ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପୁଣି ଖୋଲିଲା ୩ ଗେଟ୍‌

ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଚଳିତ ଋତୁରେ ଗତ ୧୫ଦିନ ଧରି ବନ୍ଦ ଥିବା ଜଳଭଣ୍ଡାରର ସ୍ଲୁଇସ ଗେଟ୍‌ ମଧ୍ୟରୁ ରବିବାର ୨ଟି ପର୍ଯ୍ୟାୟରେ ୩ଟି ଗେଟ୍‌ ଖୋଲାଯାଇଛି। ସେଥିମଧ୍ୟରେ ଜଳଭଣ୍ଡାରର ବାମପାର୍ଶ୍ୱର ୨ଟି ଓ ଦକ୍ଷିଣ ପାର୍ଶର ଗୋଟିଏ ମିଶି ମୋଟ ୩ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲାଯାଇ ମହାନଦୀକୁ ଅତିରିକ୍ତ ବନ୍ୟା ନିଷ୍କାସନ କରାଯାଉଛି।

 

ରବିବାର ଅପରାହ୍ନ ସାଢ଼େ ୩ଟାରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୬୨ ଫୁଟ କୁ ବୃଦ୍ଧି ପାଇଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୧୪ ହଜାର ୮୭୯ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୮୪,୯୮୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୩ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୪୯,୨୩୬ ଘନଫୁଟ ଏବଂ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୦,୬୫୮ ଘନଫୁଟ, ବରଗଡ଼ କେନାଲରେ ୩,୭୨୨ ଘନଫୁଟ, ଶାସନ କେନାଲରେ ୩୫୦ ଘନଫୁଟ, ସମ୍ବଲପୁର କେନାଲରେ ୬୯ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୩୭ ଘନଫୁଟ ଜଳ ନିଷ୍କାସିତ ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଣପୁର ପୁଅଙ୍କ କମାଲ, ଜିତିଲେ ୩ଟି ସ୍ୱର୍ଣ୍ଣ, ରାୟଗଡ଼ାରେ ହେବ…

ଗୁଣପୁର,୧।୧୧(ସୁଜାତା ପାଢ଼ୀ): ହରିୟାଣାର ଫରିଦାବାଦଠାରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଣପୁର ‘ମହାବୀର ଏ-୧ ଜିମ୍’ର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ…

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଭାଜପା ରାଜ୍ୟ ସଭାପତି

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରବିବାର ଛତ୍ରପୁର ନିର୍ବାଚନମଣ୍ଡଳୀ ଗସ୍ତ…

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମଉସାଙ୍କ ମୁଣ୍ଡ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି…

‘ବଲାଙ୍ଗୀର ଦିନ୍’ ଉତ୍ସବର ଶୁଭାରମ୍ଭ: ନାଚ-ଗୀତରେ କମ୍ପିଲା ସହର, ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଝୁମିଲେ ଲୋକେ

ବଲାଙ୍ଗୀର,୧।୧୧(ସୁନିଲ କୁମାର ମହାନ୍ତି): ଷଷ୍ଠ ‘ବଲାଙ୍ଗୀର ଦିନ୍’ ଉତ୍ସବ ପାଳନ ଆଜି ରବିବାର ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ଦିନ୍ ଆୟୋଜକ…

ଶେଷ ମ୍ୟାଚ୍‌ରେ ହାରିଲା,ହେଲେ ୩-୨ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ହାମିଲଟନ୍,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ସିରିଜ୍ ୩-୨ ସ୍କୋର ସହ ଶେଷ ହୋଇଛି। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ…

ରିଲିଫ୍‌ରୁ ବଞ୍ଚିତ ବନ୍ୟା ବିପନ୍ନ, ଗୁହାରି ଶୁଣିବା ବଦଳରେ ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି ବିପର୍ଯ୍ୟୟ। ଘରଦ୍ୱାର ଉଜାଡ଼ିବା ସହ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ…

ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?