Posted inଫୁରସତ

ଯୋଡ଼ି ବନାଇଲା ଫେସ୍‌ବୁକ୍‌: ସ୍ବିଡେନ କନ୍ୟାଙ୍କୁ ଭାରତ ବର

ପ୍ରଥମେ ଫେସ୍‌ବୁକ୍‌ରୁ ଫ୍ରେଣ୍ଡଶିପ୍‌ ଆରମ୍ଭ ହୋଇଥିଲା। ଏହା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବତୀ ଯୁବକ। ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି। ଯାହାକି ସମସ୍ତଙ୍କୁ ଚକିତ କରିଛି। କାରଣ ସାତ ଦରିଆ ଡେଇଁ ସ୍ବିଡେନର ଝିଅ ଭାରତ ପୁଅଙ୍କୁ ବିବାହ କରିଛନ୍ତି।

आगरा में पांच साल पहले हुई थी मुलाकात

ସ୍ବିଡେନର କ୍ରିଷ୍ଟିନା ନାମକ ଜଣେ ଯୁବତୀ ଏତାର ଜଣେ ପୁଅଙ୍କୁ ଏତେ ଭଲ ପାଉଥିଲେ ଯେ, ସେ ହଜାର ହଜାର କିଲୋମିଟର ପାର ହୋଇ ଭାରତରେ ପହଞ୍ଚିଥିଲେ। ଏହି ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଉଭୟ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ସହିତ ବିବାହ କରିଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

आवागढ़ में आई विदेशी बहू

ଫେସ୍‌ବୁକ୍‌ରେ ପବନ କୁମାର ଏବଂ ସ୍ବିଡେନର କ୍ରିଷ୍ଟିନା ପ୍ରଥମେ ବନ୍ଧୁ ହୋଇଥିଲେ। ଉଭୟ ଫେସ୍‌ବୁକ୍‌ରେ କଥା ହେବା ଆରମ୍ଭ କରିଥିଲେ। ଧୀରେ ଧୀରେ ଦୁହେଁ ଘନିଷ୍ଠ ବନ୍ଧୁ ହେଲେ। ବନ୍ଧୁତା ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଫୋନରେ କଥା ହେବା ଆରମ୍ଭ କଲେ। ଏବେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।

फेसबुक पर 2012 में दोनों के बीच हुई थी दोस्ती

ପବନ କୁମାରଙ୍କ ପୀତା ଗୀତମ ସିଂଙ୍କର ଆବାଗଡ଼ ଜଲେସର ରୋଡ୍‌ରେ ଏକ ସାଇକେଲ ମରାମତି ଦୋକାନ ଅଛି। ଯେତେବେଳେ ପବନ କୁମାର କ୍ରିଷ୍ଟିନାଙ୍କ ସହ ବନ୍ଧୁତା କରିଥିଲେ, ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ପରେ ସବୁକିଛି ଠିକ ହୋଇଥିଲା। ଶୁକ୍ରବାର ଉଭୟ ହିନ୍ଦୁ ରୀତିନୀତି ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯୁବତୀ ଜଣକ ତାଙ୍କ ପରିବାର ସହିତ ଭାରତରେ ପହଞ୍ଚିଥିଲେ। ପବନ ତାଙ୍କ ମାତାପିତାଙ୍କ ଏକମାତ୍ର ସନ୍ତାନ। ଏହି ବିବାହ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା। ଦୁହେଁ ବି ବିବାହକୁ ନେଇ ବହୁତ ଖୁସି ଥିଲେ ବୋଲି ତାଙ୍କ ମୁହଁରେ ପ୍ରତିଫଳିତ ହୋଇଥିଲା। ପବନଙ୍କ ସମ୍ପର୍କୀୟମାନେ ବିବାହର ସମସ୍ତ ରୀତିନୀତି ସମାପ୍ତ କରିଥିଲେ। ଏହି ସମୟରେ କ୍ରିଷ୍ଟିନା ଜଣେ ସାଧାରଣ ଭାରତୀୟ ଯୁବତୀ ପରି ଦେଖାଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri