ଦାରିଙ୍ଗବାଡ଼ିରେ ପହିଲି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଦାରିଙ୍ଗବାଡ଼ି,୨୩ା୧୦: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୫ଡିଗ୍ରୀ ପାରଦ ଖସି ୧୬ରୁ ୧୧ଡିଗ୍ରୀରେ ପହଞ୍ଚିଥିବା ଜଣାପଡ଼ିଛି। ହଠାତ ଶୀତ ଆସିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି। ସେହିପରି ସକାଳ ଭ୍ରମଣ କରୁଥିବା ଲୋକେ ଶୀତ ଯୋଗୁ ବିଳମ୍ବରେ ଯାତ୍ରା କରୁଥିବା ଜଣାପଡ଼ିଛି। କିଛିଦିନ ହେଲା ପାଗ ଶୁଖିଲା ରହିବା ସହ ବିଳମ୍ବିତ ରାତି ଠାରୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛ। ଫଳରେ ଗାଡ଼ିମୋଟର ଯାତାୟାତରେ ମଧ୍ୟ ବହୁ ସମସ୍ୟା ଦେଖାଯାଇଛି। ହଠାତ୍‌ ୫ ଡିଗ୍ରୀ ତାପମାତ୍ର ହ୍ରାସ କାରଣରୁ ଲୋକେ ହଇରାଣ ହୋଇଥିବା ମଧ୍ୟ ଜଣାପଡ଼ିଛି। ଶୀତ କାରଣରୁ ଲୋକେ କାମଧନ୍ଦା ଯିବା ଏବେ ଚିନ୍ତାର କାରଣ ହୋଇଛି। ସେପଟେ ଦଶହରା ଛୁଟି ଠାରୁ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ହୋଟେଲ, ରିସର୍ଟଗୁଡ଼ିକରେ ପର୍ଯ୍ୟଟକ ରାତ୍ରୀଯାପନ କରି ଶୀତର ମଜା ନେଉଛନ୍ତି। ଦିନ ତମାମ୍‌ ଦାରିଙ୍ଗବାଡ଼ିର ପର୍ଯ୍ୟଟନ କେନ୍ଦ୍ର ହିଲ୍‌ଭିୟୁ ଠାରୁ ଆରମ୍ଭ କରି ନେଚରପାର୍କ, ମିଡ଼ିୟୁବାନ୍ଦା ଓ୍ବାଟରଫଲ, କିରିକୁଟି ଲଭର୍ସପଏଣ୍ଟ ଆଦିରେ ଭିଡ଼ ଦେଖିବାକୁ ମିଳିଛି। ଶୀତ ରାତି ଏବଂ ଭୋର୍‌ ସମୟରେ ଅଧିକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri