ମେଲବୋର୍ନ, ୨୫।୧୨(ପି.ଟି.)-
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ବିପର୍ଯ୍ୟୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ହୋଇଛି। ଗୁରୁବାର ଖେଳାଳିମାନେ କୁସ୍ତି ଲଢ଼େଇରେ ଯେପରି ଟ୍ରେନିଂ ଡ୍ରିଲ୍ କରାଯାଏ ସେପରି କରିଥିବା ପରିଲକ୍ଷିତ ହୋଇଛି। ଦୁଇ ଖେଳାଳି ପରସ୍ପରକୁ ହରାଇବା ପାଇଁ ପ୍ରୟାସ କରିଥିଲେ। ପୂର୍ବରୁ କ୍ରିକେଟରେ ଏପରି ଟ୍ରେନିଂ ପ୍ରାୟତଃ ଦେଖାଯାଇ ନ ଥିଲା। ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ନେଟ୍ସକୁ ପ୍ରଥମେ ଆସି ଫିଟ୍ନେସ ଟେଷ୍ଟ କରିଥିଲେ। ହାତରେ ଏକ ବ୍ୟାଟ୍ ଧରି ସେ ଉଇକେଟ ମଝିରେ ଦୌଡ଼ିଥିଲେ। ଶନିବାରଠାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହେବ ବକ୍ସିଂ ଡେ’ ଟେଷ୍ଟ।
୪୯ଟି ଟେଷ୍ଟ ଖେଳି ୨୧୩ ଉଇକେଟ ନେବାସହ ୧୮୬୯ ରନ କରିଥିବା ଜାଡେଜା ଟି୨୦ ସିରିଜର ଅନ୍ତିମ ୨ ମ୍ୟାଚ ଏବଂ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ। ପ୍ରଥମ ଟି୨୦ ଅବସରରେ ସେ କନକସନ ଓ ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରିରେ ପୀଡ଼ିତ ହୋଇଥିଲେ। ଯୁବ ଦ୍ରୁତ ବୋଲର ଟି. ନଟରାଜନ ନେଟ୍ସରେ ଚମତ୍କାର ବୋଲିଂ କରି କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କୁ ଅସୁବିଧାରେ ପକାଇଥିଲେ। ଦ୍ୱିତୀୟ ଟେଷ୍ଟ ଖେଳିବା ସମ୍ଭାବନା ଥିବା ଲୋକେଶ ରାହୁଲ ଏବଂ ରିଷଭ ପନ୍ତ ନେଟ୍ସରେ ଅନେକ ସମୟ ବିତାଇଥିଲେ। ଓ୍ବାର୍ମଅପ୍ ପରେ ଖେଳାଳିମାନେ ନେଟ୍ସରେ ବ୍ୟସ୍ତ ଥିବାବେଳେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦୀର୍ଘ ସମୟଧରି ଆଲୋଚନାରତ ଥିଲେ। ପ୍ରଥମ ସନ୍ତାନର ବାପା ହେବାକୁ ଯାଉଥିବା ଅଧିନାୟକ ବିରାଟ କୋହଲି ଭାରତ ଫେରିଛନ୍ତି। ତାଙ୍କ ଅନୁପସ୍ଥିତିରେ ନେତୃତ୍ୱ ନେବାକୁ ଯାଉଥିବା ଅଜିଙ୍କ୍ୟ ରାହାନେଙ୍କ ସହ ମଧ୍ୟ କୋଚ୍ମାନେ ବାର୍ତ୍ତାଳାପ କରିଥିଲେ। ଖରାପ ଫର୍ମରେ ଥିବା ପୃଥ୍ବୀ ଶ’ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବଙ୍କ ବୋଲିଂକୁ ଅଭ୍ୟାସ କରିଥିଲେ।
ଅନ୍ୟପକ୍ଷରେ କୋଚ୍ ଜଷ୍ଟିନ ଲାଙ୍ଗରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷ୍ଟିଭ୍ ସ୍ମିଥ, ମାର୍ନସ ଲାବୁସ୍କାନ ବ୍ୟାଟିଂ ଅଭ୍ୟାସ କରିଥିଲେ। ପୂର୍ବତନ ଶ୍ରୀଲଙ୍କା ଅଫ୍ସ୍ପିନର ସୁରଜ ରଣଦିବ ଏ ଦୁହିଁଙ୍କୁ ବୋଲିଂ କରିଥିଲେ। ଅଷ୍ଟ୍ରେଲିଆ ଏହାର ପ୍ଲେଇଂ ଇଲେଭେନ ଦ୍ୱିତୀୟ ଟେଷ୍ଟପାଇଁ ଅପରିବର୍ତ୍ତିତ ରଖିବ ବୋଲି ଲାଙ୍ଗର ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ପ୍ରଥମ ଟେଷ୍ଟ ହାରି ଭାରତ ୦-୧ରେ ସିରିଜ ପଛୁଆ ରହିଛି। ଆଡିଲେଡ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ଲଜ୍ଜାଜନକଭାବେ ସର୍ବନିମ୍ନ ୩୬ ରନ ସ୍କୋର କରି ଚାପରେ ରହିଛି।

ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍ ଖେଳାଳି
ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ...

