Posted inଜାତୀୟ

ସୀମାରେ ଶତ୍ରୁଙ୍କୁ ଜବାବ ଦେବାକୁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ: ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଦେଶର ସୀମାରେ ବିରୋଧୀଙ୍କ ଆହ୍ବାନକୁ ରୋକିବାରେ ଭାରତର ସମ୍ପୂର୍ଣ୍ଣ ସାମର୍ଥ୍ୟ ରହିଛି। ସୀମାରେ ଶତ୍ରୁଙ୍କୁ ଜବାବ ଦେବାକୁ ଭାରତୀୟ ଯବାନ ସର୍ବଦା ପ୍ରସ୍ତୁତ ରହିଛନ୍ତି। ଆମ ଦେଶ କଦାପି ଯୁଦ୍ଧକୁ ପ୍ରୋତ୍ସାହିତ କରେ ନାହିଁ ଏବଂ ପଡୋଶୀ ଦେଶ ସହ ଆନ୍ତରିକ ସମ୍ପର୍କ ବଜାୟ ରଖିବାକୁ ଚାହେଁ। ସେ କହିଛନ୍ତି, ଆଜି ସାରା ବିଶ୍ୱରେ ଅନେକ ବିବାଦ ଚାଲିଛି। ଭାରତ ସର୍ବଦା ଯୁଦ୍ଧକୁ ବିରୋଧ କରିଆସୁଛି। ଏହା ଆମର ନୀତି ।

ସୀମା ସଡକ ସଂଗଠନ ଦ୍ୱାରା ନିର୍ମିତ ଏକ ସେତୁ ଉଦଘାଟନ କରି ରାଜନାଥ ମଙ୍ଗଳବାର ଏହା କହିଛନ୍ତି।
ଆମେ ପ୍ରଭୁ ରାମ ଏବଂ ଭଗବାନ ବୁଦ୍ଧଙ୍କ ଶିକ୍ଷା ଠାରୁ ଏହା ଉତ୍ତରାଧିକାରୀ ହୋଇଛୁ। ତଥାପି ଆବଶ୍ୟକ ପଡ଼ିଲେ ଉଚିତ ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସୀମାକୁ ମଜବୁତ କରିବା ପାଇଁ ଭିତ୍ତିଭୂମି ନିର୍ମାଣକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି। ଏହି ନୂତନ ସେତୁ କେବଳ ସ୍ଥାନୀୟ ଲୋକଙ୍କ ଗତିବିଧିକୁ ସହଜ କରିବ ନାହିଁ, ବରଂ ସୈ ନ୍ୟ, ଭାରୀ ଯନ୍ତ୍ରପାତି ଏବଂ ଯାନ୍ତ୍ରିକ ଯାନର ଫ୍ରଣ୍ଟ ଅଞ୍ଚଳକୁ ଦ୍ରୁତ ଗତିରେ ପରିବହନ କରିବାରେ ମଧ୍ୟ ସହାୟକ ହେବ। ପଶ୍ଚିମ ସିଆଙ୍ଗ ଏବଂ ଉପର ସିଆଙ୍ଗ ଜିଲାର ଆଲୋ-ୟିଙ୍ଗକିଙ୍ଗ ମଧ୍ୟରେ ୧୦୦ମିଟର ରାସ୍ତାରେ କ୍ଲାସ-୭୦ଷ୍ଟିଲ ଆର୍କ ନିର୍ମାଣ କରାଯାଇଛି। ଏଥିରେ ୭୨୪.୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ସୀମା ସଡକ ସଂଗଠନ ଦ୍ୱାରା ସମ୍ପନ୍ନ ହୋଇଥିବା ୨୮ ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ।

ପ୍ରତିରକ୍ଷା ମନ୍ତ୍ରୀ ସୀମା ସଡକ ସଂଗଠନର ୨୭ ଟି ପରିଯୋଜନା ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଥିଲେ। ସେଥିମଧ୍ୟରୁ ଆଠଟି ଲଦାଖରେ, ଚାରିଟି ଜମ୍ମୁ-କଶ୍ମୀରରେ, ପାଞ୍ଚଟି ଅରୁଣାଚଳ ପ୍ରଦେଶରେ, ତିନୋଟି ସିକିମ ଏବଂ ପଞ୍ଜାବରେ ତଥା ଦୁଇଟି ରାଜସ୍ଥାନରେ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri