Posted inଖେଳ

ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ! ଚତୁର୍ଥ ଦିନିକିଆରେ କିଏ ପଡିଲେ ବାଦ୍‌, କିଏ ଆସିଲେ ନୂଆ, ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଂ ୧୧

ନୂଆଦିଲ୍ଲୀ, ୧୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର, ୧୩ ନଭେମ୍ବରରେ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବ। ଏହି ମ୍ୟାଚରେ ନିୟମିତ ଅଧିନାୟକ ଶୁଭମନ ଗିଲ ଏବଂ ଉଇକେଟ୍‌ ବ୍ୟାଟର କେଏଲ ରାହୁଲ ଖେଳିବେ ନାହିଁ। ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ଏହି ଦୁଇ ଷ୍ଟାର ଖେଳାଳି ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଟିମ ଇଣ୍ଡିଆର ଅଂଶ ନାହାନ୍ତି। ଏବେ ସିରିଜର ବାକି ଦୁଇଟି ମ୍ୟାଚରେ ଶ୍ରେୟସ ଆୟର ଭାରତୀୟ ଦଳର ନେତୃତ୍ୱ ନେବେ। ଆସନ୍ତୁ ଜାଣିବା, ଚତୁର୍ଥ ଦିନିକିଆରେ କେମିତି ରହିପାରେ ଭାରତର ପ୍ଲେଇଂ ଇଲେଭେନ।

ଅଧିନାୟକ ଶୁଭମନ ଗିଲ, ଷ୍ଟାର ଉଇକେଟ୍‌ ବ୍ୟାଟର କେଏଲ ରାହୁଲ ଏବଂ ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ଚତୁର୍ଥ ଦିନିକିଆରେ ଖେଳିବେ ନାହିଁ। ଦଳରେ ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ସେହିପରି କୁମାର କୁଶାଗ୍ର ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କ ସ୍ଥାନରେ ୟଶ ଠାକୁରଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିଛି।

ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଅଲଗା ଦଳ ଚୟନ କରାଯାଇଛି। ଚତୁର୍ଥ ଦିନିକିଆରେ ରୋହିତ ଶର୍ମାଙ୍କ ସହ ଋତୁରାଜ ଗାଏକ୍ୱାଡ ଭାରତ ପାଇଁ ଇନିଂସ ଆରମ୍ଭ କରିପାରନ୍ତି। କେଏଲ ରାହୁଲଙ୍କ ସ୍ଥାନରେ ଇଶାନ କିଶନ ଉଇକେଟ୍‌ କିପିଂ ଦାୟିତ୍ୱ ସମ୍ଭାଳିବେ। ବିରାଟ କୋହଲି ତିନି ନମ୍ବର ଏବଂ ଶ୍ରେୟସ ଆୟର ଚାରି ନମ୍ବରରେ ବ୍ୟାଟିଂ କରିବା ପ୍ରାୟ ନିଶ୍ଚିତ। ଏହା ବ୍ୟତୀତ ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ଅଂଶୁଲ କମ୍ବୋଜଙ୍କ ସ୍ଥାନରେ ୟଶ ଠାକୁର କିମ୍ବା କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ।

ଚତୁର୍ଥ ଦିନିକିଆ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:

ଋତୁରାଜ ଗାଏକ୍ୱାଡ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଅଧିନାୟକ), ଇଶାନ କିଶନ (ଉଇକେଟ୍‌ କିପର), ନମନ ଧୀର, ଅକ୍ଷର ପଟେଲ, ଆକିବ ନବି ଡାର, କୁଲଦୀପ ଯାଦବ/ୟଶ ଠାକୁର, ଗୁରନୂର ବରାଡ଼ ଏବଂ ଅର୍ଶଦୀପ ସିଂହ।

ଚତୁର୍ଥ ଦିନିକିଆ ପାଇଁ ଭାରତର ୧୫ ଜଣିଆ ଦଳ:

ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ନମନ ଧୀର, ଋତୁରାଜ ଗାଏକ୍ୱାଡ, ଅକ୍ଷର ପଟେଲ, ଇଶାନ କିଶନ (ଉଇକେଟ୍‌ କିପର), କୁମାର କୁଶାଗ୍ର (ଉଇକେଟ୍‌ କିପର), ଆକିବ ନବି ଡାର, ଗୁରନୂର ବରାଡ଼, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟଶ ଠାକୁର ଏବଂ କୁଲଦୀପ ଯାଦବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ରିଲ୍ସ ନୁହେଁ, ପରିବେଶ ସଚେତନତା ଜରୁରୀ

ଯୁବପିଢ଼ି ଚାହିଁଲେ ପରିବେଶ ପ୍ରଦୂଷଣ ରୋକିପାରିବେ ଆମେ ଦୈନନ୍ଦିନ ଜୀବନରେ ଜଳ ଓ ବାୟୁ ବ୍ୟବହାର କରୁଛୁ। ଯଦି ଜଳ ଓ ବାୟୁ ପ୍ରଦୂଷିତ ହେବ, ତେବେ…

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ: ୩ ଦ୍ରୁତ ଖେଳାଳିଙ୍କୁ ମିଳିଲା ସ୍ଥାନ, ଚିନ୍ତାରେ ପଡିଲାଣି ଭାରତ

ନୂଆଦିଲ୍ଲୀ, ୧୧।୧୧: ଭାରତ ବିପକ୍ଷରେ ହେବାକୁ ଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଟମ ଲାଥମଙ୍କୁ…

ଜମି ପାସ୍‌ବୁକ୍‌ ପରେ ସମ୍ପତ୍ତି ସ୍ମାର୍ଟ କାର୍ଡ

ଭୁବନେଶ୍ୱର,୧୧ା୧୧(ରବିନାରାୟଣ ଜେନା): ରାଜ୍ୟରେ ଜମିଜମା ସମ୍ବନ୍ଧୀୟ ମାମଲାର ସମାଧାନ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ଉପାୟରେ ଜମି ମାଲିକାନା ଦେବା ଏବଂ ବ୍ୟାଙ୍କ ଋଣ କରାଇବା…

୨୦୨୭ ବିଶ୍ୱକପ ପରେ ବିରାଟଙ୍କ ଅବସର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ! କୋଚ୍‌ଙ୍କ ବଡ଼ ଖୁଲାସା, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୧୧।୧୧: ବିରାଟ କୋହଲି ଭାରତ ପାଇଁ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ୍‌ରେ ଖେଳୁଛନ୍ତି। ସେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର…

ଏନ୍‌ଭିଡିଆ ବଜାର ମୂଲ୍ୟ ୧.୫୭ ଟ୍ରିଲିୟନ ଡଲାର ଖସିଲା

ଓ୍ବାଶିଂଟନ୍‌,୧୧ା୧୧: ଅନ୍ତର୍ଜାତୀୟ କର୍ପୋରେଟ୍‌ ଜଗତରେ ବିଶ୍ୱର ପ୍ରମୁଖ ଟେକ୍‌ ତଥା ଅତ୍ୟାଧୁନିକ ଚିପ୍‌ ନିର୍ମାଣକାରୀ କମ୍ପାନୀ ଏନ୍‌ଭିଡିଆ ପ୍ରସଙ୍ଗ ଏବେ ସବୁଠାରୁ ଚର୍ଚ୍ଚିତ ହୋଇଛି। ଚାଇନାର ଆଲିସ୍‌…

ମଧୁବାବୁ ପେନ୍‌ସନ ଯୋଜନାରେ ଯୋଡ଼ିହେଲେ ୫.୦୫ଲକ୍ଷ ନୂଆ ହିତାଧିକାରୀ

ବାଲେଶ୍ୱର, ୧୧।୧୧(ବାଞ୍ଛାନିଧି ଦେ): ବାଲେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଜୟ ଜଗନ୍ନାଥ, ଜୟ କ୍ଷୀରଚୋରା ଗୋପୀନାଥ, ଜୟ ବାବା ପଞ୍ଚଲିଙ୍ଗେଶ୍ୱରରୁ…

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?