କୋଭିଡ୍-୧୯ ନିର୍ମୂଳ ହେବା ପରେ କ୍ରିକେଟ ଖେଳାଯିବା ଉଚିତ: ଯୁବରାଜ
ନୂଆଦିଲ୍ଲୀ,୨୫।୪(ପି.ଟି.): ସମ୍ପୂର୍ଣ୍ଣ ରୂପେ ବିଶ୍ୱ କରୋନା ଭାଇରସ୍ ମୁକ୍ତ ହେବା ପରେ କ୍ରିକେଟ ଆରମ୍ଭ କରାଯିବା ଉଚିତ୍ ବୋଲି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି।...

ଡ୍ରେସିଂ ରୁମ୍ରେ ରାହୁଲ ଦ୍ରାଭିଡଙ୍କ ଉପସ୍ଥିତିକୁ ନେଇ ପୂଜାରାଙ୍କ ବଡ଼ ଖୁଲାସା
କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ କାନପୁରରେ ଆରମ୍ଭ ହେବ। ରାହୁଲ ଦ୍ରାବିଡଙ୍କ ଟିମ ଇଣ୍ଡିଆର ମୁଖ୍ୟ କୋଚଭାବରେ ଏହା ପ୍ରଥମ...

କଳିଙ୍ଗରେ ସ୍ପୋର୍ଟ୍ସ ଆଇଟି ୨୦୨୦ ଆରମ୍ଭ
ଭୁବନେଶ୍ୱର,୧୯।୧(ସ୍ପୋର୍ଟ୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ସ୍ପୋଟର୍ସ ଆଇଟି ୨୦୨୦ ଆରମ୍ଭ ହୋଇଛି। ଜାଭିୟର ଏମ୍ଲିୟନ ବିଜ୍ନେସ ସ୍କୁଲ (ଏକ୍ସଇବିଏସ୍) ଓ ରାଜ୍ୟ କ୍ରୀଡ଼ା...

ବ୍ରାଡମ୍ୟାନଙ୍କ ସମକକ୍ଷ ରୋହିତ
ବିଶାଖାପାଟଣା,୩।୧୦(ପି.ଟି.)- ଓପନର ହିସାବରେ ପ୍ରଥମ ପରୀକ୍ଷରେ ସଫଳ ହୋଇଥିବା ରୋହିତ ଶର୍ମା ଶତକ ହାସଲ କରିବା ସହ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡର ସମକକ୍ଷ...

ଅଲ୍ ଇଂଲଣ୍ଡ ଚାମ୍ପିୟନଶିପ୍: ଏକ୍ସେଲସେନ୍, ତାଇ ଜୁଙ୍କୁ ଟାଇଟଲ
ବର୍ମିଂହାମ୍,୧୬ା୩ (ପି.ଟି.)-ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଡେନମାର୍କର ଭିକ୍ଟର ଏକ୍ସେଲସେନ୍ ପ୍ରଥମଥର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ ଦୁଇଥର ଚାମ୍ପିୟନ...

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ସୁମିତ
ନୂଆଦିଲ୍ଲୀ, ୬ା୭ (ପି.ଟି.)- ଡୋପ୍ ଟେଷ୍ଟରେ ବିଫଳ ପାଇଁ ହୋଇଥିବା ୨ ବର୍ଷ ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ଭାରତୀୟ ରେସ୍ଲର...

ଏହି ଭାରତୀୟ ଖେଳାଳିଙ୍କୁ ମିଳିଲା ସର୍ବାଧିକ ମୂଲ୍ୟ; ପ୍ରଥମ ପର୍ଯ୍ୟାୟରେ ଅନସୋଲ୍ଡ ରହିଲେ ଭଜି, କେଦାର
ଚେନ୍ନାଇ, ୧୮।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଅନୁଷ୍ଠିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ କ୍ରିଷ୍ଣପ୍ପା ଗୋଥାମଙ୍କୁ ମିଳିଛି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ମୂଲ୍ୟ।...