Posted inଖେଳ

ଜନ୍ମଦିନରେ ଚମକିଲା ସଞ୍ଜୁଙ୍କ ଭାଗ୍ୟ! ମିଳିଲା ବଡ଼ ଦାୟିତ୍ୱ, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୧୧।୧୧: ଭାରତୀୟ ଦଳର ଷ୍ଟାର ଉଇକେଟ୍‌ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଜି ଅର୍ଥାତ୍‌ ବୁଧବାର (୧୧ ନଭେମ୍ବର) ସଞ୍ଜୁ ନିଜର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନର ଠିକ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି (୨୦୨୬)ରେ ସେ କେରଳ ଦଳର ନେତୃତ୍ୱ ନେବେ। ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ କେରଳ ନିଜର ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିବ।

କେରଳ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ରେଡ ବଲ ଦଳର ଅଧିନାୟକ ବିଷ୍ଣୁ ବିନୋଦଙ୍କୁ ମଧ୍ୟ ସ୍ଥାନ ମିଳିଛି। କେରଳ କ୍ରିକେଟ ଲିଗ୍‌ରେ ନିଜର ପ୍ରତିଭା ଦେଖାଇଥିବା ଉଦୀୟମାନ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ମିଳିଛି। ଟପ ଅର୍ଡର ବ୍ୟାଟର ଅହମ୍ମଦ ଇମ୍ରାନ ଏବଂ ବ୍ୟାଟିଂ ଅଲରାଉଣ୍ଡର ଗୋବିନ୍ଦ ଦେବ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଦ୍ରୁତ ବୋଲର କେଏମ ଆସିଫ ଏବଂ ସ୍ପିନର ବିଗ୍ନେଶ ପୁଥୁରଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି।

କେରଳ ଗ୍ରୁପ-Cରେ ସ୍ଥାନ ପାଇଛି। ଏହି ଗ୍ରୁପରେମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ ଏବଂ ତ୍ରିପୁରା ମଧ୍ୟ ରହିଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେ ସଞ୍ଜୁ ସାମସନ ଏହି ଟୁର୍ନାମେଣ୍ଟରେ କେରଳର ଅଧିନାୟକ ହେବେ। ଗତ ସିଜିନରେ ମଧ୍ୟ ସେ ଦଳର ନେତୃତ୍ୱ ନେଇଥିଲେ। ସଞ୍ଜୁଙ୍କ ଅଧିନାୟକତ୍ୱରେ କେରଳ ଗ୍ରୁପ-Aରେ ଚତୁର୍ଥ ସ୍ଥାନରେ ରହିଥିଲା। ଫଳରେ ଦଳ ନକଆଉଟ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିପାରିନଥିଲା।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ପାଇଁ କେରଳ ଦଳ:

ସଞ୍ଜୁ ସାମସନ (ଅଧିନାୟକ ଓ ଉଇକେଟ୍‌କିପର), ରୋହନ କୁନ୍ନୁମ୍ମଲ, ମହମ୍ମଦ ଆଜହରୁଦ୍ଦିନ (ଉଇକେଟ୍‌କିପର), ଅହମ୍ମଦ ଇମ୍ରାନ, ଗୋବିନ୍ଦ ଦେବ, କୃଷ୍ଣ ଦିୱାନ, ବିଷ୍ଣୁ ବିନୋଦ (ଉଇକେଟ୍‌କିପର), ସଲମାନ ନିଜାର, ଅଖିଲ ସ୍କାରିଆ, ନିଖିଲ ଏମ, ବିଗ୍ନେଶ ପୁଥୁର, ବିଜୁ ନାରାୟଣନ, କାର୍ତ୍ତିକ ବି ନାୟାର, ବୈଶାଖ ଚନ୍ଦ୍ରନ, କେଏମ ଆସିଫ, ନିଧିଶ ଏମ୍ଡି, ଶରଫୁଦ୍ଦିନ ଏନଏମ ଏବଂ ଜଲଜ ସକ୍ସେନା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆ କପ୍‌ ସେମିଫାଇନାଲରେ ଭାରତ-ପାକିସ୍ତାନ! ଫାଇନାଲ ଟିକେଟ୍‌ ପାଇଁ ମହାମୁକାବିଲା, ଜାଣନ୍ତୁ କେବେ ଅଛି ମ୍ୟାଚ

