Posted inଖେଳ

ଏସିଆ କପ୍‌ ସେମିଫାଇନାଲରେ ଭାରତ-ପାକିସ୍ତାନ! ଫାଇନାଲ ଟିକେଟ୍‌ ପାଇଁ ମହାମୁକାବିଲା, ଜାଣନ୍ତୁ କେବେ ଅଛି ମ୍ୟାଚ

ନୂଆଦିଲ୍ଲୀ, ୧୧।୧୧: ଏସିସି ଅଣ୍ଡର-୧୯ ୟୁଥ ଏସିଆ କପ୍‌ରେ ଭାରତର ଦମ୍‌ଦାର ବିଜୟ। ଶେଷ ଗ୍ରୁପ ଷ୍ଟେଜ୍‌ ମ୍ୟାଚରେ ୟୁଏଇକୁ ୭୦ ରନରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଟିମ ଇଣ୍ଡିଆ। ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ସେମିଫାଇନାଲରେ ପହଞ୍ଚି ସାରିଥିଲା। ଗ୍ରୁପ-ବିରୁ ଆଫଗାନିସ୍ତାନ ଓ ବାଂଲାଦେଶ ସେମିଫାଇନାଲକୁ ଯୋଗ୍ୟତା ହାସଲ କରିଛନ୍ତି।

ୟୁଏଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୦୯ ରନର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ଆର୍ଯ୍ୟବୀର ସେହୱାଗ ଚମତ୍କାର ବ୍ୟାଟିଂ କରି ୧୬୦ ରନର ଦମ୍‌ଦାର ଇନିଂସ ଖେଳିଥିଲେ। ୧୬୮ଟି ବଲରେ ସମ୍ମୁଖୀନ ହୋଇ ସେ ୭ଟି ଛକା ଓ ୧୭ଟି ଚୌକା ମାରିଥିଲେ।

୩୧୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୟୁଏଇ ଦଳ ମାତ୍ର ୨୩୯ ରନ କରିପାରିଥିଲା। ଭାରତ ପକ୍ଷରୁ ଇଶାନ ଧୀରଜ ସୁଦ ସର୍ବାଧିକ ୪ଟି ଉଇକେଟ୍‌ ନେଇଥିଲେ। ସେ ୭ ଓଭରରେ ୩୭ ରନ ଦେଇଥିଲେ। ମୈନାଲ ଚୌହାନ, ମୋହିତ, ପରେଶ ପଟେଲ, ଯଶବର୍ଦ୍ଧନ, ଆର୍ଯ୍ୟନ ଓ ଅର୍ଜୁନ ରାଜପୁତ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ। ଚମତ୍କାର ୧୬୦ ରନର ଇନିଂସ ପାଇଁ ଆର୍ଯ୍ୟବୀର ସେହୱାଗଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା।

ଗ୍ରୁପ-ଏରୁ ଭାରତ ଓ ପାକିସ୍ତାନ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନ ଗ୍ରୁପରେ ଶୀର୍ଷ ସ୍ଥାନରେ ରହିଛି। ଦଳ ଗ୍ରୁପ ଷ୍ଟେଜ୍‌ରେ ଖେଳିଥିବା ତିନୋଟି ଯାକ ମ୍ୟାଚ ଜିତିଛି। ଏଥିରେ ଭାରତ ବିପକ୍ଷ ବିଜୟ ମଧ୍ୟ ସାମିଲ ରହିଛି। ଅନ୍ୟପଟେ ୟୁଏଇ ବିପକ୍ଷ ମ୍ୟାଚକୁ ଛାଡ଼ି ଭାରତ ଅନ୍ୟ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ଗ୍ରୁପ-ବିରେ ଆଫଗାନିସ୍ତାନ ଶୀର୍ଷ ସ୍ଥାନ ହାସଲ କରିଛି। ଦଳ ନିଜର ତିନୋଟି ଯାକ ମ୍ୟାଚ ଜିତିଛି। ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟୀ ହୋଇ ବାଂଲାଦେଶ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଫଳରେ ଶ୍ରୀଲଙ୍କା ଓ ମାଲେସିଆ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି।

