ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଦାଦନ ଯନ୍ତ୍ରଣା ଲାଗି ରହିଥିବାବେଳେ ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃ୍‌ତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ ପ୍ରେମନଗର ସାହିର ପ୍ରଶାନ୍ତ କୁମାର ପଣ୍ଡା ଓରଫ ମିଟୁ (୩୮)। ପ୍ରଶାନ୍ତ ଚିକିଟିର ଜଣେ ଲେବର କଣ୍ଟ୍ରାକ୍ଟରଙ୍କ ସହ ପରିବାର ପ୍ରତିପୋଷଣ ପାଇଁ ଗତ ପ୍ରାୟ ୪ ମାସ ପୂର୍ବେ ମୁମ୍ବାଇ ଯାଇ ସେଠାକାର ବୋରିଭାଲି ଇଲାକାରେ ଶ୍ରମିକ ଭାବେ କାମ କରୁଥିଲେ। ଶନିବାର ସକାଳେ ସେ କାମ କରିବାକୁ ଯାଇଥିଲେ। ତାଙ୍କୁ ଭୀଷଣ ଜ୍ବର ହେବାରୁ ସେ ସେଠାରେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସେ ମେସ୍‌କୁ ଚାଲି ଆସିଥିଲେ। ସେଠାରେ ରହୁଥିବା କିଛି ଓଡ଼ିଆ ଶ୍ରମିକ ସାଙ୍ଗସାଥୀ ତାଙ୍କୁ ଅସୁସ୍ଥ ଅବସ୍ଥାରେ ମୁମ୍ବାଇ ବୋରିଭାଲି ନିକଟ ଭଗବତୀ ସରକାରୀ ମ୍ୟୁନିସିପାଲିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁମ୍ବାଇରେ ରହୁଥିବା ପ୍ରଶାନ୍ତଙ୍କ ଭାଇ ଉମା ପଣ୍ଡା, ଭଣଜା ନାରାୟଣ ପଣ୍ଡା ପ୍ରମୁଖ ପହଞ୍ଚିବା ପରେ ବୋରିଭାଲି ଇଷ୍ଟ କସ୍ତୁରବା ମାର୍ଗ ଥାନାରେ ଏତଲା ଦେଇଥିଲେ। ସେଠାକାର ପୋଲିସ ହସ୍ପିଟାଲରେ ପହଞ୍ଚି ରବିବାର ସକାଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ଏନେଇ ଖବର ପ୍ରଚାରିତ ପରେ ଭୀଷ୍ମଗିରି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ସ୍ବର୍ଗତଃ ସୁରେନ୍ଦ୍ର ପଣ୍ଡାଙ୍କ ୩ ପୁଅ ମଧ୍ୟରୁ ପ୍ରଶାନ୍ତ କନିଷ୍ଠ ପୁତ୍ର ଥିଲେ । ତାଙ୍କର ଏକ ୧୪ ବର୍ଷର ପୁଅ ଓ ୧୧ ବର୍ଷର ଝିଅ ମଧ୍ୟ ଅଛନ୍ତି। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ପାଇ ବିଧବା ମାଆ ଝରାଙ୍କ ସମେତ ସ୍ତ୍ରୀ ପିଙ୍କିଙ୍କ ଆଖିରୁ ଲୁହ ଶୁଖୁନି। ମାଆ ଓ ସ୍ତ୍ରୀ ମୁଣ୍ଡ ପିଟିପିଟି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳି ଆସୁଥିବା ବେଳେ ପ୍ରଶାନ୍ତଙ୍କ ମୃତଦେହ ଭିଟାମାଟିକୁ ଆଣିବାକୁ ପରିବାର ଲୋକେ ସ୍ଥାନୀୟ ସମିତି ସଭ୍ୟ ଶିବରାମ ମହାନ୍ତିଙ୍କୁ ଜଣାଇଥିଲେ। ଏହାପରେ ସମିତିସଭ୍ୟ ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁନାର ସାହୁଙ୍କୁ ସମୁଦାୟ ଘଟଣା ଜଣାଇଥିବା କହିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ଅନୁକମ୍ପା ମୂଳକ ସରକାରୀ ସହାୟତା ଯୋଗାଇଦେବାକୁ ସେ ତହସିଲଦାରଙ୍କୁ ନିବେଦନ କରିଥିବା କହିଛନ୍ତି। ଗତ ଅଗଷ୍ଟ ୪ ତାରିଖରେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ଛୋଟରାୟପୁର ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ ମହାରଣା(୩୬)ଙ୍କ ନଭି ମୁମ୍ବାଇ ଭାସି ସହରରେ ମୃତ୍ୟୁବରଣ କରିଥିଲେ। ଅଗଷ୍ଟ ୮ରେ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଦାଦନ ଶ୍ରମିକ ଟୁନା ବେହେରା(୩୧) ତାମିଲନାଡୁ ଯାଉଥିବା ବେଳେ ଚେନ୍ନାଇ ନିକଟରେ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିଲେ। ଅଗଷ୍ଟ ୯ ତାରିଖରେ ରାଧାଦେଇପୁର ଗ୍ରାମର ଦାଦନ ଶ୍ରମିକ ଯୋଗୀ ନାହାକ (୪୫) ଆନ୍ଧ୍ରର ବିଜୟଓ୍ବାଡ଼ା ନିକଟରେ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ…