ନୂଆଦିଲ୍ଲୀ, ୧୧।୧୧: ଏସିସି ଅଣ୍ଡର-୧୯ ୟୁଥ ଏସିଆ କପ୍‌ରେ ଭାରତର ଦମ୍‌ଦାର ବିଜୟ। ଶେଷ ଗ୍ରୁପ ଷ୍ଟେଜ୍‌ ମ୍ୟାଚରେ ୟୁଏଇକୁ ୭୦ ରନରେ ପରାସ୍ତ କରି ସେମିଫାଇନାଲରେ…

ଭୟଙ୍କର ରେଳ ଦୁର୍ଘଟଣା: ଇଞ୍ଜିନ ସହ ୭ଟି ବଗି ଲାଇନଚ୍ୟୁତ, ଯାତ୍ରୀଙ୍କ ମଧ୍ୟରେ ଖେଳାଗଲା ଆତଙ୍କ

ଗୁଆହାଟୀ,୧୧।୧୧: ଆସାମର ଗୁଆହାଟୀ ନିକଟରେ ବୁଧବାର ସକାଳେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଡିଗାରୁ ଅଞ୍ଚଳରେ ସାଇରାଙ୍ଗ-କୋଲକାତା ଏକ୍ସପ୍ରେସ୍‌ର ଇଞ୍ଜିନ ସମେତ ୭ଟି ବଗି ଲାଇନଚ୍ୟୁତ…

ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼: ଏକାଥରେ ଏତେ ଟଙ୍କା ବଢିଗଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ, ୧୧।୧୧: ପଡ଼ୋଶୀ ଦେଶ ପାକିସ୍ତାନ ପରେ ଏବେ ବାଂଲାଦେଶରେ ମଧ୍ୟ ରୋଷେଇ ଗ୍ୟାସ (LPG) ଦର ଆକାଶଛୁଆଁ ହୋଇଛି। ଉଭୟ ଦେଶରେ ଗ୍ୟାସ ସଙ୍କଟ ଓ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ରିଲ୍ସ ନୁହେଁ, ପରିବେଶ ସଚେତନତା ଜରୁରୀ

ଯୁବପିଢ଼ି ଚାହିଁଲେ ପରିବେଶ ପ୍ରଦୂଷଣ ରୋକିପାରିବେ ଆମେ ଦୈନନ୍ଦିନ ଜୀବନରେ ଜଳ ଓ ବାୟୁ ବ୍ୟବହାର କରୁଛୁ। ଯଦି ଜଳ ଓ ବାୟୁ ପ୍ରଦୂଷିତ ହେବ, ତେବେ…

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ: ୩ ଦ୍ରୁତ ଖେଳାଳିଙ୍କୁ ମିଳିଲା ସ୍ଥାନ, ଚିନ୍ତାରେ ପଡିଲାଣି ଭାରତ

ନୂଆଦିଲ୍ଲୀ, ୧୧।୧୧: ଭାରତ ବିପକ୍ଷରେ ହେବାକୁ ଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଟମ ଲାଥମଙ୍କୁ…

ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ! ଚତୁର୍ଥ ଦିନିକିଆରେ କିଏ ପଡିଲେ ବାଦ୍‌, କିଏ ଆସିଲେ ନୂଆ, ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଂ ୧୧

ନୂଆଦିଲ୍ଲୀ, ୧୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର, ୧୩ ନଭେମ୍ବରରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ।…

ଜମି ପାସ୍‌ବୁକ୍‌ ପରେ ସମ୍ପତ୍ତି ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧୧ା୧୧(ରବିନାରାୟଣ ଜେନା): ରାଜ୍ୟରେ ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ଉପାୟରେ ଜମି ମାଲିକାନା ଦେବା ଏବଂ ବ୍ୟାଙ୍କ ଋଣ କରାଇବା…

୨୦୨୭ ବିଶ୍ୱକପ ପରେ ବିରାଟଙ୍କ ଅବସର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! କୋଚ୍‌ଙ୍କ ବଡ଼ ଖୁଲାସା, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୧୧।୧୧: ବିରାଟ କୋହଲି ଭାରତ ପାଇଁ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ୍‌ରେ ଖେଳୁଛନ୍ତି। ସେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?