Posted inଜାତୀୟ

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ ଅଦାଲତ ହିଁ ଠିଆ ହୋଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଶନିବାର ଏଭଳି କହିଛନ୍ତି। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ୍‌ ସ୍ଥିତ ୨ଟି ଆନେକ୍ସ ବେଞ୍ଚ୍‌ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ସେ ଏଭଳି କହିଛନ୍ତି।
ସାଧାରଣରେ ଏକ ଧାରଣା ରହିଛି ଯେ, କେବଳ ଅପରାଧୀ କିମ୍ବା ଅପରାଧର ଶିକାର ହୋଇଥିବା ବ୍ୟକ୍ତି କୋର୍ଟକୁ ଆସିଥାନ୍ତି।

ସେହିପରି କେତେକେ ଲୋକେ ଗର୍ବ ଅନୁଭବ କରନ୍ତି ଯେ ଜୀବନ କାଳରେ ଆମେ କେବେ କୋର୍ଟ କଚରୀ ଦେଖିନାହୁଁ। କିନ୍ତୁ, ଏଭଳି ଭ୍ରାନ୍ତ ଧାରଣା ହଟାଇବାକୁ ପଡ଼ିବ। ସାଧାରଣ ଲୋକଙ୍କ ଅଧିକାରକୁ ନିଶ୍ଚିତ କରିବା ପାଇଁ କୋର୍ଟକୁ ଆସିବା ଜରୁରୀ। ବେଳେବେଳେ ସାଧାରଣ ବ୍ୟକ୍ତି ତାଙ୍କ ଜୀବନ କାଳରେ ଏକାଧିକ ଆଇନଗତ ସମସ୍ୟାରେ ଜଡ଼ିତ ହୋଇଥାନ୍ତି। ଜଣେ ବ୍ୟକ୍ତି ଭୟରେ ଅବା ଶଙ୍କାଯୁକ୍ତ ହୋଇ କୋର୍ଟକୁ ଯିବାକୁ ଦ୍ୱିଧାବୋଧ କରିବା ଉଚିତ୍‌ ନୁହେଁ । ନ୍ୟାୟପାଳିକା ଉପରେ ଲୋକମାନଙ୍କର ବିଶ୍ୱାସ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି।

ଆଇନର ଶାସନ ଦ୍ୱାରା ପରିଚାଳିତ ଯେ କୌଣସି ସମାଜ ପାଇଁ କୋର୍ଟ ଅପରିହାର୍ଯ୍ୟ। କୋର୍ଟ କୋଠାଗୁଡ଼ିକ କେବଳ ସିମେଣ୍ଠ ଏବଂ ଇଟା ଦ୍ୱାରା ନିର୍ମିତ ସଂରଚନା ନୁହେଁ, ବରଂ ସକ୍ରିୟ ଭାବରେ ଅଧିକାରର ସାମ୍ବିଧାନିକ ଅଧିକାରକୁ ନିଶ୍ଚିତ କରାଇଥାନ୍ତି।

ଦେଶରେ ଉପଯୁକ୍ତ ନ୍ୟାୟିକ ଭିତ୍ତିଭୂମିର ଅଭାବ ରହିଥିବା ପ୍ରଧାନ ବିଚାରପତି କହିଛନ୍ତି। ଦେଶରେ ନ୍ୟାୟିକ ଅଧିକାରୀଙ୍କ ମୋଟ ଅନୁମୋଦିତ ସଂଖ୍ୟା ୨୪,୨୮୦ ଏବଂ ଉପଲବ୍ଧ କୋର୍ଟ ହଲ ସଂଖ୍ୟା ୨୦,୧୪୩ ରହିଛି। ଏଥିରେ ୬୨୦ ଭଡ଼ା ହଲ ରହିଛି। ୨୬ ପ୍ରତିଶତ କୋର୍ଟ କମ୍ପ୍ଲେକ୍ସରେ ଅଲଗା ମହିଳା ଶୌଚାଳୟ ନାହିଁ ଏବଂ୧୬ ପ୍ରତିଶତରେ ପୁରୁଷ ଟଏଲେଟ ନାହିଁ। ୫ ପ୍ରତିଶତ କୋର୍ଟରେ ପିଇବା ପାଣି ସୁବିଧା ରହିଛି। ୫ ପ୍ରତିଶତ କୋର୍ଟରେ ମେଡ଼ିକାଲ ସୁବିଧା ରହିଛି। ସେହିପରି ୩୨ ପ୍ରତିଶତ କୋର୍ଟରେ ଅଲଗା ରେକର୍ଡ ରୁମ୍‌ ରହିଛି। କେବଳ ୫୧ ପ୍ରତିଶତ କୋର୍ଟରେ ଲାଇବ୍ରେରୀ ରହିଛି। ୨୭ ପ୍ରତିଶତ କୋର୍ଟରେ କମ୍ପ୍ୟୁଟର ମାଧ୍ୟମରେ ଭିଡ଼ିଓ କନଫରେନ୍ସିଂ ସୁବିଧା ରହିଛି ବୋଲି ସେ କହିଛନ୍ତି।

ପ୍ରଭାବଶାଳୀ ନ୍ୟାୟପାଳିକା ଦ୍ୱାରା ଦେଶର ଅର୍ଥନୈତିକ ବିକାଶ ସମ୍ଭବ ହୋଇ ପାରିଥାଏ। ୨୦୧୮ରେ ପ୍ରକାଶିତ ଅନ୍ତର୍ଜାତୀୟ ଅନୁସନ୍ଧାନ ଅନୁଯାୟୀ, ଠିକ ସମୟରେ ନ୍ୟାୟ ପ୍ରଦାନରେ ବିଫଳତା ଯୋଗୁ ଦେଶର ବାର୍ଷିକ ଜିଡିପିର ୯ ପ୍ରତିଶତ ସମାନ ଅର୍ଥ ଖର୍ଚ୍ଚ ହୋଇଥାଏ। ଏକ ସମର୍ଥିତ ନ୍ୟାୟପାଳିକାର ପ୍ରଭାବ ବିଦେଶୀ ପୁଞ୍ଜି ନିବେଶ ଉପରେ ମଧ୍ୟ ପଡ଼ିଥାଏ। ପର୍ଯ୍ୟାପ୍ତ ଭିତ୍ତିଭୂମି ବିନା ଆମେ ଏହି ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?