Posted inଜାତୀୟ

ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍‌ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ 

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ।  ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ ଯାଉଛି। ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)ର ପରବର୍ତ୍ତୀ ବୈଠକରେ ପାକିସ୍ତାନକୁ ପୁଣି ଥରେ ୱାଚ୍‌ ଲିଷ୍ଟରେ ରଖିବା ପାଇଁ ଭାରତ ଠୋସ ପ୍ରମାଣ ସହିତ ନିଜର ପକ୍ଷ ଉପସ୍ଥାପନ କରିବ। ପାକିସ୍ତାନ ଟଙ୍କା ଲଣ୍ଡରିଂ ରୋକିବା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ବନ୍ଦ କରିବାରେ ବିଫଳ ହୋଇଥିବାରୁ ଭାରତ ଏହି ପଦକ୍ଷେପ ନେବ। ସରକାରୀ ସୂତ୍ରଗୁଡ଼ିକ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। FATFର ପୂର୍ଣ୍ଣାଙ୍ଗ ବୈଠକ ବର୍ଷକୁ ତିନିଥର ଫେବୃଆରୀ, ଜୁନ ଏବଂ ଅକ୍ଟୋବରରେ ଅନୁଷ୍ଠିତ ହୁଏ । ୨୦୧୮ରେ ପାକିସ୍ତାନକୁ FATF ତାଲିକାରେ ରଖାଯାଇଥିଲା। ପରେ ଏହା ମନି ଲଣ୍ଡରିଂ ଏବଂ ଆତଙ୍କବାଦୀ ପାଣ୍ଠିକୁ ରୋକିବା ପାଇଁ ଏକ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲା। ଏହା ପରେ, ୨୦୨୨ ମସିହାରେ, ଦେଶକୁ FATFର ଏହି ତାଲିକାରୁ ହଟାଇ ଦିଆଯାଇଥିଲା।
FATF କ’ଣ?
FATF ଏକ ସ୍ବାଧୀନ ଆନ୍ତଃ-ସରକାରୀ ସଂସ୍ଥା ଯାହା ମନି ଲଣ୍ଡରିଂ, ଆତଙ୍କବାଦୀ ପାଣ୍ଠି ଯୋଗାଣ ଏବଂ ଗଣବିନାଶକ ଅସ୍ତ୍ର ପ୍ରସାରର ପାଣ୍ଠି ଯୋଗାଣର ମୁକାବିଲା ପାଇଁ ବିଶ୍ୱ ମାନଦଣ୍ଡ ନିର୍ଦ୍ଧାରଣ କରେ। ପାକିସ୍ତାନକୁ ପୁଣି ଥରେ ୱାଚ୍‌ ଲିଷ୍ଟରେ ରଖିବା ପାଇଁ ଭାରତ ମାମଲାକୁ FATF ସମ୍ମୁଖରେ ଉଠାଇପାରେ।
କହିରଖୁଛୁ, ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସେହି ଆକ୍ରମଣରେ ୨୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ନିଜ ଅଞ୍ଚଳରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି ଏବଂ ବହୁପକ୍ଷୀୟ ଏଜେନ୍ସିଗୁଡ଼ିକରୁ ପ୍ରାପ୍ତ ପାଣ୍ଠିକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟ ପାଇଁ ଅପବ୍ୟବହାର କରୁଥିବା କୁହାଯାଉଛି।
ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ଅନ୍ୟାନ୍ୟ ବହୁପକ୍ଷୀୟ ସଂସ୍ଥାଗୁଡ଼ିକରୁ ଯେଉଁ ଋଣ ପାଏ ତାହା ଅସ୍ତ୍ରଶସ୍ତ୍ର କ୍ରୟ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହୁଏ ବୋଲି ଦର୍ଶାଇବା ପାଇଁ ଠୋସ ପ୍ରମାଣ ଏବଂ ତଥ୍ୟ ରହିଛି। ଏହାକୁ ଧ୍ୟାନରେ ରଖି, ପାକିସ୍ତାନକୁ FATF ୱାଚ ଲିଷ୍ଟରେ ରଖିବା ପାଇଁ FATFର ପରବର୍ତ୍ତୀ ବୈଠକରେ ଠୋସ ପ୍ରମାଣ ଉପସ୍ଥାପନ କରାଯିବ।
ପୂର୍ବରୁ, ଭାରତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭାଙ୍କ ନିକଟରେ ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ ପ୍ରସଙ୍ଗ ଉଠାଇଥିଲା। ଏହି କାରଣରୁ କିଛି ସର୍ତ୍ତ ସହିତ ପାକିସ୍ତାନକୁ ଋଣ ମଞ୍ଜୁର କରାଯାଇଛି। ଏଣୁ ଯଦି ବିଶ୍ୱ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ବହୁପକ୍ଷୀୟ ସଂସ୍ଥାରେ ପାକିସ୍ତାନକୁ ଋଣ ଦେବା ପାଇଁ ପ୍ରସ୍ତାବ ଆସେ, ତେବେ ଭାରତ ଏହାକୁ ବିରୋଧ କରିବ।

Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?