ମେଲବୋର୍ନ, ୨୫।୧୨(ପି.ଟି.)-
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ବିପର୍ଯ୍ୟୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ହୋଇଛି। ଗୁରୁବାର ଖେଳାଳିମାନେ କୁସ୍ତି ଲଢ଼େଇରେ ଯେପରି ଟ୍ରେନିଂ ଡ୍ରିଲ୍ କରାଯାଏ ସେପରି କରିଥିବା ପରିଲକ୍ଷିତ ହୋଇଛି। ଦୁଇ ଖେଳାଳି ପରସ୍ପରକୁ ହରାଇବା ପାଇଁ ପ୍ରୟାସ କରିଥିଲେ। ପୂର୍ବରୁ କ୍ରିକେଟରେ ଏପରି ଟ୍ରେନିଂ ପ୍ରାୟତଃ ଦେଖାଯାଇ ନ ଥିଲା। ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ନେଟ୍ସକୁ ପ୍ରଥମେ ଆସି ଫିଟ୍ନେସ ଟେଷ୍ଟ କରିଥିଲେ। ହାତରେ ଏକ ବ୍ୟାଟ୍ ଧରି ସେ ଉଇକେଟ ମଝିରେ ଦୌଡ଼ିଥିଲେ। ଶନିବାରଠାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହେବ ବକ୍ସିଂ ଡେ’ ଟେଷ୍ଟ।
୪୯ଟି ଟେଷ୍ଟ ଖେଳି ୨୧୩ ଉଇକେଟ ନେବାସହ ୧୮୬୯ ରନ କରିଥିବା ଜାଡେଜା ଟି୨୦ ସିରିଜର ଅନ୍ତିମ ୨ ମ୍ୟାଚ ଏବଂ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ। ପ୍ରଥମ ଟି୨୦ ଅବସରରେ ସେ କନକସନ ଓ ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ଯୁବ ଦ୍ରୁତ ବୋଲର ଟି. ନଟରାଜନ ନେଟ୍ସରେ ଚମତ୍କାର ବୋଲିଂ କରି କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କୁ ଅସୁବିଧାରେ ପକାଇଥିଲେ। ଦ୍ୱିତୀୟ ଟେଷ୍ଟ ଖେଳିବା ସମ୍ଭାବନା ଥିବା ଲୋକେଶ ରାହୁଲ ଏବଂ ରିଷଭ ପନ୍ତ ନେଟ୍ସରେ ଅନେକ ସମୟ ବିତାଇଥିଲେ। ଓ୍ବାର୍ମଅପ୍ ପରେ ଖେଳାଳିମାନେ ନେଟ୍ସରେ ବ୍ୟସ୍ତ ଥିବାବେଳେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦୀର୍ଘ ସମୟଧରି ଆଲୋଚନାରତ ଥିଲେ। ପ୍ରଥମ ସନ୍ତାନର ବାପା ହେବାକୁ ଯାଉଥିବା ଅଧିନାୟକ ବିରାଟ କୋହଲି ଭାରତ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ ନେତୃତ୍ୱ ନେବାକୁ ଯାଉଥିବା ଅଜିଙ୍କ୍ୟ ରାହାନେଙ୍କ ସହ ମଧ୍ୟ କୋଚ୍ମାନେ ବାର୍ତ୍ତାଳାପ କରିଥିଲେ। ଖରାପ ଫର୍ମରେ ଥିବା ପୃଥ୍ବୀ ଶ’ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ବୋଲିଂକୁ ଅଭ୍ୟାସ କରିଥିଲେ।
ଅନ୍ୟପକ୍ଷରେ କୋଚ୍ ଜଷ୍ଟିନ ଲାଙ୍ଗରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷ୍ଟିଭ୍ ସ୍ମିଥ, ମାର୍ନସ ଲାବୁସ୍କାନ ବ୍ୟାଟିଂ ଅଭ୍ୟାସ କରିଥିଲେ। ପୂର୍ବତନ ଶ୍ରୀଲଙ୍କା ଅଫ୍ସ୍ପିନର ସୁରଜ ରଣଦିବ ଏ ଦୁହିଁଙ୍କୁ ବୋଲିଂ କରିଥିଲେ। ଅଷ୍ଟ୍ରେଲିଆ ଏହାର ପ୍ଲେଇଂ ଇଲେଭେନ ଦ୍ୱିତୀୟ ଟେଷ୍ଟପାଇଁ ଅପରିବର୍ତ୍ତିତ ରଖିବ ବୋଲି ଲାଙ୍ଗର ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ପ୍ରଥମ ଟେଷ୍ଟ ହାରି ଭାରତ ୦-୧ରେ ସିରିଜ ପଛୁଆ ରହିଛି। ଆଡିଲେଡ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ଲଜ୍ଜାଜନକଭାବେ ସର୍ବନିମ୍ନ ୩୬ ରନ ସ୍କୋର କରି ଚାପରେ ରହିଛି।
ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ
ଶେନ୍ଝେନ୍,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍…
ପାକ୍ ଖେଳାଳିଙ୍କ ଫୋନ୍ ଜବତ କଲା ପିସିବି, କାହିଁକି ଜାଣନ୍ତୁ…
ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…
ଟିମ୍ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା
ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…
ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ
ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…
ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ
ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…
ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!
ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…
ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ
ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…
ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ
ଦୁବାଇ,୫ା୯: ମହିଳା ଏସିଆ କପ୍ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…
Archives

