Posted inଜାତୀୟ

ୟୁକ୍ରେନ୍‌ର ଭାରତୀୟ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର ହେବ…

ନୂଆଦିଲ୍ଲୀ, ୧୩।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୮ ଦିନ ବିତିଗଲାଣି। ତେବେ ସ୍ଥିତିରେ ଉନ୍ନତି ପରିବର୍ତ୍ତେ ଏହା ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଉଭୟ ଦେଶ କେହି କାହା ଆଗରେ ନୋଇବାକୁ ହେବାକୁ ପ୍ରସ୍ତୁତ ନୁହଁନ୍ତି।

ସୁରକ୍ଷା ଦୃଷ୍ଟିରୁ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡକୁ ସ୍ଥାନାନ୍ତର କରାଯାଇଛି। ରବିବାର ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନର ପଶ୍ଚିମ ଭାଗରେ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯିବ।

ୟୁକ୍ରେନର ସୁରକ୍ଷା ଅବସ୍ଥା ଖରାପ ହୋଇଥିବାର ଦର୍ଶାଇ ଭାରତ ସରକାର ୟୁକ୍ରେନର ଦୂତାବାସକୁ ପୋଲାଣ୍ଡକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ସଙ୍କଟ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗଦେଇଥିଲେ। ବୈଠକରେ ବହିର୍ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ଅନ୍ୟ ମନ୍ତ୍ରୀ ଏବଂ ଅଧିକାରୀ ଅଂଶଗ୍ରହଣ କରିଥିଲେ। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଶ୍ୱର ସ୍ଥିତି ପରିବର୍ତ୍ତନ ହେବା ସହିତ ପ୍ରଧାନମନ୍ତ୍ରୀ ମୋଦି ଭାରତର ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଦେଲେ ସଙ୍କେତ: ନୂଆ ରୂପରେ ହେବ ଲକ୍‌ଡାଉନ୍‌ ୪.୦

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଲକ୍‌ଡାଉନ୍‌-୪.୦ ନେଇ ମଧ୍ୟ ସଙ୍କେତ ଦେଇଛନ୍ତି। ତେବେ ଏହା ନୂଆ...

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା...

ଆଜିଠାରୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର

ନୂଆଦିଲ୍ଲୀ,୧୩ ।୫: ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟ ହେବା ପରେ ଏବେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ରାଜସ୍ଥାନର ଉଦୟପୁରରେ ଚିନ୍ତନ...

ଅମିତାଭଙ୍କ ପାଇଁ ନିଆରା ଢ଼ଙ୍ଗରେ ଆଶୁ ଆରୋଗ୍ୟ କାମନା କଲେ ଏହି କୁନି ପ୍ରଶଂସକ

ଭୋପାଳ,୧୧।୭: ବଲିଉଡ୍‌ର ମହାନାୟକ ଅଭିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ...

କଂଗ୍ରେସକୁ ଘାରିଛି ବାଡ଼ ଡିଆଁ ଭୟ: ୩୮ ଜିଲାରେ ପର୍ଯ୍ୟବେକ୍ଷକ

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ବାଡ଼ ଡିଆଁ ଭୟ ଘାରିଛି। ଦଳର କିଛି ନେତା ଘୋଡ଼ାବେପାରରେ ସାମିଲ ହୋଇ ଅନ୍ୟ ଦଳରେ...

ପଞ୍ଜାବ ସୀମାରେ ପୁଣି ଦେଖାଗଲା ପାକିସ୍ତାନ ଡ୍ରୋନ

ଅମୃତସର,୧୦।୧୦: ପଞ୍ଜାବର ଫିରୋଜପୁର ଜିଲାରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ପାକିସ୍ତାନ ଡ୍ରୋନ୍‌ ଦେଖାଯିବାରୁ ବିଏସ୍‌ଏଫ୍‌ ଯବାନ ଆଲର୍ଟରେ ରହିଛନ୍ତି। ପାକିସ୍ତାନ ସୀମାରେ ଏହା ଦେଖାଯାଇଥିବାରୁ...

୫ ମାସରେ ୧୫ ସୁରକ୍ଷାକର୍ମୀ-୧୮ ନାଗରିକଙ୍କୁ ହତ୍ୟା, ରାହୁଲଙ୍କ ମୋଦିଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୬ : ଜମ୍ମୁ-କଶ୍ମୀରରେ ଲଗାତାର ଟାର୍ଗେଟ୍‌ କିଲିଂ ବୃଦ୍ଧି ପାଉଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।...

ଅପରାଧୀ ବିକାଶ ଦୁବେଙ୍କ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା: ଉତ୍ତରପ୍ରଦେଶ ପୋଲିସ

କାନପୁର,୮।୭: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଯିଏ ସୂଚନା ଦେବ ତାଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ଏଭଳି ଘୋଷଣା କରିଛି ଉତ୍ତରପ୍ରଦେଶ ପୋଲିସ।...

Advertisement
Archives

Model This Week