ବନ୍ୟା ପରିଚାଳନାରେ ଅବହେଳା: ଦୁଇ କର୍ମଚାରୀ ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲା ୩ ଜଣ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ…

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ିଲା ଷଣ୍ଢ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଇଲାକାରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢ଼ି ଚାଲିଛି। ସାନଖେମୁଣ୍ଡି…

ବନ୍ୟା ବାତ୍ୟା ଟଳିଲା, ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା, ବିପନ୍ନଙ୍କ ନିକଟରେ ଯୁବ ସ୍ବେଚ୍ଛାସେବୀ ପହଞ୍ଚି…

ଗଞ୍ଜାମ,୧ା୧୧(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବିଶେଷ କ୍ଷତି ଗ୍ରସ୍ତ ହୋଇଛି ଗଞ୍ଜାମ ଜିଲା। ଏହି ବ୍ଲକର ଅଧିକାଂଶ ପଞ୍ଚାୟତ ଲଗାଣ ବର୍ଷା ଓ ପବନ ଯୋଗୁ…

ବନ୍ୟାରେ ଫସଲ ନଷ୍ଟ, ଜମି ବିବାଦକୁ ନେଇ ଚିନ୍ତିତ ଥିଲେ ଚାଷୀ: ଶେଷରେ କୀଟନାଶକ ପିଇ…

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ୍‌ରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବନ୍ୟାରେ ଫସଲ ନଷ୍ଟ…

ପଞ୍ଜାବ ନିର୍ବାଚନ ପୂର୍ବରୁ AAPକୁ ଲାଗିଲା ବଡ଼ ଝଟକା

ଚଣ୍ଡିଗଡ଼,୧।୧୧: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଝଟକା ପାଇଛି। ପଟିଆଲା ଜିଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟତାରୁ…

‘ମୋର କାମ ସମସ୍ତଙ୍କୁ ଖୁସି ରଖିବା ନୁହେଁ…’ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ କାହିଁକି ଏକଥା କହିବାକୁ ପଡ଼ିଲା?ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୧୧: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତଙ୍କୁ ଖୁସି ରଖିବା ତାଙ୍କ କାମ ନୁହେଁ। ଗମ୍ଭୀର ନିଜର ସ୍ପଷ୍ଟବାଦୀ ସ୍ବଭାବ ଏବଂ…

‘ରାହୁଲ ଦେଶର ବଦନାମ କରୁଛନ୍ତି’ ରାମଲୀଳା ମୈଦାନ ରାଲିକୁ ନେଇ ଜେ.ପି. ନଡ୍ଡାଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧।୧୧: ଭାଜପା ନେତା ଜେ.ପି. ନଡ୍ଡା ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?