Posted inଫୁରସତ

ଭାରତୀୟ ମୁଦ୍ରା

ଭାରତୀୟ ମୁଦ୍ରା ବା ରୁପୟା ସଂସ୍କୃତ ଶବ୍ଦ ରୁପ୍ୟକମ୍‌ରୁ ଉଦ୍ଧୃତ, ଯାହାର ଅର୍ଥ ରୌପ୍ୟ ମୁଦ୍ରା ବା ସିଲଭର୍‌ କଏନ୍‌। ଆମ ଦେଶରେ ସୁରୀ ସାମ୍ରାଜ୍ୟର ସଂସ୍ଥାପକ ଶେର୍‌ଶାହ ସୁରୀଙ୍କ ଦ୍ୱାରା ୧୫୪୦-୪୫ ମସିହାରେ ପ୍ରଥମେ ମୁଦ୍ରାର ପ୍ରଚଳନ ଆରମ୍ଭ ହୋଇଥିଲା। ଜାଣିବା ଏ ସମ୍ପର୍କରେ କିଛି ତଥ୍ୟ…

-ସୁରୀଙ୍କ ଦ୍ୱାରା ପ୍ରଥମେ ରୁପୟା(ଟଙ୍କା) ଭାବେ ରୌପ୍ୟ ମୁଦ୍ରା ପ୍ରଚଳନ ହୋଇଥିଲା। ଏହା ସହ ସୁନା ଏବଂ ତମ୍ବା ମୁଦ୍ରା ବି ବ୍ୟବହାର ହେଉଥିଲା। ମୋଗଲ, ମରାଠା ଏବଂ ବ୍ରିଟିଶ୍‌ ଶାସନ କାଳରେ ମଧ୍ୟ ଏହି ସବୁ ମୁଦ୍ରା ପ୍ରଚଳିତ ହେଉଥିଲା।
-ମସିହା ମଧ୍ୟରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ, ୧୭୭୩-୭୫ ମଧ୍ୟରେ ଜେନେରାଲ୍‌ ବ୍ୟାଙ୍କ୍‌ ଅଫ୍‌ ବଙ୍ଗାଲ୍‌ ଆଣ୍ଡ ବିହାର ଏବଂ ୧୭୮୪-୯୧ ମଧ୍ୟରେ ବଙ୍ଗାଲ୍‌ ବ୍ୟାଙ୍କ୍‌ ପକ୍ଷରୁ କାଗଜ ମୁଦ୍ରାର ବ୍ୟବହାର ଆରମ୍ଭ ହୋଇଥିଲା।
-ଏକ ଟଙ୍କାକୁ ୧୬ ଅଣା ହିସାବରେ ବଣ୍ଟା ଯାଉଥିଲା। ହେଲେ ୧୯୫୭ରେ ପ୍ରଥମ ଥର ପାଇଁ ମେଟ୍ରିକ୍‌ ସିଷ୍ଟମ୍‌ ବା ଦଶାଂଶ ପ୍ରଣାଳୀରେ ଏକ ଟଙ୍କାକୁ ୧୦୦ ପଇସାରେ ବଣ୍ଟାଗଲା।
-୧ ଟଙ୍କାର ମୂଲ୍ୟ ୧୩ ଡଲାର ସହ ସମାନ ଥିଲା। ହେଲେ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ବେଳେ ଏହାର ମୂଲ୍ୟ ପ୍ରାୟ ୧ ଡଲାର ସହ ସମାନ ହୋଇଯାଇଥିଲା। କିନ୍ତୁ ଧୀରେ ଧୀରେ ଭାରତ ଉପରେ କରଜ ବଢ଼ିବା କାରଣରୁ ଇନ୍ଦିରା ଗାନ୍ଧୀ ଏହି କରଜ ସୁଝିବା ଲାଗି ଟଙ୍କାର ମୂଲ୍ୟ ଡଲାରଠାରୁ କମ୍‌ କରିବାକୁ ବାଧ୍ୟ ହୋଇଥିଲେ। ସେବେଠୁ ଧୀରେ ଧୀରେ ଏହି ମୂଲ୍ୟ କମିବାରେ ଲାଗିଛି।
-୨୨ ଅନୁଯାୟୀ ଭାରତୀୟ ବ୍ୟାଙ୍କ୍‌ଗୁଡିକରେ ନୋଟ୍‌ ଜାରି କରିବାର ଅଧିକାର କେବଳ ରିଜର୍ଭ ବ୍ୟାଙ୍କର ରହିଛି।
-ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ୧୯୩୮ରେ ପ୍ରଥମ ଥର ପାଇଁ ୧୦, ୧୦୦, ୧୦୦୦ ଏବଂ ୧୦,୦୦୦ ଟଙ୍କିଆ କାଗଜ ନୋଟ୍‌ ଛପାଇଥିଲା, ଯେଉଁଥିରେ କିଙ୍ଗ୍‌ ଜର୍ଜ-୬ଙ୍କ ଫଟୋ ଥିଲା। ହେଲେ ୧୯୪୬ରେ କଳାଧନ ରୋକିବା ଲାଗି ୧୦୦୦ ଏବଂ ୧୦,୦୦୦ ଟଙ୍କିଆ ନୋଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ(ଡିମନିଟାଇଜ୍‌) କରିଦିଆଗଲା।
-୧୦୦୦, ୫୦୦୦ ଏବଂ ୧୦,୦୦୦ ଟଙ୍କିଆ ନୋଟ୍‌ ଆଉଥରେ ପ୍ରଚଳନ ଆରମ୍ଭ କରାଗଲା, ଯାହାକି ୧୯୭୮ମସିହାରେ ପୁନର୍ବାର ଡିମନିଟାଇଜ୍‌ କରିଦିଆଗଲା।
-ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ୨ହଜାର କୋଟି ଟଙ୍କା ଛପାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?