Posted inଖେଳ

କିର୍ଗିଜ୍‌ସ୍ତାନକୁ ଭେଟିବ ଭାରତ

ଇମ୍ଫାଲ,୨୭ା୩: ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ମଙ୍ଗଳବାର କିର୍ଗିଜ୍‌ସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଭାରତ ମ୍ୟାନ୍‌ମାରକୁ ୧-୦ରେ ପରାସ୍ତ କରିଥିଲା। ତ୍ରିରାଷ୍ଟ୍ରୀୟ ସିରିଜ୍‌ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ଅନୂ୍ୟନ ଡ୍ର ଆବଶ୍ୟକ। ତେବେ ଭାରତ ମ୍ୟାଚ୍‌ ଜିତିବାକୁ ସମସ୍ତ ପ୍ରୟାସ କରିବ ବୋଲି କହିଛନ୍ତି କୋଚ୍‌ ଇଗୋର ଷ୍ଟିମାକ୍‌। ଅନ୍ୟପକ୍ଷରେ ଟ୍ରଫି ଜିତିବାକୁ ହେଲେ କିର୍ଗିଜ୍‌ସ୍ତାନକୁ ନିଶ୍ଚିତ ବିଜୟ ଆବଶ୍ୟକ। ସୋମବାର ଭାରତୀୟ ଦଳର ଗୋଲକିପର ଅମରିନ୍ଦର ସିଂ ଓ ଷ୍ଟିମାକ୍‌ ଯୋଗ ଦେଇଥିଲେ। ଭାରତୀୟ ଦଳ ସ୍ଥାନୀୟ ସମର୍ଥକଙ୍କ ଉପସ୍ଥିତିରେ ଜିତିବାକୁ ସମସ୍ତ ଚେଷ୍ଟା କରିବ ବୋଲି କହିଥିଲେ ଅମରିନ୍ଦର। ଟିମ୍‌ରେ ଯେତେବେଳେ ବି ସୁଯୋଗ ମିଳିଥାଏ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିଥାଏ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଷ୍ଟିମାକ୍‌ ମଧ୍ୟ ଅମରିନ୍ଦରଙ୍କ ପ୍ରଶଂସା କରିଛନ୍ତି। ଭାରତ ବର୍ତ୍ତମାନ ଫିଫା ର଼୍ୟାଙ୍କିଙ୍ଗରେ ୧୦୬ରେ ରହିଥିବା ବେଳେ କିର୍ଗିଜ୍‌ସ୍ତାନ ୯୪ରେ ରହିଛି। ଉଭୟ ଦଳ ୪ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ୩ଥର ବିଜୟୀ ହୋଇଛି। ତେବେ ଶେଷଥର ପାଇଁ ୨୦୧୯ରେ ଏଏଫ୍‌ସି ଏସିଆନ୍‌ କପ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କିର୍ଗିଜ୍‌ସ୍ତାନ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଭାରତ ବିପକ୍ଷ ମ୍ୟାଚ୍‌ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କୋଚ୍‌ ଆଲେକ୍‌ଜାଣ୍ଡାର କ୍ରେଷ୍ଟିନିନ୍‌। ମ୍ୟାନ୍‌ମାର ବିପକ୍ଷ ମ୍ୟାଚ୍‌ରେ ଦଳ ଅନେକ ଭୁଲ୍‌ କରିଥିବା ବେଳେ ଏହାକୁ ଭାରତ ବିପକ୍ଷରେ ସୁଧାରିବାକୁ ପ୍ରୟାସ କରାଯିବ ବୋଲି କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

ସରପଞ୍ଚଙ୍କ ଆମରଣ ଅନଶନ ଚେତାବନୀ ପରେ ଆତ୍ମାହୁତି ଚେତାବନୀ, ପ୍ରଶାସନର ତତ୍ପରତା

ହାଟଡିହୀ/ଛେନାପଦୀ, ୭।୮ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମାହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣା ଏବେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri