଶଙ୍କା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ତେଣୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଷ ମ୍ୟାଚ୍‌ରେ ହାରିଲା,ହେଲେ ୩-୨ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ହାମିଲଟନ୍,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ସିରିଜ୍ ୩-୨ ସ୍କୋର ସହ ଶେଷ ହୋଇଛି। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ…

ରିଲିଫ୍‌ରୁ ବଞ୍ଚିତ ବନ୍ୟା ବିପନ୍ନ, ଗୁହାରି ଶୁଣିବା ବଦଳରେ ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି ବିପର୍ଯ୍ୟୟ। ଘରଦ୍ୱାର ଉଜାଡ଼ିବା ସହ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ…

ବନ୍ୟା ପରିଚାଳନାରେ ଅବହେଳା: ଦୁଇ କର୍ମଚାରୀ ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲା ୩ ଜଣ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ…

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ିଲା ଷଣ୍ଢ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଇଲାକାରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢ଼ି ଚାଲିଛି। ସାନଖେମୁଣ୍ଡି…

ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଦାଦନ ଯନ୍ତ୍ରଣା ଲାଗି ରହିଥିବାବେଳେ ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃ୍‌ତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ…

ବନ୍ୟା ବାତ୍ୟା ଟଳିଲା, ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା, ବିପନ୍ନଙ୍କ ନିକଟରେ ଯୁବ ସ୍ବେଚ୍ଛାସେବୀ ପହଞ୍ଚି…

ଗଞ୍ଜାମ,୧ା୧୧(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବିଶେଷ କ୍ଷତି ଗ୍ରସ୍ତ ହୋଇଛି ଗଞ୍ଜାମ ଜିଲା। ଏହି ବ୍ଲକର ଅଧିକାଂଶ ପଞ୍ଚାୟତ ଲଗାଣ ବର୍ଷା ଓ ପବନ ଯୋଗୁ…

ବନ୍ୟାରେ ଫସଲ ନଷ୍ଟ, ଜମି ବିବାଦକୁ ନେଇ ଚିନ୍ତିତ ଥିଲେ ଚାଷୀ: ଶେଷରେ କୀଟନାଶକ ପିଇ…

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ୍‌ରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବନ୍ୟାରେ ଫସଲ ନଷ୍ଟ…

ପଞ୍ଜାବ ନିର୍ବାଚନ ପୂର୍ବରୁ AAPକୁ ଲାଗିଲା ବଡ଼ ଝଟକା

ଚଣ୍ଡିଗଡ଼,୧।୧୧: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଝଟକା ପାଇଛି। ପଟିଆଲା ଜିଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?