Posted inଜାତୀୟ

ବାଂଲାଦେଶକୁ ୨୦ ଘୋଡା, ୧୦ କୁକୁର ଉପହାର ଦେଲା ଭାରତ

ନୂଆଦିଲ୍ଲୀ,୧୨।୧୧:ଭାରତ ଏବଂ ପଡୋଶୀ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ ଚାଲିଛି। ଏହି କ୍ରମରେ ଭାରତୀୟ ସେନା ପକ୍ଷରୁ ବାଂଲାଦେଶ ସେନାକୁ ପ୍ରଶିକ୍ଷିତ ୨୦ଟି ସୈନ୍ୟ ଘୋଡା ଏବଂ ବାରୁଦ ସୁଡଙ୍ଗ ସନ୍ଧାନକାରୀ ୧୦ କୁକୁର ଉପହାର ସ୍ବରୂପ ଦିଆଯାଇଛି। ଏହି କୁକୁରଗୁଡିକୁ ଭାରତୀୟ ସେନାର ରିମାଉଣ୍ଟ ଆଣ୍ଡ ଭେଟେନାରୀ କ୍ରପ୍ସରେ ପ୍ରଶିକ୍ଷଣ ଦିଆଯାଇଛି। ଏହାସହ ସେମାନଙ୍କୁ ସମ୍ଭାଳିବା ପାଇଁ ବାଂଲାଦେଶ ସେନାଙ୍କୁ ମଧ୍ୟ ଶିକ୍ଷା ଦିଆଯାଇଛି। ଘୋଡା ଏବଂ କୁକୁର ପ୍ରଦାନ କାର୍ଯ୍ୟକ୍ରମ ଭାରତ-ବାଂଲାଦେଶ ସୀମାରେ ଥିବା ପେଟ୍ରାପୋଲ-ବେନାପୋଲ ଯାଞ୍ଚ ଚୌକିରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଢାକାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବ୍ରିଗେଡିୟର ଜେଏସ ଚିମା ଉପସ୍ଥିତ ଥିଲେ। ଭାରତୀୟ ସେନାର ପ୍ରତିନିଧିମଣ୍ଡଳ ନେତୃତ୍ୱ ମେଜର ଜେନେରାଲ ନିରିନ୍ଦର ସିଂ ନେଇଥିବାବେଳେ ବାଂଲାଦେଶର ପ୍ରତିନିଧିମଣ୍ଡଳ ନେତୃତ୍ୱ ମେଜର ଜେନେରାଲ ମହମ୍ମଦ ହୁମାୟୁଂ କବିର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କଲେ ଶିକ୍ଷକ

ବେଙ୍ଗାଲୁରୁ,୧୯।୧୨: କର୍ନାଟକର ହଗଲି ଗ୍ରାମର ଆଦର୍ଶ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୁଥାପ୍ପା ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କରିଛନ୍ତି। ପ୍ରଥମେ ମୁଥାପ୍ପା...

ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ

ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର...

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର...

ସୋମବାର ଇଦ୍‌

ନୂଆଦିଲ୍ଲୀ,୨୪।୫: ଭାରତରେ ଇଦ୍‌ ଉଲ୍‌-ଫିତର ସୋମବାର ପାଳିତ ହେବ। ଶନିବାର ଆକାଶରେ ଚନ୍ଦ୍ର ଦେଖା ନ ଦେବାରୁ ୨୫ରେ ଇଦ୍‌ ପାଳନ ଲାଗି ଦିଲ୍ଲୀ ଜାମା...

ପେରିୟାରଙ୍କ ପ୍ରତିମୂର୍ତ୍ତିରେ ଚପଲ ମାଳ

କୋଏମ୍ବାଟୁର,୯।୧: ତାମିଲନାଡୁର କୋଏମ୍ବାଟୁରରେ ସାମାଜିକ ସଂସ୍କାରକ ପେରିୟାର ଇଭି ରାମାସ୍ବାମୀଙ୍କ ପ୍ରତିମୂର୍ତ୍ତିକୁ ରବିବାର ପୂର୍ବାହ୍ନରେ କେହି ଦୁର୍ବୃତ୍ତ ଚପଲ ମାଳ ପିନ୍ଧାଯାଇଥିବା ଦେଖିବାକୁ ମିଳିଛି। ଭେଲାଲୋରର...

ଦିଲ୍ଲୀ ରାମଲୀଳା: ସୀତା ପ୍ରତିରକ୍ଷା ସେବା ପାଇଁ କରୁଛନ୍ତି ପ୍ରସ୍ତୁତି, ରାମ ବ୍ୟାଙ୍କରେ କରନ୍ତି ଚାକିରି

ନୂଆଦିଲ୍ଲୀ, ୨୧।୧୦: ଦଶହରା ଅବସରରେ ଦିଲ୍ଲୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ରାମଲୀଳା ଆୟୋଜନ ହେଉଛି। ସଂସ୍କୃତି...

ମାଲ୍ୟା-ନୀରବ-ଚୋକ୍‌ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…

ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...

ଅସୁସ୍ଥ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୯: ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ମଙ୍ଗଳବାର ମହାରାଷ୍ଟ୍ରର ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥଣ୍ଡା, କାଶରେ ପୀଡ଼ିତ ଥିବା ବେଳେ ଛାତିରେ ସଂକ୍ରମଣ...

Advertisement
Archives

Model This Week