କରୋନା ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ୨.୪ କୋଟି ଦର୍ଶକ ହରାଇଛି

ନୂଆଦିଲ୍ଲୀ,୧୬।୨: : ବର୍ତ୍ତମାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି କରୋନା ମହାମାରୀରେ ପ୍ରାୟ ୨.୪ କୋଟି ଦର୍ଶକଙ୍କୁ ହରାଇଛି। ଏରମାକ୍ସର ୨୦୨୩ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୧୨.୨ କୋଟି ଚଳଚ୍ଚିତ୍ର ଦର୍ଶକ ରହିଛନ୍ତି, ଯେଉଁମାନେ ପୂର୍ବ ୧୨ ମାସ ମଧ୍ୟରେ ଗୋଟିଏ ଥିଏଟରରେ ଅତି କମ୍‌ରେ ଗୋଟିଏ ମୁଭି ଦେଖିଥିବେ। ହେଲେ କରୋନା ମହାମାରୀ ପୂର୍ବରୁ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଏହି ସଂଖ୍ୟା ୧୪.୬ କୋଟିରେ ପହଞ୍ଚିଥିଲା। ଜାନୁୟାରୀ ୨୦୨୩ ରିପୋର୍ଟ ମୁତାବକ, ୧୫ ହଜାର ଭାରତୀୟ ଦର୍ଶକ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହିଛନ୍ତି। ଓରମାକ୍ସ ମିଡିଆର ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ହାରାହାରି ୧.୫ ପ୍ରତିଶତ ଫିଲ୍ମ ଭାରତୀୟ ଦର୍ଶକ ୧.୫ ଭାଷାରେ ଦେଖିଥାନ୍ତି। ଭାରତର ୫.୮ କୋଟି ଦର୍ଶକଙ୍କ ଅନୁସାରେ, ହିନ୍ଦୀ ହେଉଛି ସର୍ବାଧିକ ଦେଖାଯାଉଥିବା ଭାଷା। ପୂର୍ବ ମହାମାରୀ ସ୍ତର ତୁଳନାରେ ହିନ୍ଦୀ ସିନେମା ଦେଖିବାକୁ ହଲ୍‌ ଯାଉଥିବା ଦର୍ଶକଙ୍କ ସଂଖ୍ୟା ୨୧.୫ ପ୍ରତିଶତ ହ୍ରାସ ପାଇଛି। ଏହା ଅପେକ୍ଷା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ବୃଦ୍ଧି ଦେଖିବାକୁ ମିଳିଛି। ତେବେ କନ୍ନଡ଼ ଭାଷାରେ ୨୫ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ତାମିଲ ଭାଷାରେ ଏହା ୨୮.୨ ପ୍ରତିଶତରେ ସ୍ଥିର ରହିଥିବାବେଳେ ତେଲୁଗୁରେ ୨୫୧. ୮୪ କୋଟିରୁ ୨୩୧.୯୬ କୋଟିକୁ ହ୍ରାସ ପାଇଛି। ଅନ୍ୟପଟେ ହଲିଉଡ୍‌ରେ ଏହା ୧୦.୧ ପ୍ରତିଶତ ବୃଦ୍ଧି ହୋଇ ୧୮୨.୨୬ କୋଟିରୁ ୨୦୦.୪୮ କୋଟି ହୋଇଛି। ତେବେ ଓରମାକ୍ସ ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ହଜି ଯାଇଥିବା ଦର୍ଶକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ‘ପଠାନ’ ଭଳି ଚଳଚ୍ଚିତ୍ର ଫେବୃୟାରୀ ୧୩ ସୁଦ୍ଧା ବିଶ୍ୱବ୍ୟାପୀ ୪୭୨.୯୫ କୋଟିରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?