ଏଥିପାଇଁ ଖାସ୍‌ ରହିବ ସ୍ବାଧୀନତା ଦିବସ: ଅଗଷ୍ଟ ୧୫ରେ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଉଡିବ ତ୍ରିରଙ୍ଗା, ଆଉ..

ଟୋରୋଣ୍ଟୋ,୧୪।୮: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରୀରଙ୍ଗା ଉଡିବ। ସ୍ବାଧୀନତାର ଏହି ମୂହୁର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଯାଇ ଦୁନିଆର ଏହି ସବୁଠାରୁ ସୁନ୍ଦର ଜଳପ୍ରପାତରେ ପତାକା ଉତ୍ତୋଳନ କରାଯିବ। ଆମେରିକା-କାନାଡ଼ା ସୀମାରେ ଏହା ଅବସ୍ଥିତ। ଅଗଷ୍ଟ ୧୫ ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାଛଡ଼ା କାନାଡ଼ାର ସିଏନ୍‌ ଟାଓ୍ବାର, ଟୋରୋଣ୍ଟୋ ସମେତ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନରେ ଭାରତୀୟ ପତାକା ପ୍ରଦର୍ଶିତ ହେବ।

ଟୋରୋଣ୍ଟୋରେ ଥିବା ଭାରତୀୟ କନ୍‌ସୁଲ୍‌ ଜେନେରାଲ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷ ସ୍ବାଧୀନତା ଦିବସ ବେଶ୍‌ ଖାସ୍‌ ରହିବ। ଏହା ଗର୍ବର କଥା ଯେ ଭାରତୀୟ ଧ୍ୱଜ ନିଆଗ୍ରା ଫଲ୍ସ, ସିଏନ୍‌ ଟାଓ୍ବାର, ଟୋରେଣ୍ଟୋ ଆଦି ସ୍ଥାନରେ ଉଡିବ। କରୋନା ଭୂତାଣୁକୁ ନେଇ ଭାରତୀୟ ସ୍ବତନ୍ତ୍ରତା ଦିବସ ସମାରୋହ ଅନ୍‌ଲାଇନ୍‌ ହେଉଛି। ଏଣୁ ସମସ୍ତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

କାନାଡ଼ାର ଭାରତୀୟ ସମ୍ପ୍ରଦାୟଙ୍କ ପାଇଁ ପ୍ରତିବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହେଉଥିଲେ। ହେଲେ ଚଳିତ ବର୍ଷ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ପରେଡର ବ୍ୟବସ୍ଥା କରାଯାଇଛି। ଏଥିରେ ଭାରତର ବିଭିନ୍ନ ଅଞ୍ଚଳର ସଂସ୍କୃତି ଏବଂ ରୋଷେଇକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯିବ। ସୁରକ୍ଷା ନିୟମ ଏବଂ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଭର୍ଚୁଆଲ କାର୍ଯ୍ୟକ୍ରମ କରିବାର ଯୋଜନା ରହିଥିବା ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜିଲାପାଳଙ୍କୁ ବାସି ଜଳଖିଆ ଦେଇ ଫସିଲେ ହୋଟେଲ ମାଲିକ, ପ୍ରଶାସନର ଏକ ଟିମ ହୋଟେଲରେ ପହଞ୍ଚି…

ନବରଙ୍ଗପୁର,୨୬।୫(ସଦାଶିବ ପ୍ରହରାଜ):, ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଜନ ଶୁଣାଣିବେଳେ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ବାସି ଏବଂ ନିମ୍ନମାନର ଜଳଖିଆ ପ୍ରଦାନ ଘଟଣାକୁ…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଯୁବକଙ୍କ…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

କାହିଁକି ବିଜୟଙ୍କୁ ଈର୍ଷା କରୁଛନ୍ତି ପବନ କଲ୍ୟାଣ! ଅସଲ କଥା ଖୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୨୬।୫: ତାମିଲନାଡୁ ରାଜନୀତି କ୍ଷେତ୍ରରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଜବରଦସ୍ତ ବିଜୟ ଏବେ ଅନ୍ୟ ରାଜ୍ୟର ନେତାମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri