Posted inଖେଳ

ଚାଇନାକୁ ହରାଇ ଭାରତ ଏସିଆ ଚାମ୍ପିୟନ

ନୂଆଦିଲ୍ଲୀ,୧୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ଚାଇନା ମାଟିରେ ଚାଇନାକୁ ପରାସ୍ତ କରି ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚାଇନା ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ଉଭୟ ପକ୍ଷ କୌଣସି ଗୋଲ୍ କରିପାରି ନଥିଲେ। ତେବେ ଚତୁର୍ଥ କ୍ୱାର୍ଟରର ୧୦ ମିନିଟରେ ଭାରତ ପାଇଁ ଯୁଗରଜ ସିଂହ ଏକମାତ୍ର ଗୋଲ କରିଥିଲେ, ଯାହା ବିଜୟ ସୂଚକ ଥିଲା।

ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ଚାଇନା ହକି ଟିମ୍ ପ୍ରଥମ ଥର ଲାଗି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଭାରତ ଠାରୁ ପରାଜୟ ବରଣ କରି ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି।

ଭାରତୀୟ ଦଳ ଇତିହାସରେ ସର୍ବାଧିକ ପଞ୍ଚମ ଥର (ଚଳିତ ସିଜିନକୁ ମିଶାଇ) ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି। ପୁରୁଷ ହକି ଏସୀୟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସିଜନ୍ ୨୦୧୧ ରେ ଖେଳାଯାଇଥିଲା। ତା’ପରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ପରେ ଭାରତୀୟ ଦଳ ୨୦୧୩, ୨୦୧୮ ଏବଂ ୨୦୨୩ ସିଜନରେ ମଧ୍ୟ ଜିତିଛି। ୨୦୧୮ ରେ ଭାରତୀୟ ଦଳ ପାକିସ୍ତାନ ସହ ମିଳିତ ବିଜେତା ହୋଇଥିଲା।

ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ୮ ଟି ସିଜିନ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ୪ ଥର, ପାକିସ୍ତାନ ଗୋଟିଏ ଥର ଏବଂ ଦକ୍ଷିଣ କୋରିଆ ଥରେ ଟାଇଟଲ ଜିତିଛି। ଭାରତ ୨୦୧୮ ରେ ଭାରତ ଏବଂ ପାକିସ୍ଥାନ ମିଳିତ ବିଜେତା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?