Posted inଖେଳ

କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ

ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଗତ ୨ ବର୍ଷ ହେବ ବିରାଟଙ୍କ ବ୍ୟାଟ୍‌ରୁ ଗୋଟିଏ ଶତକ ଆସିନାହିଁ। ତେଣୁ ପ୍ରଶଂସକ ତାଙ୍କଠାରୁ ଏକ ଶତକ ଆଶା ରଖିଛନ୍ତି। କିନ୍ତୁ ଟିମ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ ବିରାଟଙ୍କଠାରୁ ଆଉ କିଛି ଚାହୁଁଛନ୍ତି।
ଦ୍ରାବିଡ କହିଛନ୍ତି ଯେ, ମୁଁ କୋହଲିଙ୍କ ଠାରୁ ମ୍ୟାଚ୍‌ ବିଜୟୀ ଇନିଂସ ଚାହୁଁଛି। ଶତକ ଉପରେ ଗୁରୁତ୍ୱ ସର୍ବଦା ରହିବା ଉଚିତ ନୁହେଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନରେ ସେ ୭୯ ରନ୍‌ କରିଥିଲେ। ଯଦିଓ ସେ ଶତକ ମାରି ନ ଥିଲେ କିନ୍ତୁ ଏହା ଏକ ଭଲ ଇନିଂସ ଥିଲା। ଜଣେ କୋଚ ଦୃଷ୍ଟିକୋଣରୁ ମ୍ୟାଚ୍‌ ବିଜୟୀ ଇନିଂସ ଚାହୁଁଛି। ଏହା ୫୦ କିମ୍ବା ୬୦ ରନ ହେଉ ଚଳିବ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଜୁଲାଇ ୧ ରୁ ୫ ପର୍ଯ୍ୟନ୍ତ ଏଜବାଷ୍ଟନ ଠାରେ ଖେଳାଯିବ। ଏହି ମ୍ୟାଚ ଗତ ବର୍ଷ ଅନୁଷ୍ଠିତ ଟେଷ୍ଟ ସିରିଜର ଏକ ଅଂଶ। ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ଟିମ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ଟେଷ୍ଟ ସିରିଜ ଖେଳୁଥିଲା। ତା’ପରେ କରୋନା କାରଣରୁ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହୋଇପାରି ନ ଥିଲା। ଚାରିଟି ଟେଷ୍ଟ ପାଇଁ ଭାରତ ୨-୧ରେ ଆଗୁଆ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବାର ପୋଷିବା ପାଇଁ ଶ୍ରମିକ ଭାବେ ଖଟୁଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। କିଛି କ୍ରିକେଟର ଘରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଥିବା କେତେକ କ୍ରିକେଟରଙ୍କ...

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି।...

ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଏଲିସ୍‌ଙ୍କ ଅବସର

ଓ୍ବେଲିଂଟନ, ୧୯।୩- ଇଂଲଣ୍ଡ କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀ ତଥା ନ୍ୟୁଜିଲାଣ୍ଡ ବୋଲିଂ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଏଲିସ୍‌ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ଗୁରୁବାର...

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ...

ବିଳମ୍ବ ପାଇଁ ଚାଲିଗଲା ଉଇକେଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଅନ୍ତିମ ଦିନରେ ଭାରତକୁ ୯ ଉଇକେଟ ଦରକାର। ମ୍ୟାଚ୍‌ର ଚତୁର୍ଥ...

ଅନୁଚ୍ଛେଦ ୩୭୦ ନାମରେ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବ ଭାଜପା…

ଗାନ୍ଧୀନଗର,୩୦।୧୧: ଭାଜପା  ଅନୁଚ୍ଛେଦ ୩୭୦ ନାମ ଅନୁସାରେ ଏକ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ହାଲେପ୍‌, ଭିଟୋଲିନା ବିଜୟୀ

ପ୍ୟାରିସ୍‌,୩।୧୦(ଏପି): ପ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟପ୍‌ ସିଡ୍‌ ତଥା ଟାଇଟଲ ଫେଭରାଇଟ୍‌ ରୋମାନିଆର ସିମୋନା ହାଲେପ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ...

ଅଲିମ୍ପିକ୍ସ ଆୟୋଜନ ହେବନି ବୋଲି ୭୭ ପ୍ରତିଶତ ଜାପାନୀ ଭାବୁଛନ୍ତି

ଟୋକିଓ,୬।୭: ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହୋଇପାରିବ ନାହିଁ ବୋଲି ଜାପାନର ୭୭ ପ୍ରତିଶତ ବ୍ୟକ୍ତି ଭାବୁଛନ୍ତି। ଏକ ସର୍ଭେରୁ ଏହା ଜଣାପଡିଛି। ଜାପାନ ନ୍ୟୁଜ୍‌...

Advertisement
Archives

Model This Week