ଅଣ୍ଡର-୧୯ ୟୁଥ ଏସିଆ କପ୍‌ର ସେମିଫାଇନାଲରେ ଭାରତର ମୁକାବିଲା ଆଫଗାନିସ୍ତାନ ସହ ହେବ। ଆଫଗାନିସ୍ତାନ ଗ୍ରୁପ ଷ୍ଟେଜ୍‌ରେ ଗୋଟିଏ ମଧ୍ୟ ମ୍ୟାଚ ହାରିନାହିଁ। ଅନ୍ୟ ସେମିଫାଇନାଲରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ ଗୁରୁବାର, ନଭେମ୍ବର ୧୨ ତାରିଖରେ ଖେଳାଯିବ। ସେହିଦିନ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ହେବ। ଉଭୟ ମ୍ୟାଚର ବିଜେତା ଦଳ ଶନିବାର, ନଭେମ୍ବର ୧୪ ତାରିଖରେ ଫାଇନାଲରେ ମୁହାଁମୁହିଁ ହେବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରୁ ୨୦୩୦ ଯାଏ ଏହି ୨ ରାଶିଙ୍କୁ ଘାରିବ ଶନିଙ୍କ ପ୍ରଭାବ: ହୋଇଯିବେ କାଙ୍ଗାଳ! ଜାଣନ୍ତୁ ସେହି ରାଶି କିଏ…

ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ…

ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍‌, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ…

ଅନୁଷ୍କା ଶର୍ମାଙ୍କୁ ଦୁଇ ଫର୍ମାଟ୍‌ର ଅଧିନାୟିକା ଦାୟିତ୍ୱ: ଘୋଷଣା ହେଲା ଇଣ୍ଡିଆ ‘ଏ’ର ୩ଟି ଟିମ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଭାରତୀୟ ମହିଳା କ୍ରିକେଟରେ ନିଜ ପ୍ରତିଭା ଦେଖାଇବା ପାଇଁ ଯୁବ ଖେଳାଳିଙ୍କୁ ମିଳିବ ଆଉ ଏକ ବଡ଼ ସୁଯୋଗ। ଇଂଲଣ୍ଡ ‘ଏ’ ମହିଳା ଦଳ…

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

ବୁଧଙ୍କ ସିଧା ଚଳନ: ୬ ରାଶିଙ୍କର ଲାଗିଲା ବଡ଼ ଲଟେରୀ, ଚାରିଆଡୁ ହୁ ହୁ ହୋଇ ବଢିବ ଟଙ୍କା, ଚାକିରିରେ ପ୍ରମୋଶନ

ବୈଦିକ ଜ୍ୟୋତିଷ ଅନୁସାରେ, ଆସନ୍ତା ୧୩ ନଭେମ୍ବର ୨୦୨୬ରେ ବୁଧଦେବ ତୁଳା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବଙ୍କୁ ବୁଦ୍ଧି, ବାଣୀ, ଯୋଗାଯୋଗ, ବ୍ୟବସାୟ,…

ଶୀତୁଆ ସକାଳର କାକର ଭିଜା ସ୍ପର୍ଶ: ରାଜ୍ୟରେ ଖସିଲା ପାରଦ, ସବୁଠୁ ଥଣ୍ଡା ସହର ଏବେ…

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ…

IPL ଅକ୍ସନ ପୂର୍ବରୁ ବିବାହ କଲେ SRH ମାଲିକାଣୀ କାବ୍ୟା ମାରାନ: ଜାଣନ୍ତୁ କାହାକୁ ବାଛିଲେ ନିଜ ଜୀବନସାଥୀ

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ (SRH)ର ମାଲିକାଣୀ କାବ୍ୟା ମାରାନ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି। ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ କାବ୍ୟାଙ୍କ ସହ…

ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ୩୧ ବର୍ଷୀୟ ଏହି ଧୁରନ୍ଧର ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୨।୧୧: ଭାରତ ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ (ଚତୁର୍ଥ ଓ ପଞ୍ଚମ) ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?